ETV Bharat / bharat

କାବୁଲ ବିସ୍ଫୋରଣ: ପାକିସ୍ତାନରୁ ବିସ୍ଫୋରକ ଆଣିଥିଲା ISIS (K) - ଆଇଏସଆଇଏସ

ଗତ ଗୁରୁବାର ଆଫଗାନିସ୍ତାନର କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ଘଟଣା ସାରା ବିଶ୍ବକୁ ଥରାଇ ଦେଇଥିଲା । ଏଥିରେ ISIS (K) ବ୍ୟବହାର କରିଥିବା ବିସ୍ଫୋରକ ପାକିସ୍ତାନରୁ ଅଣାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

କାବୁଲ ବିସ୍ଫୋରଣ: ପାକିସ୍ତାନରୁ ବିସ୍ଫୋରକ ଆଣିଥିଲା ISIS

author img

By

Published : Aug 28, 2021, 4:24 PM IST

କାବୁଲ: ଆଫଗାନିସ୍ତାନ କାବୁଲ ବିମାନ ବନ୍ଦରର ବିସ୍ଫୋରଣ ଘଟଣାରେ ସମଗ୍ର ବିଶ୍ବ ସ୍ତବ୍ଧ । ଏହାର ଗୋଟିଏ ପରେ ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି । ତାଲିବାନର ଅତ୍ୟାଚାରରେ ଆଫଗାନୀମାନେ ଅଣନିଶ୍ବାସୀ ହୋଇପଡ଼ିଥିବା ବେଳେ ଗତ ଗୁରୁବାର କାବୁଲ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣ ସେମାନଙ୍କୁ କରିଛି ଆହୁରି ଭୟଭୀତ । ଏହି ବିସ୍ଫୋରଣ ପରେ ସେଠାରେ ମୁତୟନ ହୋଇଥିବା ଆମେରିକା ସେନା ସୁରକ୍ଷା ପାଇଁ ହାଇ କ୍ବାଲିଟିର ବୁଲେଟ ପ୍ରୁଫ ପୋଷାକ ସହିତ ହେଲମେଟ ପିନ୍ଧିବା ଆରମ୍ଭ କରିଛନ୍ତି । ଏଥିରୁ ଜାଣିପାରୁଥିବେ ବିସ୍ଫୋରକଗୁଡ଼ିକ କେତେ ମାରାତ୍ମକ ଥିଲା । ଏଗୁଡ଼ିକୁ ଆତଙ୍କୀ ସଙ୍ଗଠନ ISIS (K) ପାକିସ୍ତାନରୁ ମଗାଉଥିବା ମିଳିଛି ସୂଚନା ।

US ଅଫିସିଆଲ ସୂଚନା ଅନୁସାରେ ଇସଲାମିକ ସଙ୍ଗଠନ ଇସଲାମିକ ଷ୍ଟେଟ ଖୋରସାନ ISIS-K ବ୍ୟବହାର କରିଥିବା ଏହି ବିସ୍ଫୋରକରେ ମିଶିଥିଲା ଆମୋନିଅମ ନାଇଟ୍ରେଟ ଓ RDX, ଯାହାକି ଅତ୍ୟନ୍ତ ମାରାତ୍ମକ । ଏହି ବୋମାରେ ୨୫ ପାଉଣ୍ଡ ବା ୧୧ କେଜି ଓଜନର ବିସ୍ଫୋରକ ସାମଗ୍ରୀ ମିଶିଥିଲା । ଫଳରେ ବିସ୍ଫୋରଣ ଘଟିବା ପରେ ୧୩ ଜଣ ଆମେରିକୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ୧୬୯ ଜଣ ଆଫଗାନୀଙ୍କ ମୃତ୍ୟୁ ଘଟିଛି ।

ISIS-K କେଉଁଠୁ ଆଣିଥିଲା ବିସ୍ଫୋରକ ?

