ETV Bharat / bharat

ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଇଲ

author img

By

Published : Jun 16, 2021, 4:26 PM IST

ପାଲେଷ୍ଟାଇନ ପକ୍ଷରୁ ଦକ୍ଷିଣ ଇସ୍ରାଇଲରେ ଜ୍ବଳନ୍ତା ବେଲୁନ ମାଡ ପରେ ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଇଲ । ଅଧିକ ପଢନ୍ତୁ...

ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଇଲ
ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଇଲ

ତେଲ ଆଭିଭ: ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଛି ତିକ୍ତତା । ପାଲେଷ୍ଟାଇନ ଆତଙ୍କବାଦୀ ଦକ୍ଷିଣ ଇସ୍ରାଇଲ ଉପରକୁ ଜ୍ବଳନ୍ତା ବେଲୁନ ମାଡ କରିଥିଲେ । ଯାହାର ଜବାବରେ ବୁଧବାର ଇସ୍ରାଇଲ ଗାଜା ଉପରେ ଏୟାରଷ୍ଟ୍ରାଇକ କରିଛି । ଗତ ମାସରେ 11 ଦିନ ଧରି ଚାଲିଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଏହା ପ୍ରଥମ ଆକ୍ରମଣ ।

ଇସ୍ରାଇଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଙ୍ଘନ କରି ଇସ୍ରାଇଲ ଏହି ଏୟାରଷ୍ଟ୍ରାଇକ କରିଛି । ତେବେ ଇସ୍ରାଇଲରେ ସରକାର ପରିବର୍ତ୍ତନ ହେବା ପରେ ଏହା ପ୍ରଥମ ହିଂସାକାଣ୍ଡ । ଗାଜା ସହର ଅଞ୍ଚଳରେ ଏବଂ ପାଲେଷ୍ଟାଇନ ଏନକ୍ଲେଭର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା ଖାନ ୟୁନିସ ସହରକୁ ଟାର୍ଗେଟ କରି ଏହି ମିସାଇଲ ଆକ୍ରମଣ ହୋଇଛି । ସେପଟେ ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ଗାଜା ଷ୍ଟ୍ରିପ ପକ୍ଷରୁ ଇସ୍ରାଇଲ ବର୍ଡର ନିକଟରେ ହୋଇଥିବା ବିସ୍ଫୋରକ ବେଲୁନ ମାଡର ସେନା ଜବାବ ଦେଇଛି ।

ସୂଚନାଥାଉ କି, ଇସ୍ରାଇଲ ଓ ହମାସ ମଧ୍ୟରେ ପୂର୍ବରୁ 11 ଦିନ ଧରି ସଂଘର୍ଷ ଚାଲିଥିଲା । ଏହି ସଂଘର୍ଷରେ ଉଭୟ ଦେଶ ପକ୍ଷରୁ ଶହ ଶହ ରକେଟ ମାଡ ହୋଇଥିଲା । ଯେଉଁଥିରେ ପ୍ରାୟ 253 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.