ETV Bharat / bharat

ନନ୍ଦିଗ୍ରାମ ହଟସିଟରେ ଦିଦି ଖେଳୁଛନ୍ତି ସିମ୍ପାଥି କାର୍ଡ !

ରାଜ୍ୟର ସବୁଠୁ ଚର୍ଚ୍ଚିତ ନନ୍ଦିଗ୍ରାମ ହଟ୍‌ସିଟରେ ଆରମ୍ଭ ହୋଇଯାଇଛି ରାଜନୈତିକ ମହାସଂଗ୍ରାମ । ନନ୍ଦିଗ୍ରାମ ଆସନରେ ଦିଦି ଦୁର୍ଘଟଣାର ସାମ୍ନା କରିବା ଘଟଣା ରାଜ୍ୟ ରାଜନୀତିକୁ ଅଚାନକ ଦୋହଲାଇ ଦେଇଛି । ଅଧିକ ପଢନ୍ତୁ...

author img

By

Published : Mar 10, 2021, 10:57 PM IST

ନନ୍ଦୀଗ୍ରାମ ହଟସିଟରେ ଦିଦି ଖେଳୁଛନ୍ତି ସିମ୍ପାଥି କାର୍ଡ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତେ ଜୋରରେ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ରାଜ୍ୟର ସବୁଠୁ ଚର୍ଚ୍ଚିତ ନନ୍ଦିଗ୍ରାମ ହଟ୍‌ସିଟରେ ଆରମ୍ଭ ହୋଇଯାଇଛି ରାଜନୈତିକ ମହାସଂଗ୍ରାମ । ଗୋଟିଏ ପକ୍ଷେ ଏଥର ବଙ୍ଗରେ ବିଜୟ ଧ୍ବଜା ଉଡାଇବାକୁ ବିଜେପି ନିଜର ସମସ୍ତ ଶକ୍ତି ଲଗାଇଦେଇଥିବା ବେଳେ ଗଡ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା ଚଳାଇଛି ତୃଣମୂଳ କଂଗ୍ରେସ ।

ଏଥର ନିର୍ବାଚନରେ ନନ୍ଦୀଗ୍ରାମ ଆସନ ଉପରେ ରହିଛି ସାରା ଦେଶର ନଜର । କାରଣ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ଯାଇ ନିଜର ପାରମ୍ପରିକ ସିଟ ଛାଡି ନନ୍ଦୀଗ୍ରାମରୁ ନିର୍ବାଚନୀ ମୈଦାନରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଆସନରୁ ସେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିସାରିଛନ୍ତି । ତେବେ ଏହାରି ମଧ୍ୟରେ ନନ୍ଦୀଗ୍ରାମ ଆସନରେ ଦିଦି ଦୁର୍ଘଟଣାର ସାମ୍ନା କରିବା ଘଟଣା ରାଜ୍ୟ ରାଜନୀତିକୁ ଅଚାନକ ଦୋହଲାଇ ଦେଇଛି ।

ହଳଦିଆରେ ପ୍ରାର୍ଥୀପତ୍ର ଦାଖଲ ପରେ ନନ୍ଦୀଗ୍ରାମ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ନିର୍ବାଚନୀ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ ଦିଦି । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଛି ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ମମତା ନିଜ ଅଭିଯୋଗରେ କହିଛନ୍ତି, ନନ୍ଦୀଗ୍ରାମରେ ତାଙ୍କୁ ଆକ୍ରମଣ ହୋଇଛି । ଛାତି ଓ ଗୋଡରେ ଲାଗିଛି ଆଘାତ । ତେବେ ଗୋଡରେ ଡାଡି ଚଢାଇ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ମମତା । ହେଲେ ମମତା ଏଭଳି ସହାନୁଭୂତି ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ମମତା ବାନାର୍ଜୀଙ୍କ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ଏସବୁକିଛି ସହାନୁଭୂତି ପାଇବା ପାଇଁ ମମତା କରୁଛନ୍ତି । କାରଣ ବଙ୍ଗରୁ ତାଙ୍କ ପାଦ ଖସିସାରିଛି । ସେ ନାଟକ କରୁଥିବା କହିଛନ୍ତି ।

ସେପଟେ ମତଦାନ ପୂର୍ବରୁ ସହାନୁଭୂତି ପାଇବାକୁ ଏହା ଦିଦିଙ୍କ ରାଜନୈତିକ ପାଖଣ୍ଡ ବୋଲି କହିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିର ରଞ୍ଜନ କହିଛନ୍ତି, ନନ୍ଦୀଗ୍ରାମ ସିଟରେ ଅସୁବିଧାର ସମ୍ମୁଖୀନ ହେବା ଦେଖି ଦିଦି ଏଭଳି ନାଟକ କରୁଛନ୍ତି । ସେଠାରେ ପୋଲିସ କି ମନ୍ତ୍ରୀ ନଥିବା ଅବିଶ୍ବାସର ବିଷୟ ବୋଲି କହିଛନ୍ତି ଅଧିର ରଞ୍ଜନ ।

ଏ ସମସ୍ତ ଘଟଣାକୁ ନେଇ ସ୍ଥାନୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରକାରରେ ଆକ୍ରମଣ ହୋଇନାହିଁ । ନନ୍ଦିଗ୍ରାମର ବିରୁଲିଆରେ ଉପସ୍ଥିତ ଥିବା ଚିତରଞ୍ଜନ ଦାସ କହିଛନ୍ତି, ମୁଁ ସେଠାରେ ଥିଲି, ମୁଖ୍ୟମନ୍ତ୍ରୀ ତାଙ୍କ କାର ଭିତରେ ବସିଥିଲେ କିନ୍ତୁ ଡୋର ଖୋଲା ଥିଲା। ଏହା ଏକ ପୋଷ୍ଟରକୁ ଛୁଇଁବା ପରେ ଡୋର ବନ୍ଦ ହୋଇଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ କେହି ଠେଲାପେଲା କରିନଥିବା କହିଛନ୍ତି ଚିତରଞ୍ଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.