ETV Bharat / bharat

ICSE ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ - ବୋର୍ଡ ପରୀକ୍ଷା ସ୍ଥଗିତ

କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା କାଉନସିଲ(ISCE) ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ICSE ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
ICSE ଦଶମ-ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ
author img

By

Published : Apr 16, 2021, 8:01 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ସ୍ଥଗିତ ହେଲା ICSE ବୋର୍ଡ ପରୀକ୍ଷା । କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା କାଉନସିଲ(ICSE) ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ।

ପୂର୍ବରୁ ଆଇସିଏସଇ ପରୀକ୍ଷା ମେ 4ରୁ ଅନୁଷ୍ଠିତ ହେବାର ଥିଲା । ଏହି ପରୀକ୍ଷାର ନୂଆ ତାରିଖ ଜୁନ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ।

ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଖରେ ପରୀକ୍ଷା ଦେବାର ବିକଳ୍ପ ରହିଛି । ଛାତ୍ରଛାତ୍ରୀମାନେ ଯଦି ଚାହିଁବେ, ତାହେଲେ ବୋର୍ଡ ନିଜ ହିସାବରେ ମୂଲ୍ୟାଙ୍କନ କରିବ । ଏହା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାର ନୂଆ ତାରିଖର ଘୋଷଣା ଜୁନ ପ୍ରଥମ ସପ୍ତାହରେ କରାଯିବ ।

ଏହା ପୂର୍ବରୁ ମହାମାରୀ କୋରୋନାର ଭୟାବହତା ମଧ୍ୟରେ CBSE ପରୀକ୍ଷାକୁ ସ୍ଥଗିତ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସିବିଏସଇ ଦ୍ବାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଦଶମ ପରୀକ୍ଷା ବାତିଲ କରାଯାଇଛି । ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏଥିରେ ପରୀକ୍ଷାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.