ETV Bharat / bharat

୧୯୬୨ର ଯୁଗ ନୁହେଁ, ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଗ: ଅରୁଣାଚଳ ମୁଖ୍ୟମନ୍ତ୍ରୀ - ଜବହାରଲାଲ ନେହେରୁଙ୍କୁ ସମାଲୋଚନା କଲେ ପେମା ଖାଣ୍ଡୁ

ତୱାଙ୍ଗ ଠାରେ ଭାରତ ଚୀନ ସେନା ସଂଘର୍ଷ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ ସମାଲୋଚନା କରି କହିଲେ ଏହା ୧୯୬୨ର ଯୁଗ ନୁହେଁ, ଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଗ । ଅଧିକ ପଢନ୍ତୁ

୧୯୬୨ର ଯୁଗ ନୁହେଁ, ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁଗ: ଅରୁଣାଚଳ ମୁଖ୍ୟମନ୍ତ୍ରୀ

author img

By

Published : Dec 16, 2022, 11:48 AM IST

Updated : Dec 16, 2022, 12:51 PM IST

ମୁମ୍ବାଇ: ତୱାଙ୍ଗ ଠାରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ପ୍ରତିକ୍ରିୟା ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, '' ଏହା ୧୯୬୨ର ଯୁଗ ନୁହେଁ, ଏ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗ(It's The Era Of PM Modi) । ଚୀନ ସହ ମୁହଁମୁହିଁ ପରେ ବି ତୱାଙ୍ଗ ଅଞ୍ଚଳରେ ସ୍ଥିତି ସ୍ବାଭାବିକ ରହିଛି । '' ଗତ ସପ୍ତାହରେ ତୱାଙ୍ଗରେ ସୃଷ୍ଟି ସଂଘର୍ଷ ସ୍ଥିତି ପାଇଁ ସେ ନେହେରୁଙ୍କୁ ଦାୟୀ କରିଛନ୍ତି ।

ଗତକାଲି(ଗୁରୁବାର) ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଅରୁଣାଚଳ ମୁଖ୍ୟମନ୍ତ୍ରୀ(Arunachal CM Pema Khandu) ଏପରି ପ୍ରତିକ୍ରିୟା ଦେଇଛନ୍ତି । ଭାରତ-ତିବ୍ବତ ସୀମାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ଅଦୂରଦର୍ଶୀତାକୁ ସେ ଦାୟୀ କହିଛନ୍ତି । ତାଙ୍କ କହିବା ଅନୁସାରେ, ଶିମଲା ଚୁକ୍ତି ପରେ ତୱାଙ୍ଗ ସମେତ ପୁରା ଅରୁଣାଚଳ ପ୍ରଦେଶ ଭାରତର ଅଂଶ ହେଲା । ଏଥିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ । ମାତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ କୌଣସି ସଠିକ୍ ନିର୍ଣ୍ଣୟ ନନେଇପାରିବା ଯୋଗୁଁ ଲଗାତାର ସ୍ଥିତି ବିଗିଡି ଥିଲା । କିନ୍ତୁ ଇତିହାସରେ ପ୍ରକୃତ ନାୟକଙ୍କ ନାମ ଲୁଚାଇ ଦିଆଯାଇଛି । ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶ ସେହି ମହାନ ଜନନାୟକଙ୍କୁ ଚିହ୍ନୁଛି ଏବଂ ପାଠ୍ୟକ୍ରମରେ ସାମିଲ କରୁଛି ।

ଏହାମଧ୍ୟ ପଢନ୍ତୁ: ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ କହିଛନ୍ତି ଯେ, ''୨୦୧୪ ପୂର୍ବରୁ ଗୃହମନ୍ତ୍ରୀ କଦବା କ୍ବଚିତ୍ ଉତ୍ତର ପୂର୍ବାଞ୍ଚଳ ଗସ୍ତ କରୁଥିଲେ । ତାହା ପୁଣି ଗୌହାଟ୍ଟୀ ଯାଏଁ ସୀମିତ ରହୁଥିଲା । ହେଲେ ଆଜି ପ୍ରତି ୧୫ ଦିନରେ ଥରେ କେହି ନା କେହି କେନ୍ଦ୍ରମନ୍ତ୍ରୀ ଉତ୍ତରପୂର୍ବର କୌଣସି ନା କୌଣସି ରାଜ୍ୟକୁ ଯାଇ ନିଜ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଯଦ୍ବାରା ବିବାଦ ଭ୍ରଷ୍ଟାଚାର, ନିଶା ପାଇଁ ଜଣାଯାଉଥିବା ଏହି ରାଜ୍ୟଗୁଡିକର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ଏବଂ ଏଠାରେ ଦୃତ ବିକାଶ ସାଧିତ ହେଉଛି ।''

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ରାଜ୍ୟସଭା ସୂଚୀତ କରିଥିଲେ ଯେ, ଚୀନର ପିପୁଲ୍ସ ଲିବେରସନ ଆର୍ମିର ସେନା ତୱାଙ୍ଗ ସେକ୍ଟରରେ ବାସ୍ତବିକ ନିୟନ୍ତ୍ରଣ ରେଖାର ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରିଥିଲେ । ହେଲେ ଠିକ୍ ସମୟରେ ଭାରତୀୟ ସେନା କମ୍ପାଣ୍ଡରଙ୍କ ହସ୍ତକ୍ଷେପ ଯୋଗୁଁ ଚୀନ ସେନାକୁ ପଛକୁ ହଟିବାକୁ ପଡିଲା । ଭାରତୀୟ ସେନା ସେମାନଙ୍କୁ କଡା ଜବାବ ଦେଇଥିଲେ । ଆମ ସେନା ଦେଶର ଅଖଣ୍ଡତାର ସୁରକ୍ଷା ପାଇଁ ପ୍ରତିବଦ୍ଧ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2022, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.