ନୂଆଦିଲ୍ଲୀ: IRCTC ଦୁର୍ନୀତି ମାମଲାରେ ପୁଣି ବଢିଲା ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମସ୍ୟା । ସିବିଆଇ କରିଥିବା ବେଲ ଖାରଜ ମାମଲା ନେଇ ତଜସ୍ବୀଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ (Special Judge issues notice to Tejashwi Yadav )। ଏହି ମାମଲାରେ ତେଜସ୍ବୀଙ୍କୁ ମିଳିଥିବା ବେଲ ଖାରଜ ପାଇଁ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାର ତଦନ୍ତ ସିବିଆଇ ଜାରି ରଖିଥିବା ବେଳେ ସଂସ୍ଥାର କିଛି ଅଧିକାରୀଙ୍କୁ ଧମକ ଦେବା ସହ ତଦନ୍ତ ପ୍ରଭାବିତ କରିବା ଅଭିଯୋଗ କରି ତେଜସ୍ବୀଙ୍କ ବେଲ ଖାରଜ ପାଇଁ ସିବିଆଇ ମାମଲା ଦାଏର କରିଥିଲା । ଆଜି ଏହି ମାମଲାରେ କୋର୍ଟ ତେଜସ୍ବୀଙ୍କୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ଗୀତାଞ୍ଜଳି ଗୋଏଲ ଏହି ମାମଲାରେ ତେଜସ୍ବୀଙ୍କୁ ସମନ କରିବା ସହ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
-
CBI moves Delhi Court against Bihar Deputy CM Tejashwi Yadav in IRCTC scam case. CBI seeks cancellation of bail granted to him in the matter.
— ANI (@ANI) September 17, 2022 " class="align-text-top noRightClick twitterSection" data="
(File photo) pic.twitter.com/Rt3xMCiVRF
">CBI moves Delhi Court against Bihar Deputy CM Tejashwi Yadav in IRCTC scam case. CBI seeks cancellation of bail granted to him in the matter.
— ANI (@ANI) September 17, 2022
(File photo) pic.twitter.com/Rt3xMCiVRFCBI moves Delhi Court against Bihar Deputy CM Tejashwi Yadav in IRCTC scam case. CBI seeks cancellation of bail granted to him in the matter.
— ANI (@ANI) September 17, 2022
(File photo) pic.twitter.com/Rt3xMCiVRF
ସିବିଆଇ କରିଥିବା ମାମଲାରେ ଦର୍ଶାଯାଇଛି ଯେ, ଏହି ମାମଲାର ତଦନ୍ତ ଜାରି ରହିଥିଲା ବେଳେ ଏକ ପ୍ରେସମିଟରେ ତେଜସ୍ବୀ କେନ୍ଦ୍ରୀୟ ଅଧିକାରୀଙ୍କୁ ଧମକ ଦେବା ସହ ମାମଲାର ତଦନ୍ତ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । 2006 ରେ ଏହି ମାମଲା ପ୍ରଥମେ ତଦନ୍ତ ପରିସରକୁ ଆସିଥିଲା । ଝାଡଖଣ୍ଡର ରାଞ୍ଚି ଓ ପୁରୀରେ ଖୋଲିବାକୁ ଥିବା ଦୁଇ ପ୍ରସ୍ତାବିତ IRCTC ହୋଟେଲ ପାଇଁ ଏକ ଘରୋଇ କମ୍ପାନୀକୁ ଏହାର କଣ୍ଟ୍ରାକ୍ଟ ଦେବା ନେଇ ବ୍ୟାପକ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ କେନ୍ଦ୍ରରେ ଶାସନରେ ଥିବା UPA-1 ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଦାୟିିତ୍ବରେ ଥିଲେ ।
-
Special Judge Geetanjali Goel issued notice to Tajaswi Yadav on CBI's plea and sought his response in the matter. https://t.co/V8ANWrdU3w
— ANI (@ANI) September 17, 2022 " class="align-text-top noRightClick twitterSection" data="
">Special Judge Geetanjali Goel issued notice to Tajaswi Yadav on CBI's plea and sought his response in the matter. https://t.co/V8ANWrdU3w
— ANI (@ANI) September 17, 2022Special Judge Geetanjali Goel issued notice to Tajaswi Yadav on CBI's plea and sought his response in the matter. https://t.co/V8ANWrdU3w
— ANI (@ANI) September 17, 2022
ରେଳବାଇ କ୍ଷେତ୍ରରେ ଚାକିରି ପାଇଁ ଏକାଧିକ ଆଶାୟୀଙ୍କ ଠାରୁ ଲାଲୁଙ୍କ ପରିବାର ଜମି ହାତେଇ ଥିବା ("land-for-jobs") ନେଇ ମଧ୍ୟ ଗମ୍ଭୀର ଅଭିଯୋଗ ହୋଇଥିଲା । ତେବେ ଦୀର୍ଘ ବର୍ଷ ପରେ ଗତମାସ ପୁଣି ଏହି ମାମଲାର ଖୋଳତାଡ କରିବା ଆରମ୍ଭ କରିଥିଲା ସିବିଆଇ । ଏକାଧିକ ଆରଜେଡି ନେତାଙ୍କ ଘରେ ଅତର୍କିତ ରେଡ ପଡିବା ପରେ ପ୍ରେସମିଟ କରିଥିଲେ ବର୍ତ୍ତମାନର ବିହାର ଉପ ମୁଖ୍ୟମନ୍ତ୍ର ତେଜସ୍ବୀ ଯାଦବ । ସିବିଆଇ ଅଧିକାରୀଙ୍କର ପରିବାର ଅଛି ନା ନାହିଁ ? ସେମାନେ ବି ଦିନେ ସେବା ନିବୃତ୍ତ ହେବା ସହ କେନ୍ଦ୍ରରେ ସରକାର ମଧ୍ୟ ବଦଳିବ ବୋଲି କହି ପରୋକ୍ଷରେ ଧମକ ଦୋଇଥିଲେ ତେଜସ୍ବୀ । ଏପରି ବୟାନ ପରେ ସିବିଆଇ ମଧ୍ୟ କୋର୍ଟରେ ପହଞ୍ଚିଥିଲା । ଆଜି କୋର୍ଟ ତେଜସ୍ବୀଙ୍କୁ ନୋଟିସ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