ନୂଆଦିଲ୍ଲୀ: ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (SSLV) ପାଇଁ ନୂତନ ବିକଶିତ ସଲିଡ୍ ବୁଷ୍ଟର୍ ଷ୍ଟେଜ୍ (SS1) ର ସଫଳ ଗ୍ରାଉଣ୍ଡ୍ ଟେଷ୍ଟ୍ କରିଛି ଭାରତୀୟ ମହାକାଶ ଗବେେଷଣା ସଂସ୍ଥା (ISRO) । ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଆଜି ଏହି ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ଏହି ପର୍ଯ୍ୟାୟର ପରୀକ୍ଷଣ ଆଜି ପୂର୍ବାହ୍ନ ୧୨.୦୫ ରେ କରାଯାଇଥିବା ଟ୍ବିଟରରେ ସୂଚନା ଦେଇଛି ଇସ୍ରୋ ।
-
(1/3) Today, ISRO successfully carried out the ground testing of the newly developed solid booster stage (SS1) for its new launch vehicle Small Satellite Launch Vehicle (SSLV) at Satish Dhawan Space Centre, Sriharikota, at 1205 hrs. pic.twitter.com/tOj2d2g2cg
— ISRO (@isro) March 14, 2022 " class="align-text-top noRightClick twitterSection" data="
">(1/3) Today, ISRO successfully carried out the ground testing of the newly developed solid booster stage (SS1) for its new launch vehicle Small Satellite Launch Vehicle (SSLV) at Satish Dhawan Space Centre, Sriharikota, at 1205 hrs. pic.twitter.com/tOj2d2g2cg
— ISRO (@isro) March 14, 2022(1/3) Today, ISRO successfully carried out the ground testing of the newly developed solid booster stage (SS1) for its new launch vehicle Small Satellite Launch Vehicle (SSLV) at Satish Dhawan Space Centre, Sriharikota, at 1205 hrs. pic.twitter.com/tOj2d2g2cg
— ISRO (@isro) March 14, 2022
ପରୀକ୍ଷଣ ସମ୍ପର୍କରେ ସୂଚନା ଦେଇ ଇସ୍ରୋ କହିଛି, ଆଜିର ସଫଳ ପରୀକ୍ଷଣ SSLV (SSLV-D1)ର ପ୍ରଥମ ବିକାଶମୂଳକ ଉଡ଼ାଣର ଅଗ୍ରଗତି ନେଇ ଯଥେଷ୍ଟ ଆତ୍ମବିଶ୍ୱାସ ଦେଇଛି । SSLV ର ଅବଶିଷ୍ଟ ପର୍ଯ୍ୟାୟ (SS2 & SS3) ଆବଶ୍ୟକ ଗ୍ରାଉଣ୍ଡ ପରୀକ୍ଷଣ ସଫଳତାର ସହିତ କରିଛି ଏବଂ ଏକୀକରଣ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ମଧ୍ୟ ଆରମ୍ଭ ହୋଇସାରିଛି । କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ୍ ଯାନ (SSLV) ହେଉଛି ଏକ ଛୋଟ-ଲିଫ୍ଟ ଲଞ୍ଚ ଯାନ ଯାହାକି 600 କିଲୋଗ୍ରାମ ପେଲୋଡ୍ ଲୋ ଆର୍ଥ କକ୍ଷପଥ (LEO) କିମ୍ବା 300 କିଲୋଗ୍ରାମ ପେଲୋଡ୍ ସନ୍-ସିଙ୍କ୍ରୋନସ୍ କକ୍ଷପଥ (SSO) ରେ ଉପଗ୍ରହକୁୁ ଅବସ୍ଥାପିତ କରିପାର କ୍ଷମତା ରଖିଥାଏ ।
ସେହିପରି ଏହି ଯାନର ଡିଜାଇନ୍ 2018 ମସିହାରେ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର (VSSC) ଦ୍ୱାରା ପ୍ରସ୍ତୁତ ହୋଇଥିଲା । ତେବେ ସଫଳତାର ସହ ଏହାର ଏକାଧିକ ଉଡାଣ ପ୍ରୟୋଗ ଶେଷ ହୋଇଥିବାବେଳେ ଚଳିତବର୍ଷ ଏହାର ଉତକ୍ଷେପଣ ହେବା ନେଇ ମଧ୍ୟ ଆଶା କରାଯାଉଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