ETV Bharat / bharat

IT Raids: ମିଡିଆ ଗ୍ରୁପ ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗର ଚଢାଉ - ଦୈନିକ ଭାସ୍କର ଅଫିସ

ମିଡିଆ ଗ୍ରୁପ ଦୈନିକ ଭାସ୍କର ଅଫିସ ଉପରେ ଚଢାଉ କରିଛି ଆୟକର ବିଭାଗ । ବିରୋଧୀଙ୍କ ହଙ୍ଗାମା । ଆଇଟି ମନ୍ତ୍ରୀ କହିଲେ, ଏଜେନ୍ସି ନିଜ କାମ କରୁଛି । ଅଧିକ ପଢନ୍ତୁ...

IT Raids: ମିଡିଆ ଗ୍ରୁପ ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗର ଚଢାଉ

author img

By

Published : Jul 22, 2021, 8:59 PM IST

ନୂଆଦିଲ୍ଲୀ: ମିଡିଆ ଗ୍ରୁପ ଦୈନିକ ଭାସ୍କର ଅଫିସ ଉପରେ ଚଢାଉ କରିଛି ଆୟକର ବିଭାଗ । ଭିନ୍ନ ଭିନ୍ନ ସହରରେ ଥିବା ଦୈନିକ ଭାସ୍କର କାର୍ଯ୍ୟାଳୟରେ ଏହି ଚଢଆଉ ହୋଇଛି । କଥିତ କର ଚୋରି ମାମଲାରେ ଏହି ଚଢାଉ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଭୋପାଳ, ଜୟପୁର, ଅହମଦାବାଦ ସମେତ ଦେଶର ଅନ୍ୟ ସ୍ଥାନରେ ଥିବା ଦୈନିକ ଭାସ୍କର ଅଫିସରେ ଚଢାଉ କରିଛି ଆୟକର ବିଭାଗ । ଏହି ମାମଲାରେ ପ୍ରତ୍ୟେକ୍ଷ କର ବୋର୍ଡ(CBDT) ପକ୍ଷରୁ କୌଣସି ଆଧିକାରୀକ ବୟାନ ମିଳିପାରିନାହିଁ । ହେଲେ ଚଢାଉରେ ପ୍ରମୁଖ ହିନ୍ଦୀ ମିଡିଆ ଗ୍ରୁପର ପ୍ରୋମୋଟର ସାମିଲ ଅଛନ୍ତି ।

ଘଟଣାକୁ ନେଇ ଏକଜୁଟ ହୋଇଛନ୍ତି ବିରୋଧୀ । ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି, ଯେତେବେଳେ ସରକାର କଲମ ଏବଂ କ୍ୟାମେରାକୁ ଏତେ ଭୟ କରନ୍ତି, ସେତେବେଳେ ଏପରି ସରକାରର ପତନ ନିଶ୍ଚିତ ହେବ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଜିବିଜୟ ସିଂ ଟ୍ୱିଟ୍ କରି କହିଛନ୍ତି, ସାମ୍ବାଦିକତା ଉପରେ ମୋଦି ଶାହାଙ୍କ ପ୍ରହାର ! ମୋଦୀ ଶାହାଙ୍କର ଏକମାତ୍ର ଅସ୍ତ୍ର ହେଉଛି ଆଇଟି ଇଡି ସିବିଆଇ।

ସେହିପରି ଟିଏମସି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ କରି କହିଛନ୍ତି, ସାମ୍ବାଦିକ ତଥା ମିଡିଆ ହାଉସ ଉପରେ ଆକ୍ରମଣ ଗଣତନ୍ତ୍ରକୁ ଦମନ କରିବାର ଆଉ ଏକ ନିଷ୍ଠୁର ପ୍ରୟାସ। ଦୈନିକ ଭାସ୍କର ସାହସର ସହିତ କହିଥିଲା ଯେ ନରେନ୍ଦ୍ର ମୋଦି କିପରି ସମଗ୍ର କୋଭିଡ ସଙ୍କଟକୁ ଭୁଲ ଢଙ୍ଗରେ ପରିଚାଳନା କରିଥିଲେ। ମହାମାରୀ ମଧ୍ୟରେ ଦେଶ ଏହାର ଖରାପ ସ୍ଥିତିକୁ ଆସିଛି। ପ୍ରତିଶୋଧପରାୟଣ କାର୍ଯ୍ୟକୁ ଦୃଢନିନ୍ଦା କରୁଥିବା କହିଛନ୍ତି ମମତା ।

ଭାସ୍କର ଗ୍ରୁପ ଉପରେ ଆଇଟି ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏଜେନ୍ସି ନିଜ କାମ କରୁଛି । ଏଥିରେ ସରକାରଙ୍କ କୌଣସି ହାତ ନାହିଁ । ଏହି ବିଷୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହା କହିଛନ୍ତି। ସଂପୂର୍ଣ୍ଣ ସୂଚନା ନିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଅନେକ ଥର, ସୂଚନା ଅଭାବରେ ମଧ୍ୟ ଅନେକ ବିଷୟ ଆସେ ଯାହା ସତ୍ୟର ବାହାରେ ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.