ETV Bharat / bharat

MP assembly polls: ଶିବରାଜଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ନେଇ ବଢିଲା ଚର୍ଚ୍ଚା, ମୈଦାନରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦ

author img

By ETV Bharat Odisha Team

Published : Sep 26, 2023, 5:19 PM IST

ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଧ୍ୟ ପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବ ନେଇ ବଢିଲା ଚର୍ଚ୍ଚା । ମୈଦାନରେ 3 କେନ୍ଦ୍ରମନ୍ତ୍ରୀଙ୍କ ସମେତ 7 ସାଂସଦ । ପ୍ରଚାରର କେନ୍ଦ୍ରରେ ନିଜେ ପ୍ରଧାନମନ୍ତ୍ରୀ । ଶିବରାଜ ନହୋଇପାରନ୍ତି ଏକମାତ୍ର ମୁଖ୍ୟମନ୍ତ୍ରୀ ଚେହେରା । ଅଧିକ ପଢନ୍ତୁ

MP assembly polls: ଶିବରାଜଙ୍କୁ ନେଇ ବଢିଲା ଚର୍ଚ୍ଚା, ମୈଦାନରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦ

ଭୋପାଲ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଭାରତୀୟ ଜନତା ପାର୍ଟି ଦୁଇଟି ପର୍ଯ୍ୟାୟରେ 78 ପ୍ରାର୍ଥୀ ଘୋଷଣା କରିସାରିଲାଣି । ହେଲେ ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ପରେ ରାଜ୍ୟ ରାଜନୀତିରେ ଦଳର ରଣନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳ ପାଇଁ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ।

ଏକକ ମୁଖ୍ୟମନ୍ତ୍ରୀ ବିକଳ୍ପ ନୁହନ୍ତି ଶିବରାଜ :-

ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିିଂ ଚୌହାନଙ୍କ ନେତୃତ୍ବରେ ଦଳ ଏଥର ନିର୍ବାଚନ ଲଢିବ ତ ! ଚଳିତ ଥର ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଶିବରାଜ ସିଂ ଚୌହାନ, ନା ଅନ୍ୟ କେହି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଏକାଧିକ କେନ୍ଦ୍ରୀୟ ଚେହେରା ରାଜ୍ୟ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଦଳୀୟ ପ୍ରଚାରର କେନ୍ଦ୍ରରେ ରହିଛନ୍ତି । ଦଳର ଏପରି ସ୍ଥିତି ଏହା ଦର୍ଶାଉଛି ଯେ, ମୁଖ୍ୟମନ୍ତ୍ରୀ ଚେହେରା କେବଳ ମାତ୍ର ଶିବରାଜ ନୁହନ୍ତି, ବରଂ ଦଳ ଶିବରାଜଙ୍କ ବ୍ୟତୀତ ଅନ୍ୟ କିଛି ବିକଳ୍ପ ଚିନ୍ତା କରିଥାଏ ପାରେ ।

ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ମୈଦାନରେ 7 କେନ୍ଦ୍ରୀୟ ଚେହେରା :-

ବିଜେପି ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ଘୋଷଣା କରିିଥିବା 78 ପ୍ରାର୍ଥୀଙ୍କ ମଧ୍ୟରେ 7ଜଣ ଲୋକସଭା ସଦସ୍ୟ ରହିଛନ୍ତି । ଯାହା ମଧ୍ୟରେ 3 କେନ୍ଦ୍ରମନ୍ତ୍ରୀ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ଫଗ୍ଗନ ସିଂ କୁଲସ୍ତେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କୁ ମଧ୍ୟ ଦଳ ଟିକେଟ୍‌ ଦେଇଛି । ଏହି 7 ଲୋକସଭା ସାଂସଦଙ୍କ ମଧ୍ୟରେ 4 ଜଣ ପୂର୍ବରୁ ବିଧାୟକ ଭାବେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି ।

