ETV Bharat / bharat

ଶିଶୁ ଶ୍ରମିକରୁ ପଦ୍ମଶ୍ରୀ ବିଜେତା: ଜାଣନ୍ତୁ କିଏ ସେ ପାଥୋରା ଚିତ୍ରଶିଳ୍ପୀ ଭୀରୁ ବାଇ... - ପାଥୋରା ଚିତ୍ରକାରୀ ଭୀରୁ ବାଇ

ଆଦିବାସୀ ପ୍ରାଧାନ୍ୟ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା । ଏହି ଜିଲ୍ଲାରୁ ପଦ୍ମଶ୍ରୀ ହାତେଇଛନ୍ତି ଜଣେ ଆଦିବାସୀ ମହିଳା ଭୁରୀ ବାଇ । ଭାରତର ବୃହତ୍ତମ ଆଦିବାସୀ ଗୋଷ୍ଠୀର ଏକ ସମ୍ପ୍ରଦାୟରୁ ସେ ଆସିଛନ୍ତି । ଏହା ବ୍ୟତୀତ ମଧ୍ୟପ୍ରଦେଶ ସରକାର ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ...

ଜାଣନ୍ତୁ କିଏ ସେ ପାଥୋରା ଚିତ୍ରକାରୀ ଭୀରୁ ବାଇ

author img

By

Published : Feb 4, 2021, 1:37 PM IST

ହାଇଦ୍ରାବାଦ: ଆଦିବାସୀ ପ୍ରାଧାନ୍ୟ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା । ଏହି ଜିଲ୍ଲାରୁ ପଦ୍ମଶ୍ରୀ ହାତେଇଛନ୍ତି ଜଣେ ଆଦିବାସୀ ମହିଳା ଭୁରୀ ବାଇ । ଭାରତର ବୃହତ୍ତମ ଆଦିବାସୀ ଗୋଷ୍ଠୀର ଏକ ସମ୍ପ୍ରଦାୟରୁ ସେ ଆସିଛନ୍ତି । ଏହା ବ୍ୟତୀତ ମଧ୍ୟପ୍ରଦେଶ ସରକାର ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରିଛନ୍ତି । ପିଥୋରା କାରିଗରୀ ପାଇଁ ତାଙ୍କୁ ମିଳିଛି ଏ ସମ୍ମାନ । ତେବେ ତାଙ୍କୁ ପଦ୍ମଶ୍ରୀ ଦିଆଯାଇଛି ବୋଲି ମଧ୍ୟ ସେ କେବେ ବିଶ୍ବାସ କରି ନଥିଲେ କି ଜାଣି ବି ନଥିଲେ । ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିବା ପରେ ସେ ଜାଣିବାକୁ ପାଇଥିଲେ । ତେବେ ତାଙ୍କ ଜୀବନି କିନ୍ତୁ ପୁରା ଫିଲ୍ମର କାହାଣୀ ପରି...

ଜାଣନ୍ତୁ କିଏ ସେ ପାଥୋରା ଚିତ୍ରକାରୀ ଭୀରୁ ବାଇ

ଶିଶୁ ଶ୍ରମିକ ଭାବେ ସେ କାର୍ଯ୍ୟ କରି ଦିନକୁ 6 ଟଙ୍କା ରୋଜଗାର କରୁଥିଲେ । ସେ ନିଜ ପେଟକୁ ଦି ଓଳି ଖାଇବା ଯୋଗାଡ କରିବାକୁ ମଧ୍ୟ ଅସମର୍ଥ ଥିଲେ । ତଥାପି ପରିବାରର ପାରମ୍ପାରିକ କଳା ପ୍ରତି ତାଙ୍କର ପ୍ରତିବଦ୍ଧତା ତାଙ୍କୁ ପ୍ରତିଷ୍ଠିତ କରିପାରିଥିଲା । ଏହାପରେ ପିଥୋରା ଚିତ୍ର ଗୁଡ଼ିକ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ପାଇଥିଲା । ପିଥୋରା ଲୋକକଳାରେ ଅବଦାନ ପାଇଁ ତାଙ୍କୁ ନାଗରିକ ପୁରସ୍କାର ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା । 10 ବର୍ଷ ବୟସରେ ଭୁରୀଙ୍କ ଘର ନିଆଁରେ ପୋଡି ପାଉଁଶ ହୋଇଯାଥିଲା । ପାରିବାରିକ ସମସ୍ୟା ପରେ ବି ତାଙ୍କୁ 16 ବର୍ଷରେ ବିବାହ କରିବାକୁ ପଡିଥିଲା । ଭୀଲ୍ ଆଦିବାସୀ ସମ୍ପ୍ରଦାୟର ଭୁରୀ ସମସ୍ତ ସମସ୍ୟା, ବାଧା ବିଘ୍ନ ସତ୍ତ୍ବେ ସେ ନିଜକୁ ପ୍ରତିପାଦିତ କରିପାରିଥିଲେ ।

