ETV Bharat / bharat

ଗଗନଯାନ ମିଶନ, ଗ୍ରାଉଣ୍ଡ ପରୀକ୍ଷଣରେ ISROକୁ ଆଉ ଏକ ସଫଳତା

author img

By

Published : Aug 10, 2022, 10:45 PM IST

ମିଶନ ଗଗନଯାନରେ ଇସ୍ରୋକୁ ବଡ ସଫଳତା । ଆଉ ଏକ ପର୍ଯ୍ୟାୟର ଗୁରୁତ୍ବପୂର୍ଣ୍ଣ ଗ୍ରାଉଣ୍ଡ ପରୀକ୍ଷଣ ସଫଳ । ଶ୍ରୀହରକୋଟାରେ ହେଲା ପରୀକ୍ଷଣ । ଅଧିକ ପଢନ୍ତୁ

ଗଗନଯାନ ମିଶନ, ଗ୍ରାଉଣ୍ଡ ପରୀକ୍ଷଣରେ ISRO କୁ ଆଉ ଏକ ସଫଳତା

ଅମରାବତୀ: ଭାରତର ବହୁପ୍ରତୀକ୍ଷିତ ମହାକାଶ ମିଶନ ଗଗନଯାନ (Gaganyaan project) ଗବେଷଣାରେ ଆଉ ଏକ ବଡ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ଆଜି (ବୁଧବାର) ମିଶନ ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣକୁ ସଫଳତାର ସହ ଶେଷ କରି ମାଇଲଷ୍ଟୋନ ଅତିକ୍ରମ କରିଛି ସଂସ୍ଥା । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଡ.ସତୀଶ ଧାଓ୍ବାନ ମହାକାଶ ଗବେଷଣା କେନ୍ଦ୍ରରେ ଏହି ଗ୍ରାଉଣ୍ଡ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି ।

  • Today, ISRO achieved an important milestone in the Gaganyaan project by successfully test-firing the Low Altitude Escape Motor of Crew Escape System (CES), from Sriharikota: ISRO

    CES takes away the Crew module in case of eventuality & rescues the astronauts pic.twitter.com/C90LkNxLXC

    — ANI (@ANI) August 10, 2022 " class="align-text-top noRightClick twitterSection" data=" ">

Today, ISRO achieved an important milestone in the Gaganyaan project by successfully test-firing the Low Altitude Escape Motor of Crew Escape System (CES), from Sriharikota: ISRO

CES takes away the Crew module in case of eventuality & rescues the astronauts pic.twitter.com/C90LkNxLXC

— ANI (@ANI) August 10, 2022

ଆଜି ପରୀକ୍ଷଣରେ କ୍ର୍ୟୁ ଏସକେପ ସିଷ୍ଟମ (CES)ର ଲୋ-ଅଲ୍ଟିଟ୍ୟୁଡ ଏସକେପ ମୋଟର (Low Altitude Escape Motor of Crew Escape System)ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଗ୍ରାଉଣ୍ଡ ମୋଡରେ ଉତକ୍ଷେପଣ ମଧ୍ୟ କରାଯାଇଥିଲା । ତେବେ ପରୀକ୍ଷଣ ବେଳେ ସମସ୍ତ ଯନ୍ତ୍ରାଂଶ ସଠିକ ଭାବେ କାର୍ଯ୍ୟ କରିବା ସହ ସଫଳତାର ସହ ସମସ୍ତ ନିର୍ଦ୍ଧାରିତ ପାରାମିଟର ଅତିକ୍ରମ କରଛି । ଯାହା ମିଶନର ଗବେଷଣାର ଏକ ମାଇଲଖୁଣ୍ଟ ବୋଲି ସଂସ୍ଥା କହିଛି । ପୂର୍ବରୁ ମଧ୍ୟ ଇସ୍ରୋ ଅନ୍ୟ କିଛି ପର୍ଯ୍ୟାୟର ପରୀକ୍ଷଣ ସଫଳତାର ସହ ଶେଷ କରିସାରିଛି ।

