ETV Bharat / bharat

Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଦୁଃଖ ପ୍ରକାଶ

author img

By ETV Bharat Odisha Team

Published : Oct 19, 2023, 9:11 PM IST

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣାରେ ଶୋକ । ଭାରତ ମାନବୀୟ ସହାୟତା ଜାରି ରଖିବା ନେଇ ଦେଲେ ପ୍ରତିଶୃତି । ଆଜି ଇସ୍ରାଏଲ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ । ଅଧିକ ପଢନ୍ତୁ

Israel-Palestine war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଗାଜା ହସ୍ପିଟାଲ ଆକ୍ରମଣରେ କଲେ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ଆଜି ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଜା ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କରିବା ସହ ପାଲେଷ୍ଟାଇନକୁ ମାନବୀୟ ସହାୟତା ରାଶି ପ୍ରଦାନ ଜାରି ରହିବା ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଆଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ‘ଏକ୍ସ’ ହ୍ୟାଣ୍ଡଲରେ ଟ୍ବିଟ କରିଛନ୍ତି ।

  • Spoke to the President of the Palestinian Authority H.E. Mahmoud Abbas. Conveyed my condolences at the loss of civilian lives at the Al Ahli Hospital in Gaza. We will continue to send humanitarian assistance for the Palestinian people. Shared our deep concern at the terrorism,…

    — Narendra Modi (@narendramodi) October 19, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟରେ କହିଛନ୍ତି, ‘‘ପାଲେଷ୍ଟାଇନ ଅଥରିଟି ରାଷ୍ଟ୍ରପତି ମହମୁଦ ଆବ୍ବାସଙ୍କ ସହ ଫୋନରେ ଆଲୋଚନା ହୋଇଛି । ଗାଜାରେ ଏକ ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣରେ ଦୁଃଖ ପ୍ରକାଶ କଲି । ପାଲେଷ୍ଟାଇନ ନାଗରିକଙ୍କ ପାଇଁ ଭାରତ ମାନବୀୟ ସହାୟତା ରାଶି ପଠାଇବା ଜାରି ରଖିବ । ଉକ୍ତ ଅଞ୍ଚଳରେ ଜାରି ରହିଥିବା ଦୁଇ ଦେଶ ମଧ୍ୟରେ ହିଂସାତ୍ମକ ସ୍ଥିତି ଓ ଆତଙ୍କବାଦ ପ୍ରସଙ୍ଗରେ ମଧ୍ୟ ଭାରତ ଗଭୀର ଚିନ୍ତିତ ରହିଛି ।’’

ଦୁଇଦିନ ତଳେ ଗାଜାରେ ଏକ ହସ୍ପିଟାଲରେ ରକେଟ ଆକ୍ରମଣରେ ପ୍ରାୟ 5 ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅଧିକାଂଶ ସାଧାରଣ ପାଲେଷ୍ଟାନୀୟ ନାଗରିକ ରହିଛନ୍ତି । ଏହି ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କରୁଛନ୍ତି ‘ହମାସ’ ଗୋଷ୍ଠୀ ଓ ଇସ୍ରାଏଲ ସେନା । ହମାସ ଓ ପାଲେଷ୍ଟାଇନ ଏହାକୁ ଇସ୍ରାଏଲ ସେନାର ରକେଟ ମାଡ କହୁଥିବା ବେଳେ ଇସ୍ରାଏଲ ସେନା ମଧ୍ୟ ଡିଜିଟାଲ ପ୍ରମାଣ ଜାରି କରି ଏହା ହମାସ ଗୋଷ୍ଠୀର ଆକ୍ରମଣ ବୋଲି ଅଭିଯୋଗ କରିଛି । ଇସ୍ରାଏଲ ସେନାକୁ ଗାଜାରୁ ଟାର୍ଗେଟ ବେଳେ ଏହା ମିସ-ଫାଏର ହୋଇ ଏହି ହସ୍ପିଟାଲ ଉପରେ ପଡିଥିବା ଇସ୍ରାଏଲ କହିଛି । ଅନ୍ୟପଟେ ଆମେରିକା ସମେତ ଅନ୍ୟ କିଛି ଦେଶ ଏହାକୁ ଇସ୍ରାଏଲର ଆକ୍ରମଣ ବୋଲି ସ୍ବୀକାର କରିନାହାନ୍ତି ।

ଗତକାଲି ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଇସ୍ରାଏଲରେ ପହଞ୍ଚି ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଆଲୋଚନା କରିଥିଲେ । ଆମେରିକା ସବୁ ପରିସ୍ଥିତିରେ ଇସ୍ରାଏଲ ସହ ରହିଛି ଓ ଆଗକୁ ରହିବ ବୋଲି ଅଭୟବାଣୀ ଦେଇଥିଲେ । ଆଜି ଏହି କ୍ରମରେ ବ୍ରିଟେନ ମଧ୍ୟ ସାମିଲ ହୋଇଛି । ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଟେଲ-ଆଭିଭରେ ପହଞ୍ଚି ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ବ୍ରିଟେନ ମଧ୍ୟ ଇସ୍ରାଏଲ ସହ ରହିଛି ବୋଲି ସୁନକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ଜୋ ବାଇଡେନ, ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଜୋର୍ଡାନରେ ଶିଖର ବୈଠକ ବାତିଲ

ଭାରତ ଆକ୍ରମଣର ପ୍ରଥମ ଦିନରୁ ସନ୍ତୁଳନ ରକ୍ଷା କରି ନିଜର ଆଭିମୁଖ୍ୟ ରଖିଆସିଛି । ଗାଜାପଟିରୁ ଇସ୍ରାଏଲ ଉପରେ ହୋଇଥିବା ରକେଟ ଆକ୍ରମଣକୁ ଆତଙ୍କବାଦୀ ଆକ୍ରମଣ କହି ନିନ୍ଦା କରିଥିଲା ଭାରତ । ଇସ୍ରାଏଲକୁ ନୈତିକ ସମର୍ଥନ ମଧ୍ୟ ଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଏବେ ଗାଜା ହସ୍ପିଟାଲରେ ହୋଇଥିବା ଆକ୍ରମଣରେ ଭାରତ ଦୁଃଖ ପ୍ରକାଶ କରିଛି । ପେଲଷ୍ଟାଇନକୁ ମାନବୀୟ ସହୟତା ରାଶି ମଧ୍ୟ ପଠାଇବା ଜାରି ରଖିବା ନେଇ ପ୍ରତିଶୃତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.