ବର୍ତ୍ତମାନ ପିଥୋରା ଚିତ୍ରକାରୀରେ ନିଜ ପତିଙ୍କ ଠାରୁ ଅଧିକ ଅର୍ଥ ରୋଜଗାର କରୁଛନ୍ତି । ଏହାକୁ କିଛି ସହି ନପାରି ମୋ ସ୍ବାମୀଙ୍କୁ ମୋ ବିରୋଧି କରିବାକୁ ଚେଷ୍ଟା କରିଥିଲେ ବୋଲି ସେ କୁହନ୍ତି । ଆମ ଆଦିବାସୀ ସମ୍ପ୍ରଦାୟର ପୁରୁଷ, ନାରୀଙ୍କ ସଫଳତା ଦେଖିପାରନ୍ତିନି କିନ୍ତୁ ଏ ସମସ୍ତ ବାଧାର ସାମ୍ନା କରିପାରିଥିଲି ଓ ଶେଷରେ ମୋ ସ୍ବାମୀ ମତେ ଚିତ୍ର କରିବାକୁ ସମର୍ଥନ କରିଥିଲେ । ଚିତ୍ର ପାଇଁ କାଗଜ ଏବଂ କାନଭାସ୍ ବ୍ୟବହାର କରିଥିବା ଭୁରୀ ବାଇ ହେଉଛନ୍ତି ପ୍ରଥମ ଭିଲ୍ କଳାକାର । ସେ କହିଛନ୍ତି ଯେ ଭାରତ ଭବନର ପୂର୍ବତନ ନିର୍ଦ୍ଦେଶକ ଜେ ସ୍ବାମୀନାଥନ ତାଙ୍କୁ କାଗଜରେ ଚିତ୍ର ଆଙ୍କିବାକୁ କହିଥିଲେ । ଏହାପରେ ସେ କାନ୍ଥରେ ଚିତ୍ର ଆଙ୍କିବା ସୁଯୋଗ ପାଇଥିଲେ।

ଆଜି ଭୁରୀ ବାଇର କଳା କେବଳ ମଧ୍ୟପ୍ରଦେଶରେ ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଜଣାଶୁଣା। ପ୍ରକାଶଥାଉକି, ବିବାହ ପରେ ଭୁରୀ ବାଇ ଝାବୁଆରୁ ଭୋପାଳ ଆସିଥିଲେ, ଏଠାରେ ମଜୁରୀ ସହିତ ସେ ମଧ୍ୟ ଚିତ୍ରକଳା ଆରମ୍ଭ କରିଥିଲେ। ଭୁରୀ ବାଇ ଭୋପାଳର ଆଦିବାସୀ ଲୋକ କଳା ଏକାଡେମୀରେ କଳାକାର ଭାବରେ କାର୍ଯ୍ୟ କରନ୍ତି । ପ୍ରଥମେ ସେ ଭୋପାଳକୁ ଆସିବା ପରେ ସେ ତାଙ୍କ ସ୍ବାମୀଙ୍କ ସହ କାମ କରୁଥିଲେ। ମଜୁରୀ ସହିତ ସେ ପେଣ୍ଟିଂ ମଧ୍ୟ କରୁଥିଲେ । ସେ ଭାରତ ଭବନରେ ଅନେକ ଚିତ୍ର ମଧ୍ୟ କରିଥିଲେ। ଲୋକେ ଏହାକୁ ବେଶ୍ ପ୍ରଶଂସା କରିଥିଲେ ।

ଭୁରୀ ବାଇ କୁହନ୍ତି ଯେ, ସେ କଳା ପ୍ରତି ଆଗ୍ରହୀ ଥିଲେ। ସେଥିପାଇଁ ସେ କଳାକୃତି କରୁଥିଲେ । ସେ କେବେ ଭାବି ନଥିଲେ ଯେ ସେ ଏହି କ୍ଷେତ୍ରରେ ପଦ୍ମଶ୍ରୀ ପାଇବେ। ଭୁରୀ ବାଇ କହିଛନ୍ତି ଯେ ସେ 1986-87 ମସିହାରେ ମଧ୍ୟପ୍ରଦେଶ ସରକାରଙ୍କଠାରୁ ସର୍ବୋଚ୍ଚ ପୁରସ୍କାର ଶିଖର ସମ୍ମାନ ପାଇଥିଲେ । ଏହାପରେ 1998ରେ ମଧ୍ୟପ୍ରଦେଶ ସରକାର ତାଙ୍କୁ ଦେବୀ ଅହିଲ୍ୟା ପୁରସ୍କାରରେ ସମ୍ମାନିତ କରିଥିଲେ। ଭୁରୀ ବାଇ କହିଛନ୍ତି ଯେ ସେ ଜଙ୍ଗଲ, ପ୍ରାଣୀ, ଭୀଲ୍ ଦେବତା, ପୋଷାକ, ଅଳଙ୍କାର, ଭଙ୍ଗା ଚାଳ, ଅନ୍ନାଗର, ହାଟ, ନୃତ୍ୟ ସହିତ ଚିତ୍ରରେ ଭୀଲଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଚିତ୍ରଣ କରିଛନ୍ତି। ସେ କହିଥିଲେ ଯେ ଲୋକେ ତାଙ୍କ କଳାକୁ ପସନ୍ଦ କରନ୍ତି କିନ୍ତୁ ପିଲାମାନେ ଘରେ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି ନାହିଁ ।

ପଦ୍ମଶ୍ରୀ ପାଇବା ପରେ ଭୁରୀ ବାଇ କହିଛନ୍ତି ଯେ, ଯଦି ଆପଣଙ୍କର ଦକ୍ଷତା ଅଛି ତେବେ ଦିନେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଆପଣଙ୍କ ଜୀବନର ପରିସ୍ଥିତି ଅନୁଯାୟୀ ଖାପ ଖୁଆଇବାକୁ ପଡିବ । ସେ କହିଛନ୍ତି ଯେ ଆଜି ମୁଁ ପଦ୍ମଶ୍ରୀ ଗ୍ରହଣ କରିଛି। ସେହିଭଳି ଯୁବପିଢି ମଧ୍ୟ କଳାକୃତି କରୁଛନ୍ତି । ସେମାନଙ୍କୁ ମଧ୍ୟ ସରକାର ଉତ୍ସାହିତ କରିବା ଉଚିତ, ଯାହା ଦ୍ବାରା ସେମାନଙ୍କର ଦକ୍ଷତା ବିଶ୍ବ ଜାଣିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.