ETV Bharat / bharat

ଆସାମରେ 11 ସନ୍ଦିଗ୍ଧ ଗିରଫ, ବାଂଲାଦେଶର ଆତଙ୍କୀ ସଂଗଠନ ସହ ଥିଲେ ଜଡିତ

author img

By

Published : Jul 28, 2022, 10:27 PM IST

ଆସାମରେ ମଦ୍ରାସାରେ ଜାରି ରହିଥିଲା ଆତଙ୍କୀ ଷଡଯନ୍ତ୍ର । 11 ସନ୍ଦିଗ୍ଧଙ୍କୁ ଗିରଫ କଲା ଆସାମ ପୋଲିସ । ବାଂଲାଦେଶୀ ଆତଙ୍କୀ ସଂଗଠନ ସହ ଥିଲେ ଜଡିତ । ଅଧିକ ପଢନ୍ତୁ

ଆସାମରେ 11 ସନ୍ଦିଗ୍ଧ ଆତଙ୍କୀ ଗିରଫ, ବାଂଲାଦେଶର ଆତଙ୍କୀ ସଂଗଠନ ସହ ଥିଲେ ଜଡିତ

ଗୌହାଟୀ: ବାଂଲାଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଆସାମରେ 11ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଆସାମ ପୋଲିସ । ଏହି ଅଭିଯୁକ୍ତମାନେ ବାଂଲାଦେଶରୁ ଅପରେଟ ହେଉଥିବା ଇସଲାମିକ ମୌଳବାଦୀ ଓ ଆତଙ୍କୀ ସଂଗଠନ ଅନସୁରୁହ୍ଲା ବାଂଲା ଟିମ (ABT) ଓ ଅଲ-କାଏଦା ଇନ ଇଣ୍ଡିଆନ ସବକଣ୍ଟିନେଟ (AQIS) ନାମକ ଦୁଇ ସଂଗଠନ ସହ ଜଡିତ ଥିବା ପ୍ରାଥମିକ ଭାବେ ସୂଚନା ମିଳିବା ପରେ, ଏହି 11 ଅଭିଯୁକ୍ତ ପ୍ରଦେଶ ପୋଲିସ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଡାରକୁ ଆସିଛନ୍ତି ।

ଏହି ସମସ୍ତ ଅଭିଯୁକ୍ତ ଆସାମର 4 ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ତେବେ ଏମାନେ ଗତ କିଛି ଦିନ ଠାରୁ ଏହି ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ସମ୍ପର୍କରେ ରହିଛନ୍ତି । ସେହିପରି ମରିଗାଓଁ ଜିଲ୍ଲାରେ ଥିବା ଏକ ମଦ୍ରାସାକୁ ମଧ୍ୟ ସିଲ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଏହି ମାଦ୍ରାସାକୁ ଏପରି କାର୍ଯ୍ୟ ପାଇଁ ବ୍ୟବହାର କରି ଆସୁଥିଲେ । ତେବେ ଉକ୍ତ ମଦ୍ରାସା ଚଳାଉଥିବା ମୁସ୍ତାଫା ନାମକ ବ୍ୟକ୍ତି ମଧ୍ୟ ଏହି ଅଟକ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକାରେ ରହିଛି । ମୁସ୍ତାଫା ଏହି ଆତଙ୍କୀ ସଂଗଠନକୁ ଆର୍ଥିକ ସହଯୋଗ ମଧ୍ୟ ଯୋଗାଉଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିବା ମାରିଗାଓଁ ଏସପି ଏନ. ଅପର୍ଣ୍ଣା ସୂଚନା ଦେଇଛନ୍ତି ।

ପ୍ରଦେଶ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ଅଭିଯୁକ୍ତଙ୍କୁ ପଚାର ଉଚରା ଜାରି ରହିଛି । ଏହି ନେଟଓ୍ବାର୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ମଧ୍ୟ ତଦନ୍ତ ପରିସରଭୂକ୍ତ ରହିଛି । ମାଦ୍ରାସାରୁ ଜବତ ବୈଦୁତିକ ସାମଗ୍ରୀକୁ ଯାଞ୍ଚ କରାଯାଉଛି । କିଛି ଅଧିକ ସୂଚନା ହାସଲ କରିବା ପାଇଁ ପୋଲିସ ଓ ସାଇବର ଟିମ ତଦନ୍ତ ଜାରି ରଖିଛନ୍ତି । ଏହ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବିରୋଧରେ UAPA ଆକ୍ଟ ଲାଗୁ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.