ETV Bharat / bharat

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି 259 ପାସେଞ୍ଜର ଟ୍ରେନ ବାତିଲ - irctc cancel trains

ଆଜି (ବୁଧବାର) ଭାରତୀୟ ରେଳ ପକ୍ଷରୁ 259ଟି ସମ୍ପୂର୍ଣ୍ଣ ବାତିଲ ଏବଂ 42ଟି ଟ୍ରେନ ଆଂଶିକ ବାତିଲ କରାଯାଇଛି । ଅଧିକ ପଢ଼ନ୍ତୁ

irctc cancelled various trains on 22nd june
ଆଜି 259 ଯାତ୍ରୀବାହୀ ଟ୍ରେନ ବାତିଲ କଲା ରେଳ ବିଭାଗ
author img

By

Published : Jun 22, 2022, 12:40 PM IST

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ହିଂସା ଓ ପ୍ରତିବାଦ ଦେଖିବାକୁ ମିଳିଥିବାବେଳେ ଦିନକୁ ପ୍ରାୟତଃ 400ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ କରାଯାଇଥିଲା । ପାଞ୍ଚ ଦିନପରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଛି । କିନ୍ତୁ ଏହାରି ଭିତରେ ବିଭିନ୍ନ କାରଣକୁ ନେଇ ଭାରତୀୟ ରେଳ ପ୍ରାଧିକରଣରେ ଟ୍ରେନ ସେବା ପ୍ରଭାବିତ ହୋଇଛି । ଆଜି (ବୁଧବାର) ମଧ୍ୟ ଅନେକ ଟ୍ରେନ ବାତିଲ, ଆଂଶିକ ବାତିଲ ଏବଂ ଟ୍ରେନର ଡାଇଭର୍ସନ କରାଯାଇଛି । ଭାରତୀୟ ରେଳ ପକ୍ଷରୁ 259ଟି ସମ୍ପୂର୍ଣ୍ଣ ବାତିଲ ଏବଂ 42ଟି ଟ୍ରେନ ଆଂଶିକ ବାତିଲ କରାଯାଇଛି ।

ଭାରତୀୟ ରେଳ ବିଶ୍ବର ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ । ପ୍ରତିଦିନ କୋଟିକୋଟି ଯାତ୍ରୀ ଯାତ୍ରା କରନ୍ତି । କିନ୍ତୁ ବିଭିନ୍ନ କାରଣରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଭଳି ପରିସ୍ଥିତରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଗତ କିଛିଦିନ ହେବ ସେନା ବାହିନୀରେ ନିଯୁକ୍ତି ପ୍ରକ୍ରିୟାରେ ପ୍ରମୁଖ ପରିବର୍ତ୍ତନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନାକୁ ବିରୋଧ କରିୁ ଅନେକ ସ୍ଥାନରେ ହିଂସାତ୍ମକ ସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ବିହାର, ସିକନ୍ଦରାବାଦରେ ସେନା ଆଶାୟୀ ପ୍ରାର୍ଥୀମାନେ ଟ୍ରେନ ଜାଳି ଦେଇଥିଲେ। ଫଳରେ 600ରୁ ଉର୍ଦ୍ଧ୍ବ ଟ୍ରେନ ବାତିଲ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.