ETV Bharat / bharat

Israel Palestine Conflict: ପାଲେଷ୍ଟାଇନ ସମର୍ଥନରେ AMU ଛାତ୍ର, ହମାସ ପୁତ୍ତଳିକା ଜାଳିଲା ବଜରଙ୍ଗ ଦଳ

author img

By ETV Bharat Odisha Team

Published : Oct 9, 2023, 12:33 PM IST

ଇସ୍ରାଇଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତର ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦେଶର ପ୍ରଧାନମନ୍ତ୍ରୀ ଇସ୍ରାଏଲ ସମର୍ଥନରେ ବାହାରିଥିବା ବେଳେ ଅଲିଗଡ଼ ଛାତ୍ରଛାତ୍ରୀ କିନ୍ତୁ ପାଲେଷ୍ଟାଇନକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି । ଅନ୍ୟପଟେ ଇସ୍ରାଏଲକୁ ସମର୍ଥନ କରିଛି ବଜରଙ୍ଗୀ ଦଳ । ଅଧିକ ପଢନ୍ତୁ...

Etv Bharat
Etv Bharat
ପାଲେଷ୍ଟାଇନ ସମର୍ଥନରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ

ଆଲିଗଡ: ଇସ୍ରାଇଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତର ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଦେଶର ପ୍ରଧାନମନ୍ତ୍ରୀ ଇସ୍ରାଇଲ ସମର୍ଥନରେ ବାହାରିଥିବା ବେଳେ ଆଲିଗଡ ଛାତ୍ରଛାତ୍ରୀ କିନ୍ତୁ ପାଲେଷ୍ଟାଇନକୁ ସମର୍ଥନ କରି ଓ ଇସ୍ରାଏଲ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି । ରବିବାର ରାତିରେ ଶତାଧିକ ଛାତ୍ରଛାତ୍ରୀ କଲେଜ ପରିସରରେ ପାଲେଷ୍ଟାଇନ ସମର୍ଥନରେ ପ୍ରଦର୍ଶନ କରିଛନ୍ତି ।

ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ବର୍ଷ ବର୍ଷ ଧରି ଜାରି ରହିଥିବା ବିବାଦ ଏବେ ଯୁଦ୍ଧର ନାଁ ନେଇଛି । ଶନିବାର ଦିନ ପାଲେଷ୍ଟାଇନର ହମାସ ଆତଙ୍କବାଦୀର ଇସ୍ରାଏଲ ଉପରେ 5000 ରକେଟ ମାଡ ପରେ ପ୍ରତିଆକ୍ରାମଣ ହୋଇଉଠିଛି ଇସ୍ରାଏଲ । ଏହାର କଡା ଜବାବ ଦେବାକୁ ଯାଇ ପାଲେଷ୍ଟାଇନରେ ଘନ ଘନ ମିସାଇଲ ଓ ରକେଟ ମାଡ କରି ଧ୍ୱଂସାବଶେଷରେ ପରିଣତ କରିବାକୁ ଲାଗି ପଡିଛି ଇସ୍ରାଏଲ । ହମାସ ପକ୍ଷରୁ ବି ଇସ୍ରାଇଲରେ ଆକ୍ରମଣ ଜାରି ରହିଛି । ତେବେ ଏହାମଧ୍ୟରେ ଭାରତର ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରେ ଏହି ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି । ଶତାଧିକ ଛାତ୍ରଛାତ୍ରୀ ପାଲେଷ୍ଟାଇନ ସମର୍ଥନରେ ଶୋଭାଯାତ୍ରା ଓ ନାରାବାଜି କରିଛନ୍ତି । ଇସ୍ରାଇଲକୁ ନିନ୍ଦା କରିବା ସହ ପାଲେଷ୍ଟାଇନ ଉପରେ ଅତ୍ୟାଚାର ହେଉଥିବା କହିଛନ୍ତି ପ୍ରଦର୍ଶନକାରୀ ଛାତ୍ରଛାତ୍ରୀ ।

ଏହାମଧ୍ୟ ପଢନ୍ତୁ.. ଗାଜାରୁ 5000 ରକେଟ ବର୍ଷା; ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଶତାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଓ୍ୱି ଷ୍ଟାଣ୍ଡ ଓ୍ବିଥ୍ ପାଲେଷ୍ଟାଇନ( We Stand with Palestine), ଓ୍ୱି ଷ୍ଟାଣ୍ଡ ଫର ପାଲେଷ୍ଟାଇନ(We Stand for Palestine), AMU ଷ୍ଟାଣ୍ଡ୍‌ ଫର ପାଲେଷ୍ଟାଇନ( AMU Stand for Palestine) ଓ ଆଲ୍ଲହା ହୁ ଆକବର ଭଳି ଧାର୍ମିକ ନାରାବାଜି କରିଥିଲେ । ପାଲେଷ୍ଟାଇନ ଉପରେ ଅତ୍ୟାଚାର କରାଯାଉଥିବା କହିଥିଲେ ଛାତ୍ରଛାତ୍ରୀ ।

ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ସାରା ଦେଶ ନେତାମାନେ ୟୁକ୍ରେନ ସମର୍ଥନରେ ବାହାରିଥିଲେ କିନ୍ତୁ ପାଲେଷ୍ଟାଇନ ଯେତେବେଳେ ସଙ୍କଟରେ ଅଛି ସେତେବେଳେ ସମସ୍ତେ ଚୁପ ରହିଛନ୍ତି । ଅଲିଗଡ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାଲେଷ୍ଟାଇନ ସହ ଅଛନ୍ତି ଓ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । 70 ବର୍ଷ ହେଲା ପାଲେଷ୍ଟାଇନ ଉପରେ ଅତ୍ୟାଚାର କରାଯାଉଥିବା କହିଛନ୍ତି ପ୍ରଦର୍ଶନକାରୀ । ଏଭଳି ଘଡ଼ିସନ୍ଧି ସମୟରେ ପାଲେଷ୍ଟାଇନ ସହ ଅଲିଗଡ଼ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ରହିଛନ୍ତି ଓ ପାଲେଷ୍ଟାଇନ ସମର୍ଥନ କରିବାକୁ ସମସ୍ତ ମୁସଲିମ ଦେଶକୁ ଆହ୍ବାନ ଦେଇଛନ୍ତି ଛାତ୍ରଛାତ୍ରୀ । ଏଥିସହ ଇସ୍ରାଇଲ ଆକ୍ରମଣକୁ କଡା ନିନ୍ଦା କରିବା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. Israel-Palestine conflict: ମୃତ୍ୟୁସଂଖ୍ୟା 1100 ପାର, ଇସ୍ରାଏଲକୁ ମିଳିଲା ଆମେରିକାର ମିଲିଟାରୀ ସହୟତା

ଗୋଟିଏ ପଟେ ମୁସଲିମ ଛାତ୍ରଛାତ୍ରୀ ପାଲେଷ୍ଟାଇନ ସମର୍ଥନରେ ନାରାବାଜି କରୁଥିବା ବେଳେ ଅନ୍ୟପଟେ ଏହାକୁ ବିରୋଧ କରି ବଜରଙ୍ଗୀ ଦଳର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରିବା ସହ ହମାସ ର କୁଶପୁତ୍ତଳିକା ଦାହ କରିଥିଲେ । ଗାନ୍ଧୀ ପାର୍କ ଅଞ୍ଚଳରେ ହମାସର ଆକ୍ରମଣ ଓ ଅତ୍ୟାଚାରକୁ କଡା ନିନ୍ଦା କରିବା ସହ ନାରାବାଜି କରିଥିଲେ ବଜରଙ୍ଗୀ ଦଳର କର୍ମକର୍ତ୍ତାମାନେ ।

ତେବେ 3 ଦିନ ହେଲା ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ସ୍ଥିିିତି ଲାଗି ରହିଛି । ଅକ୍ଟୋବର 8 ତାରିଖ ଦିନ ସକାଳ ସମୟରେ ପ୍ରଥମେ ଗାଜାରୁ ଆତଙ୍କୀ ସଂଗଠନ ହମାସ ପକ୍ଷରୁ ଇସ୍ରାଇଲ ଉପରେ ପାଖାପାଖି 5000 ରକେଟ ମାଡ଼ କରାଯାଇଥିଲା । ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ସ୍ଥିତି ଘୋଷଣା କରିଥିଲେ । ଉଭୟ ପକ୍ଷରୁ 2 ଦେଶ ଉପରେ ଘନଘନ ରକେଟ ଓ ମିଶାଇଲ ମାଡ଼ ଜାରି ରହିଛି । ସୀମା ବି' ରେ ଆତଙ୍କବାଦୀଙ୍କ ସହ ଲଢେଇ କରୁଛି ଇସ୍ରାଏଲ । ଯୁଦ୍ଧର ତୃତୀୟ ଦିନ ସୁଦ୍ଧା 2 ଦେଶର 1 ହଜାରରୁ ଉର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଅନେକ ବଡ଼ ବଡ଼ କୋଠା ଧ୍ୱଂସସ୍ତୂପରେ ପରିଣତ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.