2013 ରେ ନିଜ ଗୃହଜିଲ୍ଲା ଇନ୍ଦୋରରୁ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିବା ବିଜୟବର୍ଗୀୟ 10 ବର୍ଷ ପରେ ପୁଣି ଥରେ ଇନ୍ଦୋର-1 ଆସନରୁ ରାଜ୍ୟ ରାଜନୀତି ମୈଦାନକୁ ଫେରିବେ । ସେହିପରି ଦଳର ବରିଷ୍ଠ ନେତା ତଥା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦୁଇ ଦଶକ ପରେ ରାଜ୍ୟ ରାଜନୀତିରେ ବଳ କଷିବେ । ସେ 2003 ରେ ଶେଷ ଥର ପାଇଁ ଗ୍ବାଲିୟର ଆସନରୁ ଦ୍ବିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ତେବେ ଏପରି ରଣନୀତି ପଛରେ ବିଜେପି କ୍ଷେତ୍ରୀୟ ବରିଷ୍ଠ ନେତାଙ୍କୁ ମୈଦାନକୁ ଓହ୍ଲାଇ ଦୁର୍ବଳ ଆସନରେ ବିଜୟ ପାଇବାକୁ ପ୍ରୟାସ କରୁଛି ।

କଂଗ୍ରେସ ସହ ହେବ କଡା ମୁକାବିଲା:-

ତେବେ ରାଜ୍ୟରେ ପୂର୍ବ ନିର୍ବାଚନ (2018) ରେ କ୍ଷମତା ହାତେଇବାରେ ସଫଳ ହୋଇଥିବା କଂଗ୍ରେସ ସହ ବିଜେପି ଏଥର କଡା ଟକ୍କରର ସାମ୍ନା କରିବାକୁ ଯାଉଛି । ବିଜେପି ମୁଖ୍ୟମନ୍ତ୍ରୀ ଚେହେରାକୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ କେନ୍ଦ୍ରୀୟ ନେତା ଓ ଦଳୀୟ ଆଧାରରେ ପ୍ରଚାର ଆରମ୍ଭ କରିସାରିଲାଣି । ପ୍ରଚାରର କେନ୍ଦ୍ରରେ ରହିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରି ସ୍ଥିତିରେ ଦୁଇଟି ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ସତ୍ତ୍ବେ ମଧ୍ଯ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ପ୍ରକାଶ ପାଇନାହିଁ । ଦଳ ଦଳୀୟ ଆଧାରରେ ପ୍ରଚାର ଆରମ୍ଭ କରିସାରିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଶିବରାଜ କେବଳ ମାତ୍ର ବିକଳ୍ପ ହୋଇ ରହିନାହାନ୍ତି ବୋଲି ତାହା ପ୍ରୟାତଃ ସ୍ପଷ୍ଟ ଅନୁମେୟ ।

ଏହା ମଧ୍ୟ ପଢନ୍ତୁ:- MP Elections: ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 3 କେନ୍ଦ୍ରମନ୍ତ୍ରୀ, ଲଢିବେ ନରେନ୍ଦ୍ର ସିଂ ତୋମାର

ଏକାଧିକ ବରିଷ୍ଠ ତଥା କେନ୍ଦ୍ରୀୟ ନେତାଙ୍କୁ ଦଳ ରାଜ୍ୟ ରାଜନୀତିକୁ ଓହ୍ଲାଇବା ପରେ ବିରୋଧୀ କଂଗ୍ରେସ ଏହାକୁ ବିଜେପିର ଭୟ ବୋଲି କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲନାଥ ଓ ଦଳର ଜାତୀୟ ମୁଖପାତ୍ର ରଣଦ୍ବୀପ ସୂର୍ଯ୍ୟେଓ୍ବାଲା କହିଛନ୍ତି, ବିଜେପି ତାର ସମସ୍ତ ଶକ୍ତି ଖଟାଇବାରେ ଲାଗିଛି । କାରଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ନିର୍ବାଚନ ହାରିବାକୁ ଯାଉଥିବା ସେମାନେ ଜାଣିସାରିଛନ୍ତି । ହେଲେ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ବିଜେପି ସଫଳ ହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.