ନୂଆଦିଲ୍ଲୀ: ଇସ୍ରୋର ସଫଳତା ପରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ବ୍ରାଜିଲ ସାଟେଲାଇଟକୁ ଇସ୍ରୋ ପକ୍ଷରୁ ମହାକାଶ ପଠାଇଛି । ମହାକାଶ ଯାତ୍ରାରେ ଉଭୟ ଦେଶର ସହଯୋଗରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ବୋଲି ମୋଦି କହିଛନ୍ତି । ପିଏମ ମୋଦି ଟ୍ବିଟ କରି ଜଣାଇଛନ୍ତି ।
ଚଳିତ ବର୍ଷ ଇସ୍ରୋ PSLV C51କୁ ସଫଳତା ସହ ଲଞ୍ଚ କରିଛି । ଏହି PSLV C51ରୁ 19ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ପ୍ରଥମ ଥର ବ୍ରାଜିଲ ବୈଜ୍ଞାନିକଙ୍କ ଦ୍ବାରା ବିକଶିତ ସାଟେଲାଇଟ ଆମାଜୋନିଆ -1 ଉତକ୍ଷେପଣ କରାଯାଇଛି ।
ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-1 ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବ । ଉପଭୋକ୍ତାଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରି ମଜବୁତ କରିବ । 18ଟି ସହଯାତ୍ରୀ ଉପଗ୍ରହ ମଧ୍ୟରୁ 4ଟି ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ରରୁ ଯିବାକୁ ଥିବା ବେଳେ ଆଉ 14ଟି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍(NSIL)ରୁ ଉତକ୍ଷେପଣ ହୋଇଛି ।