ଆଫଗାନ ଇନଷ୍ଟିଚ୍ୟୁଟ ଫର ଷ୍ଟ୍ରାଟେଜିକ ଷ୍ଟଡିଜ୍‌(AISS)ର ରିପୋର୍ଟ ଅନୁସାରେ ISIS-K ପାକିସ୍ତାନର ପେଶାୱାର ଓ କ୍ବେଟ୍ଟା ସହରରୁ ବିସ୍ଫୋରକ ମଗାଉଥିଲା । ଏହି ୨ଟି ସ୍ଥାନ ଆତଙ୍କୀ ସଙ୍ଗଠନର ବିସ୍ଫୋରକ ତିଆରି କରିବା ପାଇଁ ମୁଖ୍ୟ ସ୍ଥଳ ବୋଲି ଜଣାପଡିଛି । ପାକିସ୍ତାନ ଓ ISIS-K ମଧ୍ୟରେ ବିସ୍ଫୋରକ ଓ ଅର୍ଥ ନେଣଦେଣ ପାଇଁ ପୁରୁଷଙ୍କ ପଗଡ଼ି ବ୍ୟବହାର ସହ ପରିବା ମଧ୍ୟରେ ଲୁଚାଯାଇ ଆଫଗାନ ଓ ପାକିସ୍ତାନ ସୀମାରୁ ଆରପାର କରାଯାଉଥିବା ସୂଚନା ମିଳିଛି ।

ଏହି ଆତଙ୍କୀ ସଙ୍ଗଠନରେ ସାମିଲ ୯୦ ପ୍ରତିଶତ ଆତଙ୍କବାଦୀ ପାକିସ୍ତାନ ଓ ଆଫଗାନିସ୍ତାନର ମୂଳ ବାସିନ୍ଦା । ତେହରିକ-ଇ-ତାଲିବାନ ପାକିସ୍ତାନ(TTP)ର ଅନେକ ଫାଇଟର ଏହି ସଙ୍ଗଠନରେ ଆସି ସାମିଲ ହେଉଛନ୍ତି ବୋଲି ଆଫଗାନ ସରକାରୀ ଅଧିକାରୀ ଓ ISIS-Kର ଫାଇଟର ନିଜ ନାମ ଗୋପନ ରଖି AISSକୁ କହିଛନ୍ତି ।

AK47 ମଧ୍ୟ ପାକିସ୍ତାନରେ ତିଆରି କରାଯାଇ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରୁ ISIS-K ଆତଙ୍କବାଦୀ ସଙ୍ଗଠନ ନିକଟକୁ ପଠାଯାଉଛି । RDX ବିସ୍ଫୋରଣ ପାଇଁ ବ୍ୟବହାର ହେଉଥିବା ନାଇଟ୍ରେଟ ଇନ୍ଧନ ତୈଳରେ ଆମୋନିୟମ ନାଇଟ୍ରେଟ ମୁଖ୍ୟ ଉପାଦାନ ବୋଲି ଜଣାପଡିଛି ।

ପୁଲୱାମା ଆକ୍ରମଣରେ ବ୍ୟବହାର ହୋଇଥିଲା ଏହି ବିସ୍ଫୋରକ:-

ଭାରତରେ ହେଉଥିବା ଅଧିକାଂଶ ଆତଙ୍କୀ ଆକ୍ରମଣରେ ଏହି ଆମୋନିୟମ ନାଇଟ୍ରେଟ-RDX ବୋମାକୁ ବ୍ୟବହାର କରାଯାଇଥିଲା । ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆକ୍ରମଣରେ ମଧ୍ୟ ଏହି ବୋମାର ହୋଇଥିଲା ବ୍ୟବହାର । କାବୁଲ ଏୟାରପୋର୍ଟରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ବ୍ୟବହାର ହୋଇଛି ଏହି ବିସ୍ଫୋରକ । ଏଥିରେ ବ୍ୟବହାର ହୋଇଥିବା ଉପାଦାନଗୁଡ଼ିକ ଅତ୍ୟନ୍ତ ମାରାତ୍ମକ ବୋଲି US ସେନା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.