ETV Bharat / bharat

Gaganyaan Mission: ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବେ ମାନବ

author img

By

Published : Jul 16, 2023, 7:35 AM IST

ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବ ଦେଶର ପ୍ରଥମ ମାନବ ରହିତ ଯାନ 'ଗଗନ ଯାନ'। ପରୀକ୍ଷଣ ପାଇଁ 4ଜଣ ଟ୍ରେନି ମହାକାଶଚାରୀଙ୍କୁ ଚୟନ କରାଯାଇ ବେଙ୍ଗାଲୁରୁରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି । ଅଧିକ ପଢନ୍ତୁ

ମହାକାଶକୁ ଯିବ ମାନବ ରହିତ ଯାନ
ମହାକାଶକୁ ଯିବ ମାନବ ରହିତ ଯାନ

ବେଙ୍ଗାଲୁରୁ: ଗଗନ ଯାନ ମିଶନର ପ୍ରଥମ ପାହାଚ ହେବ ଚନ୍ଦ୍ରଯାନ-3 । ତେବେ 2023ରେ ଅର୍ଥାତ୍ ଚଳିତ ବର୍ଷ ମହାକାଶରେ ଚମତ୍କାର କରିପାରେ ଇସ୍ରୋ । ଗତ 14 ତାରିଖ ISRO ପକ୍ଷରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-3 ଯଦି ସଫଳତା ପୂର୍ବକ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରେ ତେବେ ଏହା ଦେଶ ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ। ଏହା ଇସ୍ରୋ ଦ୍ବାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ହେଉଛି LVM-3 ‘ବାହୁବଳୀ’ ରକେଟ୍ ଭାବରେ ଜଣାଶୁଣା LVM-3 ହେଉଛି ଏକ 3 ପର୍ଯ୍ୟାୟ ବିଶିଷ୍ଟି ରକେଟ୍ ଯାହା ଦୁଇଟି କଠିନ-ଇନ୍ଧନ ବୁଷ୍ଟର ଏବଂ ଏକ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ଯୁକ୍ତ ରହିଛି । ଏହି ମିଶନରେ ଏକ ୨ ମିଟର ଉଚ୍ଚ ଲ୍ୟାଣ୍ଡର ରହିଛି, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ସେଠାରେ ଏକ ରୋଭରକୁ ନିୟୋଜିତ କରିବ। ଆଉ ରୋଭର ପ୍ରାୟ ଦୁଇ ସପ୍ତାହ ଧରି ଚାଲିବ ଏବଂ ଅନେକ ପରୀକ୍ଷା ନିରୀକ୍ଷା କରିବ ବୋଲି ଆଶା କରାଯାଉଛି। ତେବେ LVM-3M4 ଦେଶର ପ୍ରଥମ ମାନବ ସ୍ପେଶ୍ ଫ୍ଲାଇଟ କାର୍ଯ୍ୟକ୍ରମ 'ଗଗନ ଯାନ'କୁ ଖୋରାକ ଯୋଗାଇଛି।

ଗଗନ ଯାନ ମିଶନ କ'ଣ?

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର ସ୍ବପ୍ନର ପ୍ରୋଜେକ୍ଟ ଭାବେ ଜଣାଶୁଣା ଗଗନ ଯାନ ମିଶନ । ଏହା ଭାରତର ଅନ୍ତରୀକ୍ଷ ଯାନ ଅଟେ । ମାନବଙ୍କ ଅନ୍ତରୀକ୍ଷ ଅନ୍ବେଷଣର ପରିକଳ୍ପନା କରାଯାଇ ଏହି ମିଶନର ଶୁଭାରମ୍ଭ କରାଯାଇଥିଲା । ସମସ୍ତ ସ୍ବଦେଶୀ ଜ୍ଞାନ କୌଶଳର ବ୍ୟବହାର କରାଯାଇ ନିର୍ମିତ ଯାନ ହେଉଛି ଗଗନ ଯାନ । ଏହାକୁ କ୍ରୁ ମୋଡ୍ୟୁଲ ଓ ସର୍ଭିସ ମୋଡ୍ୟୁଲ ଆଦି ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗଗନ ଯାନ ସମ୍ବନ୍ଧିତ କାର୍ଯ୍ୟ ସର୍ବପ୍ରଥମେ 2006ରେ ଆରମ୍ଭ କରାଯାଇଥିଲା ଏହି ମିଶନ ପାଇଁ ପାଖାପାଖି 12 ହଜାର 400 କୋଟିର ଆବଶ୍ୟକତା ରହିଥିବା ସରକାରଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ 5 ହଜାର କୋଟି ପ୍ରଦାନ କରାଯାଇଥିଲା । ପରେ 2018 ଜାନୁଆରୀ 26 ସ୍ବତନ୍ତ୍ରତା ଦିବସରେ ଏହି ମିଶନକୁ ଔପଚାରିକ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେବେ ଉତକ୍ଷେପଣ ହେବ ଗଗନ ଯାନ?

ଗଗନ ଯାନ ମିଶନ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଜଣାପଡିଛି । ଏହା ମାନବ ରହିତ ହେବାକୁ ଥିବାବେଳେ ପୃଥିବୀ ପୃଷ୍ଠରୁ ଦୀର୍ଘ 400 କିଲୋମିଟର ଊର୍ଦ୍ଧ୍ବକୁ ମାନବକୁ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କୁ କିଭଳି ସୁରକ୍ଷିତ ଭାବେ ପୁଣି ଥରେ ପୃଥିବୀ ପୃଷ୍ଠକୁ ଅଣାଯାଇ ପାରିବ ସେଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ଗଗନ ଯାନରେ ମଧ୍ୟ LVM-3M4 ରକେଟର ବ୍ୟବହାର କରାଯାଇଛି । କାରଣ ଇସ୍ରୋ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, LVM-3M4କୁ ବ୍ୟବହାରରେ ଏପର୍ଯ୍ୟନ୍ତ 7ଟି ମିଶନ ସଫଳତା ପାଇସାରିଛି । ତେଣୁ ନିର୍ଦ୍ବନ୍ଦ୍ବରେ ଏହାକୁ ବ୍ୟବହାର କରି ଗଗନ ଯାନ ମିଶନ ଆରମ୍ଭ କରିବା ନେଇ ପ୍ରକାଶ କରିଛନ୍ତି ବୈଜ୍ଞାନିକ । ସୂଚନା ଅନୁସାରେ, ଗଗନ ଯାନ ମିଶନର ନେତୃତ୍ବ ବାୟୁସେନାକୁ ଦିଆଯାଇଛି । ତେବେ ପରୀକ୍ଷଣ ପାଇଁ 4ଜଣ ଟ୍ରେନି ମହାକାଶଚାରୀଙ୍କୁ ଚୟନ କରାଯାଇ ବେଙ୍ଗାଲୁରୁରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ...chanrdarayan-3: ବଦଳିବ କି ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ଷ୍ଟ୍ରାଟେଜି ? ଏମିତି କହିଲେ 'Moon Man of India'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.