ETV Bharat / bharat

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ, ସୋମବାର ହୋଇଥିଲେ କୋଭିଡ ସଂକ୍ରମିତ - ଇସ୍ରାଏଲ ପ୍ରଧାନମନ୍ତ୍ରୀ ଗସ୍ତ ବାତିଲ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ । ଗତକାଲି ପ୍ରଧାନମନ୍ତ୍ରୀ ବେନେଟ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଅଧିକ ପଢନ୍ତୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ, ସୋମବାର ହୋଇଥିଲେ କୋଭିଡ ସଂକ୍ରମିତ

author img

By

Published : Mar 29, 2022, 5:04 PM IST

ଜେରୁଜେଲମ: ଏପ୍ରିଲ ୩ ତାରିଖରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିବାକୁ ଥିବାବେଳେ ଏହି ଗସ୍ତ ବାତିଲ ହୋଇଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟିଲ ବେନେଟ ଏପ୍ରିଲ ୩ ତାରିଖରୁ ଦୁଇ ଦିନି ଆଭାରତ ଗସ୍ତରେ ଆସିବାକୁ ଥିବାବେଳେ ଗତକାଲି ସେ କୋଭିଡ ସଂକ୍ରମିିତ ହୋଇଥିବା ଜଣାପଡିଥିଲା । ତେବେ ସେ ସଂକ୍ରମିତ ଜଣାପଡିବା ପରେ ତାଙ୍କ ବିଦେଶ ଗସ୍ତ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ଆଜି ତାଙ୍କ ଭାରତ ଗସ୍ତ ବାତିଲ ହୋଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ।

ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଗସ୍ତ ପାଇଁ ଆଉ ଏକ କାର୍ଯ୍ୟସୂଚୀ ସ୍ଥିର ହେବା ନେଇ କୁହାଯାଇଛି । ତେବେ କେବେ ଦ୍ବିତୀୟ ଗସ୍ତସୂଚୀ ଜାରି ହୋଇପାରେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଭାରତ-ଇସ୍ରାଏଲର ଦ୍ବିପାକ୍ଷିକ ସମ୍ପର୍କର ୩୦ବର୍ଷ ପୂର୍ତ୍ତି ଅବସରରେ ବେନେଟଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଗସ୍ତର ଦୁଇ ଦିନ ପୂର୍ବରୁ ଅର୍ଥାତ ଗତକାଲି ବେନେଟ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପରେ ତାଙ୍କର ନିକଟତମ ବିଦେଶ ଗସ୍ତ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ତାହା ହିଁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.