ETV Bharat / bharat

Gaganyaan program of ISRO: ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ମହାକାଶଚାରୀଙ୍କ ପ୍ରଶିକ୍ଷଣ - ମହାକାଶଚାରୀଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ଅପଡେଟ

ମିଶନ ଗଗନୟାନ (Gaganyaan program)ପାଇଁ ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ମହାକାଶଚାରୀଙ୍କ ପ୍ରଶିକ୍ଷଣ । ବେଙ୍ଗାଲୁରୁରେ ପ୍ରଶିକ୍ଷଣ ଆରମ୍ଭ ହେବା ନେଇ ISRO ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Gaganyaan program of ISRO: ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ମହାକାଶଚାରୀଙ୍କ ପ୍ରଶିକ୍ଷଣ

author img

By

Published : Nov 27, 2021, 9:13 PM IST

ବେଙ୍ଗାଲୁରୁ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବହୁ ପ୍ରତୀକ୍ଷିତ ମିଶନ (Gaganyaan program) ପାଇଁ ମହାକାଶଚାରୀଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିବ ISRO । ଡିସେମ୍ବର ସୁଦ୍ଧା ବେଙ୍ଗାଲୁରୁରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ କୁହାଯାଇଛି । ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରୋଡରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏକ ଆଷ୍ଟ୍ରୋନଟ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଭାରତର ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ସ୍ପେସ୍ ମିଶନ ‘ଗଗନୟାନ’ ପ୍ରଶିକ୍ଷଣ ପାଇଁ ବେଙ୍ଗାଲୁରୁର ଚିତ୍ରଦୁର୍ଗା ଜିଲ୍ଲା ନିକଟସ୍ଥ ଚ୍ୟାଲେକେର୍ କ୍ୟାମ୍ପସରେ ଏକ ବୃହତ ଏବଂ ଅଧିକ ଉନ୍ନତ ମହାକାଶଚାରୀ ତାଲିମ କେନ୍ଦ୍ର ନିର୍ମାଣ କରାଯିବ । ପୁରୁଣା ବିମାନ ବନ୍ଦର ରାସ୍ତାରେ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍ (IAM)ରେ ଗଗନୟାନ ମିଶନ ପାଇଁ ଏକ ଆଡ୍ ହକ୍ ସୁବିଧା ହେବ ଯାହାକି ISROର ମୁଖ୍ୟାଳୟ ନିକଟବର୍ତ୍ତୀ ହୋଇଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବିବେଚନା କରାଯାଉଛି ।

ତେବେ କିପରି ରହିବ ପ୍ରଶିକ୍ଷଣର ସିଲାବସ :-

ମହାକାଶଚାରୀ ପ୍ରଶିକ୍ଷଣ ପାଇଁ ସିଲାବସ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଏକ ଉଚ୍ଚସ୍ତରୀୟ ପ୍ରଶିକ୍ଷକ ପ୍ୟାନେଲ ମଧ୍ୟ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଏହି ପ୍ୟାନେଲରେ IAM, IISc, IITର ବିଶେଷଜ୍ଞଙ୍କ ସହ କିଛି ପୂର୍ବତନ ISRO ନିର୍ଦ୍ଦେଶକ / ଉପ ନିର୍ଦ୍ଦେଶକଙ୍କ ଭଳି ସଦସ୍ୟ ମଧ୍ୟ ଅଛନ୍ତି । ବିଭିନ୍ନ ଆଇଟମ୍ ମଡ୍ୟୁଲ୍, କକ୍ଷପଥ ଦୂରତା, ବୈଷୟିକ ପ୍ରଣାଳୀ, ଆର୍ଦ୍ରତା ଏବଂ ତାପମାତ୍ରା ପ୍ରମୁଖ ଉପରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଧାରିତ ହେବ । ସେହିପରି ଏହି ପ୍ରଶିକ୍ଷଣରେ Pratical trainingକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି ।

ବ୍ୟବହାରିକ ତାଲିମ (Pratical training) ପାଇଁ, ISRO ତିନି ପ୍ରକାରର ସିମୁଲେଟର ବ୍ୟବହାର କରିବ । ଏହି ଅଭିଯାନ ସମ୍ପର୍କରେ ଇସ୍ରୋ କହିଛି ଏହା ଏକ ପୂର୍ବ ପ୍ରସ୍ତୁତି, ପ୍ରକୃତ ମିଶନ ଆରମ୍ଭ ହେବା ପାଇଁ ଆଉ କିଛି ସମୟ ବାକି ଅଛି । ବର୍ତ୍ତମାନ କେବଳ ଗଗନାୟନର ପ୍ରଶିକ୍ଷଣ ଉପରେ ଧ୍ୟାନ ଦିଆଯାଉଥିବା କହିଛି ISRO ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.