ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନୈତିକ ସମ୍ପର୍କର 30 ବର୍ଷ ପୂର୍ତ୍ତି ଅବସରରେ ଭାରତ ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ । ପ୍ରଧାନମନ୍ତ୍ରୀ ବେନେଟଙ୍କ ସହ ଅନ୍ୟ କିଛି ବରିଷ୍ଠ ଇସ୍ରାଏଲି ଅଧିକାରୀ ମଧ୍ୟ ଭାରତ ଆସିପାରନ୍ତି ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲନ ଆଜି (ସୋମବାର) ସୂଚନା ଦେଇଛନ୍ତି । ତେବେ ଏହି ଗସ୍ତ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଚୂଡାନ୍ତ ହୋଇନାହିଁ ।
-
A special logo for the celebrations of India-Israel@30 years was unveiled today by Amb. Sanjeev Singla and Amb. @NaorGilon virtually. Happy to note that the logo was designed by Indian designer Nikhil Kumar Rai from NID. #IndiaIsrael30 pic.twitter.com/AiaqKd5scm
— India in Israel (@indemtel) January 24, 2022 " class="align-text-top noRightClick twitterSection" data="
">A special logo for the celebrations of India-Israel@30 years was unveiled today by Amb. Sanjeev Singla and Amb. @NaorGilon virtually. Happy to note that the logo was designed by Indian designer Nikhil Kumar Rai from NID. #IndiaIsrael30 pic.twitter.com/AiaqKd5scm
— India in Israel (@indemtel) January 24, 2022A special logo for the celebrations of India-Israel@30 years was unveiled today by Amb. Sanjeev Singla and Amb. @NaorGilon virtually. Happy to note that the logo was designed by Indian designer Nikhil Kumar Rai from NID. #IndiaIsrael30 pic.twitter.com/AiaqKd5scm
— India in Israel (@indemtel) January 24, 2022
ଦୁଇ ଦେଶ ମଧ୍ୟରେ ଦୀର୍ଘ ବର୍ଷର ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ରହିଆସିଛି । ଚଳିତ ବର୍ଷ ଦୁଇ ଦେଶ କୂଟନୈତିକ ସମ୍ପର୍କ ୩୦ ବର୍ଷରେ ପହଞ୍ଚିଛି । ଏକ ଭର୍ଚ୍ଚୁଆଲ୍ ୱେବିନାରରେ ରାଷ୍ଟ୍ରଦୂତ ଗିଲନ୍ କହିଛନ୍ତି, ସେ ଭାରତରେ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହେବାର ଅବସର ତାଙ୍କୁ ମିଳିଥିବାରୁ ସେ ବେଶ ଖୁସି । ଦୁଇ ଦେଶ ପରସ୍ପରର ବନ୍ଧୁ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ପରସ୍ପର ସହଭାଗିତାରେ ଉଭୟ ଭାରତ ଓ ଇସ୍ରାଏଲ ନିଜର ବନ୍ଧୁତ୍ବପୂର୍ଣ୍ଣ ଯାତ୍ରା ଜାରି ରଖିଛନ୍ତି ।
ଦୁଇ ଦେଶର ସମ୍ପର୍କରେ ଆହୁରି ସୁଦୃଢତା ଆଣିବା ପାଇଁ କୂଟନୈତିକ ସମ୍ପର୍କର ୩୦ ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ ଓ ଦେଶର ଅନ୍ୟ କିଛି ବରିଷ୍ଠ ନେତୃମଣ୍ଡଳୀ ଭାରତ ଗସ୍ତ କରିବେ । ଗତ ବର୍ଷ ଇସ୍ରାଏଲ ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ବେନେଟଙ୍କୁ ନିମନ୍ତ୍ରଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