ETV Bharat / bharat

ପୋଲିସ ଭ୍ୟାନରେ କୁସ୍ତିଯୋଦ୍ଧାଙ୍କ ସ୍ମାଇଲ ସେଲ୍ଫି ! ଆଇଟି ସେଲ୍‌ ନକଲି ଫଟୋ ପୋଷ୍ଟ କରୁଥିବା ଅଭିଯୋଗ କଲେ ପୁନିଆ

author img

By

Published : May 28, 2023, 10:46 PM IST

Updated : May 29, 2023, 6:40 AM IST

ପୋଲିସ ଭ୍ୟାନରେ କୁସ୍ତିଯୋଦ୍ଧାଙ୍କ ସ୍ମାଇଲ ସେଲ୍ଫି । ପ୍ରକୃତ ଫଟୋ ସେୟାର କରି ଅଭିଯୋଗ କଲେ ବଜରଙ୍ଗ ପୁନିଆ । କହିଲେ ନକଲି ଫଟୋ ପୋଷ୍ଟ କରୁଛି IT । ଅଧିକ ପଢନ୍ତୁ

ନକଲି ଫଟୋ ପୋଷ୍ଟ କରୁଛି IT ସେଲ, ଫଟୋ ସେୟାର କରି ଅଭିଯୋଗ କଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଜନ୍ତର ମନ୍ତରରୁ ସଂସଦ ଭବନ ଅଭିମୁଖେ ପଦଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ । ହେଲେ ପୋଲିସ ଭ୍ୟାନରେ ଦୁଇ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫଗଟ ଓ ବିନେଶ ଫଗଟଙ୍କ ସ୍ମାଇଲ ସେଲ୍ଫି ଏବେ ଘୁରି ବୁଲୁଛି । କିନ୍ତୁ ଏହାକୁ ନକଲି ଓ ଆଇଟି ସେଲ ଦ୍ବାରା ପ୍ରସ୍ତୁତ କରାଯାଇ ଅପଲୋଡ କରାଯାଇଥିବା ଅଭିଯୋଗ କରିଛନ୍ତି ଧାରଣାରେ ବସିଥିବା ଅନ୍ୟତମ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ।

  • IT Cell वाले ये झूठी तस्वीर फैला रहे हैं। हम ये साफ़ कर देते हैं की जो भी ये फ़र्ज़ी तस्वीर पोस्ट करेगा उसके ख़िलाफ़ शिकायत दर्ज की जाएगी। #WrestlersProtest pic.twitter.com/a0MngT1kUa

    — Bajrang Punia 🇮🇳 (@BajrangPunia) May 28, 2023 " class="align-text-top noRightClick twitterSection" data=" ">

ପୁନିଆ ଦୁଇଟି ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ‘‘ଆଇଟି ସେଲ୍ ଲୋକମାନେ ଏହି ନକଲି ଫଟୋ ଭାଇରାଲ କରୁଛନ୍ତି । ଆମେ ଏହା ସ୍ପଷ୍ଟ କରୁଛୁ ଯେ, ଏହି ନକଲି ଫଟୋ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରାଯିବ ।’’ ଅନ୍ୟପଟେ ପ୍ରସିଦ୍ଧ ୟୁଟ୍ୟୁବର ଧ୍ରୁବ ରାଠୀ ମଧ୍ୟ କୁସ୍ତିଯୋଦ୍ଧା ପୋଲିସ ଭ୍ୟାନରେ ଯାଉଥିବା ସମୟର ଦୁଇଟି ଫଟୋ ପୋଷ୍ଟ କରିବା ସହ କୁସ୍ତିଯୋଦ୍ଧାମାନଙ୍କ ହସୁଥିବା ଫଟୋକୁ ମିଥ୍ୟା ବୋଲି କହିଛନ୍ତି । କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲଜେନ୍ସି ଦ୍ବାରା ଏହି ନକଲି ଫଟୋ ପ୍ରସ୍ତୁତ କରାଯାଇଥିବା ରାଠୀ କହିଛନ୍ତି ।

ଆଜି ପୂର୍ବାହ୍ନରେ ଏହି କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଭବନ ଅଭିମୁଖେ ପଦଯାତ୍ରାରେ ବାହାରୁଥିବା ବେଳେ ବଳ ପ୍ରୟୋଗ କରି ପୋଲିସ ସେମାନଙ୍କୁ ବାଧା ଦେବା ସହ ଉଠାଇ ନେଇ ଅଟକ ରଖିଥିଲା । ଏହା ସହ ସମଗ୍ର ଜନ୍ତର ମନ୍ତରରେ ଧାରା 144 ଜାରି କରାଯାଇଥିଲା । ଜନ୍ତର ମନ୍ତରରୁ ପୋଲିସ ସେମାନଙ୍କ ଦ୍ବାରା ବନ୍ଧାଯାଇଥିବା ଟେଣ୍ଟ୍‌ ଓ କ୍ୟାମ୍ପକୁ ମଧ୍ୟ ହଟାଇ ଦେଇଛି । ହେଲେ ସେମାନଙ୍କୁ ଭ୍ୟାନ୍‌ରେ ପୋଲିସ ନେବା ବେଳେ ସଙ୍ଗୀତା ଫୋଗଟ ଓ ବିନେଶ ଫୋଗଟଙ୍କ ଏକ ସ୍ମାଇଲ୍‌ ସେଲ୍ଫି ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ସେମାନେ ଏଥିରେ ସ୍ମାଇଲ କରୁଥିଲେ । ହେଲେ ପରେ ବଜରଙ୍ଗ ପୁନିଆ ଦୁଇଟି ଫଟୋ ପୋଷ୍ଟ କରି ସ୍ମାଇଲ ଫଟୋକୁ ଆଇଟି ସେଲ ଦ୍ବାରା ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରାଯାଇଥିବା ଦର୍ଶାଇଥିଲେ ।

ଆଜି ପୂର୍ବାହ୍ନରେ କୁସ୍ତିଯୋଦ୍ଧା ବିନେଶ ଫୋଗଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ ଅନ୍ୟ କିଛି କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥନରେ ଜନ୍ତରମନ୍ତରରେ ବସିଥିବା ଖାପ ପଞ୍ଚାୟତର କିଛି କର୍ମକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇଥିଲା । ଜନ୍ତରମନ୍ତର ଖାଲି କରିବା ବେଳେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଥିଲା । ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଦୀର୍ଘ ସମୟ ଧରି ଅଟକ ରଖିବା ପରେ ସେମାନଙ୍କୁ ମୁକ୍ତ କରିଛି ପୋଲିସ । ଯାହାକୁ ରାଜନୀତି ମଧ୍ୟ ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2023, 6:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.