ETV Bharat / bharat

ଟିଏମସି ବିଧାୟକଙ୍କ ଘରେ ଟଙ୍କାର ପାହାଡ ! 11 କୋଟି ଜବତ କଲା ଆୟକର ବିଭାଗ

author img

By

Published : Jan 13, 2023, 7:54 AM IST

ଟିଏମସି ବିଧାୟକ ଜାକିର ହୁସେନଙ୍କ ଘରୁ ୧୧ କୋଟି ଟଙ୍କା ଜବତ କଲା ଆୟକର ବିଭାଗ । ଅଧିକ ପଢନ୍ତୁ

bengal mla zakir hossain
ଟିଏମସି ବିଧାୟକଙ୍କ ଘରୁ ୧୧ କୋଟି ଜବତ

କୋଲକାତା: ତୃଣମୂଳ କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଘରେ ଆୟକର ବିଭାଗର ଚଢାଉ । ବିଧାୟକ ଜାକିର ହୁସେନଙ୍କ ଘରେ ରେଡ କରି କୋଟି କୋଟି ଟଙ୍କା ଜବତ କଲା ଆୟକର ବିଭାଗ । ଗତକାଲି ରେଡ କରାଯିବା ସମୟରେ ଟିଏମସି ବିଧାୟକଙ୍କ ଘରୁ ୧୧ କୋଟି ଟଙ୍କା ଜବତ କରିଥିଲା ଆୟକର ବିଭାଗ ।

ଆୟକର ବିଭାଗର ତିନୋଟି ଟିମ ଜାକିର ହୁସେନଙ୍କ ଘର ଏବଂ ଅନ୍ୟ ତିନୋଟି ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରିଥିଲା । ଏନେଇ ହୁସେନ ଗଣମାଧ୍ୟମକୁ କହିଛନ୍ତି, "ଚଢାଉ ସମୟରେ ମୁଁ ଆୟକର ବିଭାଗର ଅଧିକାରୀଙ୍କୁ ସହଯୋଗ କରୁଛି । ମୁଁ ଜିଲ୍ଲାର ସର୍ବାଧିକ ଟିକସଦାତା ଥିଲି । ମୋ ଘରେ ଆୟକର ବିଭାଗ ଚଢାଉ ହୋଇଥିବା ଜାଣିବା ପରେ ଘଟଣାସ୍ଥଳରେ ଲୋକମାନେ ଭିଡ ଜମାଇଥିଲେ ।

ଏନେଇ ଆୟକର ବିଭାଗ ତରଫରୁ କୁହାଯାଇଛି ଯେ, ''ଟିଏମସି ବିଧାୟକ ଜାକିର ହୁସେନଙ୍କ ବାସଭବନ, ଫ୍ୟାକ୍ଟ୍ରି ଓ ଚାଉଳ ମିଲରୁ ୧୧ କୋଟି ଟଙ୍କା ଜବତ କରାଯାଇଛି । ଟଙ୍କା ବ୍ୟତିତ ଚଢାଉ ସମୟରେ ଅନେକ ସ୍ଥାନରୁ ଦସ୍ତାବିଜ ଓ ଇଲୋକ୍ଟ୍ରୋନିକ ଡକ୍ୟୁମେଣ୍ଟ ଜବତ କରାଯାଇଛି । ତେବେ ଏହି ମୋଟା ଅଙ୍କର ଟଙ୍କା ବିଧାୟକଙ୍କ ଘରୁ ଜବତ ପରେ ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୂଚନା ଦେଇଛନ୍ତି ଆୟକର ବିଭାଗର ଅଧିକାରୀ ।''

ଏହା ମଧ୍ୟ ପଢନ୍ତୁ-Sharad Yadav Passed Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରତ ଯାଦବଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ମୁର୍ଶିଦାବାଦର ବିଭିନ୍ନ ସ୍ଥାନ ସମେତ ହୁସେନଙ୍କ ମାଲିକାନାରେ ଥିବା ସ୍ଥାନ ଗୁଡିକରେ ମଧ୍ୟ ଚଢାଉ କରାଯାଇଥିଲା । ଏହାପରେ ଟଙ୍କା ଜବତ ପରେ ଗଣତି ଆରମ୍ଭ ହୋଇଥିଲା । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ତାହା ଆମେ ଜାଣିବାକୁ ଚାହୁଁଛୁ ବୋଲି କହିଥିଲେ ଆୟକର ବିଭାଗର ଜଣେ ଅଧିକାରୀ ।

ଟିଏମସି ବିଧାୟକଙ୍କ ଘରୁ ୧୧ କୋଟି ଟଙ୍କା ଜବତ ପରେ ବିଜେପି ମୁଖପାତ୍ର ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ''ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ବାସଭବନରୁ କୋଟି କୋଟି ଟଙ୍କା ଜବତ କରାଯାଇଥିଲା । ଏହାପରେ ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ ଶିଳ୍ପମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା । ଏହି ଦୁର୍ନୀତି ସମୟରେ ପାର୍ଥ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ । ଏଥିରୁ ଜଣାପଡୁଛି ଯେ ପଶ୍ଚିମବଙ୍ଗରେ ଶାସକ ଦଳର ନେତା ପୁରା ଦୁର୍ନୀତିରେ ବୁଡି ରହିଛନ୍ତି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.