ETV Bharat / bharat

ଭାରତରୁ ନେପାଳ ଗଡିବ ପର୍ଯ୍ୟଟନ ଟ୍ରେନ, ଏହି ସେବା ପ୍ରଦାନରେ IRCTC ପ୍ରଥମ

author img

By

Published : Jun 9, 2022, 3:26 PM IST

ରାମ ତୀର୍ଥସ୍ଥଳଗୁଡିକର ଯାତ୍ରା ପାଇଁ ଭାରତ ଓ ନେପାଳ ମଧ୍ୟରେ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ । ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ଦୁଇ ଦେଶକୁ ଯୋଡୁଥିବା ପ୍ରଥମ ଭାରତୀୟ ଏଜେନ୍ସି ହେବ IRCTC । ଅଧିକ ପଢନ୍ତୁ

Shri Ramayana Yatra: ଭାରତ-ନେପାଳ ଭିତରେ ଗଡିବ ପର୍ଯ୍ୟଟନ ଟ୍ରେନ

ନୂଆଦିଲ୍ଲୀ: ଭାରତରୁ ନେପାଳକୁ ଗଡିବ ପ୍ରଥମ ପର୍ଯ୍ୟଟନ ଟ୍ରେନ । 'ଭାରତ ଗୌରବ ଯୋଜନା' ଅଧିନରେ ଭାରତୀୟ ରେଳ କ୍ୟାଟେରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ପର୍ଯ୍ୟଟନ ଟ୍ରେନ ଜରିଆରେ ଦୁଇ ଦେଶକୁ ଯୋଡିବ । IRCTC ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ଦୁଇ ଦେଶକୁ ଯୋଡିବାକୁ ଥିବା ପ୍ରଥମ ଭାରତୀୟ ଏଜେନ୍ସି ହେବ । IRCTC ବିବୃତ୍ତି ଅନୁଯାୟୀ, ପ୍ରଭୁ ରାମଙ୍କ ଜୀବନ ସହ ଜଡିତ ତୀର୍ଥସ୍ଥଳଗୁଡିକର ଯାତ୍ରା ପାଇଁ ପ୍ରଥମ ରାମାୟଣ ଯାତ୍ରା ସର୍କିଟ ଟ୍ରେନ ଆସନ୍ତା ୨୧ ତାରିଖରୁ ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ନେପାଳ ଅଭିମୁଖେ ଯାତ୍ରା କରିବ । ଦୀର୍ଘ ୮ ହଜାର କିଲୋମିଟର ରାସ୍ତା ପାର୍ କରି ନେପାଳରେ ପହଞ୍ଚିବ ଏହି ଟ୍ରେନ ।

ଏହି ପର୍ଯ୍ୟଟନ ଟ୍ରେନ ତୀର୍ଥଯାତ୍ରୀଙ୍କୁ ଶ୍ରୀରାମ ଓ ସୀତାଙ୍କ ସହ ଜଡିତ ତୀର୍ଥସ୍ଥଳକୁ ନେଇ ଯିବ । ଏହା ଯାତ୍ରୀଙ୍କୁ ନେପାଳର ଜନକପୁରରେ ଥିବା ରାମଜନକୀ ମନ୍ଦିର ପରିଦର୍ଶନ କରାଇବ । IRCTC ଭାରତ ଓ ନେପାଳକୁ ପର୍ଯ୍ୟଟନ ଟ୍ରେନ ମାଧ୍ୟମରେ ଯୋଡୁଥିବା ଘଟଣା ଇତିହାସରେ ପ୍ରଥମ । IRCTC ଅନୁଯାୟୀ, ଏହି ଟ୍ରେନରେ ୬୦୦ ଯାତ୍ରୀଙ୍କ ବସିବାର ସୁବିଧାର ରହିଛି । ଏହା ଅଯୋଧ୍ୟା, ବକ୍ସର, ଜନକପୁର, ସୀତାମଢି, କାଶି, ପ୍ରୟାଗ, ଚିତ୍ରକୋଟ, ନାସିକ, ହାମ୍ପି, ରାମେଶ୍ବରମ, କାଞ୍ଚିପୁରମ ଏବଂ ଭଦ୍ରାଞ୍ଚଳ ଭଳି ବଡ ବଡ ସହରରେ ଯାତ୍ରା କରିବ ।

ଉଲ୍ଲେଖଯୋଗ୍ୟ, ଭାରତ ଗୌରବ ଅନ୍ତର୍ଗତ ଏହି ପର୍ଯ୍ୟଟନ ଟ୍ରେନ କେନ୍ଦ୍ର ସରକାରଙ୍କ 'ଦେଖୋ ଅପନା ଦେଶ' ନାମକ ଏକ ନିଆରା ପଦକ୍ଷେପ । ପ୍ରଥମ ଯାତ୍ରାରେ ପର୍ଯ୍ୟଟକମାନେ ରାମଙ୍କ ଜନ୍ମଭୂମି ଅଯୋଧ୍ୟାକୁ ଯାତ୍ରା କରିବେ । ଏହି ଟ୍ରିପରେ ରାମ ଜନ୍ମଭୂମି, ହନୁମାନ ମନ୍ଦିର ଓ ନନ୍ଦିଗ୍ରାମର ଭାରତ ମନ୍ଦିରରେ ଭ୍ରମଣ କରିବେ । ଅଯୋଧ୍ୟା ପରେ ଅନ୍ୟ ପର୍ଯ୍ୟଟନ ସ୍ଥାନ ବିହାରର ସିତାମଢି, ମାତା ସୀତାଙ୍କ ଜନ୍ମସ୍ଥାନ ଓ ନେପାଳର ଜାନକପୁରର ରାମ-ଜାନକୀ ମନ୍ଦିର ମଧ୍ୟ ବୁଲିବେ ପର୍ଯ୍ୟଟକ । ଏହି ଯାତ୍ରା ପାଇଁ ପ୍ରତି ପର୍ଯ୍ୟଟକଙ୍କୁ ୬୫ ହଜାର ଟଙ୍କା ଦେବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.