ETV Bharat / bharat

ଆନ୍ତଃରାଜ୍ୟ ସ୍ତରରେ ନିଯୁକ୍ତି ଦେବା ନାଁରେ ଠକେଇ, ଗିରଫ କଲା ସାଇବର ଟିମ - ସାଇବର ଟିମ

ଆନ୍ତଃରାଜ୍ୟ ସ୍ତରରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଠକଙ୍କୁ ଭୋପାଳ ସାଇବର ଟିମ ଗିରଫ କରିଛି । ଅଧିକ ପଢନ୍ତୁ...

ଅନ୍ତଃରାଜ୍ୟ ସ୍ତରରେ ନିଯୁକ୍ତି ଦେବା ନାଁରେ ଠକେଇ, ଗିରଫ କଲା ସାଇବର ଟିମ

author img

By

Published : Mar 30, 2021, 7:29 PM IST

ଭୋପାଳ: ବ୍ୟାଙ୍କରେ ନିଯୁକ୍ତି ଦେବା ନାଁରେ ମଧ୍ୟପ୍ରଦେଶରେ ମାତିଥିଲେ ଆନ୍ତଃରାଜ୍ୟ ଠକ । ତେବେ ସାଇବର ଟିମ ଏହି ଠକଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠକେଇ ରାକେଟକୁ ପଣ୍ଡ କରିଛି । ସେମାନେ ବେରୋଜଗାର ଯୁବକଙ୍କ ଠାରୁ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ଅନ୍ତଃରାଜ୍ୟ ସ୍ତରରେ ନିଯୁକ୍ତି ଦେବା ନାଁରେ ଠକେଇ, ଗିରଫ କଲା ସାଇବର ଟିମ

ଠକମାନେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅର୍ଥାତ୍‌ ମଧ୍ୟପ୍ରଦେଶ ସମେତ ବିହାର, ଓଡ଼ିଶା ଓ ଗୁଜୁରାଟରେ ଏହି ଠକେଇ କାର୍ଯ୍ୟ ଚଲାଉଥିଲେ । ସେମାନେ ଶତାଧିକ ବେରୋଜଗାର ଯୁବକଙ୍କୁ ବ୍ୟାଙ୍କରେ ଚାକିରି ଯୋଗାଇଦେବା ନାମରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଭୋପାଳ ସାଇବର ଟିମ ଏହି ଠକଙ୍କୁ ଦିଲ୍ଲୀରୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ କମ୍ପ୍ୟୁଟର, ମୋବାଇଲ ସହିତ ଅନ୍ୟାନ୍ୟ ଉପକରଣକୁ ଜବତ କରିଛି । ଏମାନେ ଏକ କଲ ସେଣ୍ଟର ଖୋଲି ଏହି ଅପରାଧିକ କାର୍ଯ୍ୟ କରୁଥିଲେ ।

ଦିଲ୍ଲୀର ପାଣ୍ଡବ ନଗରରେ ଏମାନେ କଲ ସେଣ୍ଟର ଖୋଲି ସେଠାରେ ସାଇନ ଡଟ କମ ନାମରେ ଏକ ସାଇଟ ଦ୍ବାରା ବେରୋଜଗାର ଯୁବକଙ୍କ ସହିତ ଯୋଗାଯୋଗ କରୁଥିଲେ । ସେମାନଙ୍କ ନାମକୁ ରେଜିଷ୍ଟ୍ରେସନ କରି ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ତେବେ ସେମାନେ ଯୁବକଙ୍କୁ ମିଥ୍ୟା ଅଫର ଲେଟର ବା ନିଯୁକ୍ତି ପତ୍ର ପଠାଉଥିଲେ । ଟଙ୍କା ନେବା ପରେ ବେରୋଜଗାର ଯୁବକଙ୍କ ସହିତ ଯୋଗାଯୋଗ ବନ୍ଦ କରିଦେଉଥିଲେ ।

ଏହି ଅପରାଧିକ କାର୍ଯ୍ୟରେ ବେରୋଜଗାର ଯୁବକଙ୍କୁ ଯୋଗାଯୋଗ କରିବା ଓ ମିଥ୍ୟା ନିଯୁକ୍ତି ପତ୍ର ପ୍ରସ୍ତୁତ କରିବା ପାଇଁ ପ୍ରଦୀପ ୟାଦବ, ଅମର କୁମାର ଓ ଋଷଭ ମିଶ୍ରା ନାମକ 3 ଜଣ ଯୁବକ ଲିପ୍ତ ରହିଥିଲେ । ଅନ୍ୟପଟେ ସେହି କଲ ସେଣ୍ଟରର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଉ 2 ଜଣ ଯୁବକ କାର୍ଯ୍ୟ କରୁଥିଲେ । ରାହୁଲ କୁମାର ନାମକ ଅନ୍ୟ ଜଣେ ଯୁବକ ଫେରାର ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.