ETV Bharat / bharat

ଶରଦଙ୍କୁ ହତ୍ୟା ଧମକ ପଛରେ ଆଇଟି ଇଞ୍ଜିନିୟର, ପୁଣେରୁ ବାନ୍ଧିଲା ପୋଲିସ - ମୁମ୍ବାଇ କ୍ରାଇମ ବ୍ରାଞ୍ଚ

ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Sharad Pawar death threat case
Sharad Pawar death threat case
author img

By

Published : Jun 12, 2023, 7:46 AM IST

Updated : Jun 12, 2023, 10:12 AM IST

ମୁମ୍ବାଇ: ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ ଘଟଣାରେ ଜଣକୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ପୁଣେରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛି ସାଗର ବରଭେ, ବୟସ 34 ବର୍ଷ ହୋଇଥିବା ବେଳେ ସେ ଏକ ଆଇଟି କମ୍ପାନୀରେ କାମ କରେ । ହ୍ବାଟ୍ସଆପରେ ଶରଦ ପାଓ୍ବାରଙ୍କୁ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ ।

ପୋଲିସର ସୂଚନା ଅନୁଯାୟୀ, ନ୍ୟାସନାଲ କଂଗ୍ରେସ ପାର୍ଟିର ସୁପ୍ରିମୋଙ୍କୁ ହତ୍ୟା ଧମକ ଦେବା ପାଇଁ ଅଭିଯୁକ୍ତ ସୋସିଆଲ ମିଡିଆରେ ଦୁଇଟି ଫେକ ଆକାଉଣ୍ଟ ଖୋଲିଥିଲା । ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ ଗିରଫ କରିଛି । କୋର୍ଟରେ ହାଜର ପରେ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବ ଅଭିଯୁକ୍ତ ଜଣଙ୍କ । ବାପାଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟ ହସ୍ତକ୍ଷେପ ଲୋଡିଥିଲେ ସୁପ୍ରିୟା ।

ଏହା ମଧ୍ୟ ପଢନ୍ତୁ-Death Threats: ଶରଦ ପାୱାର-ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ସେ କହିଥିଲେ ଯେ, ଗତ ମେ ମାସ 9 ତାରିଖରେ ବାପାଙ୍କ ହ୍ବାଟ୍ସଆପକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା । ତେଣୁ ନ୍ୟାୟ ପାଇଁ ମୁଁ ପୋଲିସ ପାଖରେ ପହଞ୍ଚିଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛି । ହତ୍ୟା ଧମକ ଦେବା ଭଳି ଘୃଣ୍ୟ ରାଜନୀତି ବନ୍ଦ ହେବା ଉଚିତ୍ । ଶରଦ ପାୱରଙ୍କ ସୁରକ୍ଷା ଗୃହ ମନ୍ତ୍ରଣାଳୟର ଦାୟିତ୍ବ । ତେଣୁ ଏହି ମାମଲାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶାହ ହସ୍ତକ୍ଷେପ କରିବା ଉଚିତ୍ । ମୁଁ ପୋଲିସକୁ ଧମକପୂର୍ଣ୍ଣ ମେସେଜ ସମ୍ପର୍କରେ ଜଣାଇଛି ଏବଂ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ଶରଦଙ୍କ ଝିଅ ।

ଏହା ମଧ୍ୟ ପଢନ୍ତୁ-2024 Lok Sabha polls: ‘ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ନୀତିଶ’

ଏହି ଘଟଣାରେ ପୋଲିସ ଆଇପିସି ଧାର 153 (ଏ), 504 ଏବଂ 506 (2) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଏହି ଧମକକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶରଦ ପାୱାରଙ୍କ ସୁରକ୍ଷାକୁ ବଢାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରି ଘଟଣାର 3ଦିନ ପରେ ଧମକ ଦେଇଥିବା ବ୍ୟକ୍ତିକୁ ଧରିବାରେ ସଫଳ ହୋଇଛି । ବର୍ତ୍ତମାନ ପୋଲିସ ହେପାଜତରେ ରହିଛି ଅଭିଯୁକ୍ତ । ତେବେ ସେ କାହିଁକି ଏନସିପି ମୁଖ୍ୟଙ୍କୁ ହତ୍ୟା ଧମକ ଦେଇଥିଲା ସେନେଇ ଅଭିଯୁକ୍ତକୁ ପଚରାଉଚରା କରାଯିବ ।

Last Updated : Jun 12, 2023, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.