ଗଗନଯାନ ହେଉଛି ଭାରତୀୟ ମହାକାଶ ଗବେଷଣାର ଏକ ପ୍ରମୁଖ ମିଶନ (Indian human spaceflight programme) । ଏଥିରେ ମହାକାଶକୁ ମନୁଷ୍ୟ ପ୍ରେରଣର ଲକ୍ଷ୍ୟ ରଖିଛି ଭାରତ । ତେବେ ଏହି ବହୁପ୍ରତୀକ୍ଷିତ ମିଶନକୁ 2024 ରେ ସଫଳତାର ରୂପ ଦେବା ନେଇ ମିଶନମୋଡରେ ଗବେଷଣା ଜାରି ରଖିଛି ଭାରତୀୟ ମହାକାଶ ସଂସ୍ଥା । 2024 ରେ ଏହି ମିଶନରେ ଭାରତ ମହାକାଶଚାରୀଙ୍କ ସହ ମହାକାଶ ଯାନ ଉତକ୍ଷେପଣ କରିବ । ISRO ସହ ଏହି ମିଶନରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଓ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ମଧ୍ୟ ସହଯୋଗୀ ସଂସ୍ଥା ଭାବେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଅମରାବତୀ: ଭାରତର ବହୁପ୍ରତୀକ୍ଷିତ ମହାକାଶ ମିଶନ ଗଗନଯାନ (Gaganyaan project) ଗବେଷଣାରେ ଆଉ ଏକ ବଡ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ଆଜି (ବୁଧବାର) ମିଶନ ସମ୍ପର୍କିତ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣକୁ ସଫଳତାର ସହ ଶେଷ କରି ମାଇଲଷ୍ଟୋନ ଅତିକ୍ରମ କରିଛି ସଂସ୍ଥା । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଡ.ସତୀଶ ଧାଓ୍ବାନ ମହାକାଶ ଗବେଷଣା କେନ୍ଦ୍ରରେ ଏହି ଗ୍ରାଉଣ୍ଡ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି ।

  • Today, ISRO achieved an important milestone in the Gaganyaan project by successfully test-firing the Low Altitude Escape Motor of Crew Escape System (CES), from Sriharikota: ISRO

    CES takes away the Crew module in case of eventuality & rescues the astronauts pic.twitter.com/C90LkNxLXC

    — ANI (@ANI) August 10, 2022 " class="align-text-top noRightClick twitterSection" data=" ">

ଆଜି ପରୀକ୍ଷଣରେ କ୍ର୍ୟୁ ଏସକେପ ସିଷ୍ଟମ (CES)ର ଲୋ-ଅଲ୍ଟିଟ୍ୟୁଡ ଏସକେପ ମୋଟର (Low Altitude Escape Motor of Crew Escape System)ର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଗ୍ରାଉଣ୍ଡ ମୋଡରେ ଉତକ୍ଷେପଣ ମଧ୍ୟ କରାଯାଇଥିଲା । ତେବେ ପରୀକ୍ଷଣ ବେଳେ ସମସ୍ତ ଯନ୍ତ୍ରାଂଶ ସଠିକ ଭାବେ କାର୍ଯ୍ୟ କରିବା ସହ ସଫଳତାର ସହ ସମସ୍ତ ନିର୍ଦ୍ଧାରିତ ପାରାମିଟର ଅତିକ୍ରମ କରଛି । ଯାହା ମିଶନର ଗବେଷଣାର ଏକ ମାଇଲଖୁଣ୍ଟ ବୋଲି ସଂସ୍ଥା କହିଛି । ପୂର୍ବରୁ ମଧ୍ୟ ଇସ୍ରୋ ଅନ୍ୟ କିଛି ପର୍ଯ୍ୟାୟର ପରୀକ୍ଷଣ ସଫଳତାର ସହ ଶେଷ କରିସାରିଛି ।

ଗଗନଯାନ ହେଉଛି ଭାରତୀୟ ମହାକାଶ ଗବେଷଣାର ଏକ ପ୍ରମୁଖ ମିଶନ (Indian human spaceflight programme) । ଏଥିରେ ମହାକାଶକୁ ମନୁଷ୍ୟ ପ୍ରେରଣର ଲକ୍ଷ୍ୟ ରଖିଛି ଭାରତ । ତେବେ ଏହି ବହୁପ୍ରତୀକ୍ଷିତ ମିଶନକୁ 2024 ରେ ସଫଳତାର ରୂପ ଦେବା ନେଇ ମିଶନମୋଡରେ ଗବେଷଣା ଜାରି ରଖିଛି ଭାରତୀୟ ମହାକାଶ ସଂସ୍ଥା । 2024 ରେ ଏହି ମିଶନରେ ଭାରତ ମହାକାଶଚାରୀଙ୍କ ସହ ମହାକାଶ ଯାନ ଉତକ୍ଷେପଣ କରିବ । ISRO ସହ ଏହି ମିଶନରେ ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଓ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ମଧ୍ୟ ସହଯୋଗୀ ସଂସ୍ଥା ଭାବେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.