ETV Bharat / bharat

International Tiger Day 2023: ଦେଶରେ ଅଛନ୍ତି 3167 ମହାବଳ, ମଧ୍ୟପ୍ରଦେଶ ପୁଣି ଶୀର୍ଷରେ - ଭାରତରେ ବାଘ ସଂଖ୍ୟା

ଦେଶରେ ବଢିବାରେ ଲାଗିଛନ୍ତି ମହାବଳ ବାଘ । 2022 ଗଣନା ଅନୁସାରେ, ଦେଶରେ ଅଛନ୍ତି 3,167 ମହାବଳ । ମଧ୍ୟ ପ୍ରଦେଶରେ ସର୍ବାଧିକ 785 । ଓଡିଶାରେ କମିଲା ସଂଖ୍ୟା । ଅଧିକ ପଢନ୍ତୁ

International Tiger Day 2023: ଦେଶରେ ଅଛନ୍ତି 3,167 ମହାବଳ, ମଧ୍ୟ ପ୍ରଦେଶରେ ସର୍ବାଧିକ

author img

By

Published : Jul 29, 2023, 8:50 PM IST

ହାଇଦ୍ରାବାଦ: ଆଜି ସମଗ୍ର ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ତେବେ ବାର୍ଷିକ ବାଘ ଗଣନାରୁ ଭାରତ ପାଇଁ ଖୁସି ଖବର ମିଳିଛି । ଭାରତର ଜାତୀୟ ପଶୁ ବାଘଙ୍କ ସୁରକ୍ଷା, ବଂଶବୃଦ୍ଧି ଓ ସେମାନଙ୍କ ଅସ୍ଥିତ୍ବ ଦିନେ ଚିନ୍ତାର କାରଣ ହୋଇଥିଲା । ଏକ ସମୟ ଥିଲା ଯେତେବେଳେ ଦେଶରେ ବାଘ ସଂଖ୍ୟା ମାତ୍ର 268 କୁ ଖସି ଆସିଥିଲା । ହେଲେ ଗତବର୍ଷ (2022) ର ବାଘଗଣନା ରିପୋର୍ଟ ଅନୁସାରେ, ଦେଶରେ ବାଘ ସଂଖ୍ୟା ବର୍ତ୍ତମାନ 3167 କୁ ବୃଦ୍ଧି ପାଇଛି । ଯାହା 50 ବର୍ଷ ପୂର୍ବ ସଂଖ୍ୟାର 75% । ଏହାପୂର୍ବରୁ 2018 ରେ ଏହି ସଂଖ୍ୟା 2,967 ଥିଲା । ଅର୍ଥାତ୍ ଗତ ଚାରି ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା 200 ବୃଦ୍ଧି ପାଇଛି । ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି ।

ଭାରତର ବ୍ୟାଘ୍ର ପ୍ରକଳ୍ପ:-

1973 ମସିହାରେ ପ୍ରାୟ 50 ବର୍ଷ ପୂର୍ବେ ଦେଶରେ ‘ପ୍ରୋଜେକ୍ଟ ଟାଇଗର’ ଆରମ୍ଭ ହୋଇଥିଲା । ସେତେବେଳେ ସମଗ୍ର ଦେଶରେ ବାଘ ସଂଖ୍ୟା ମାତ୍ର 268 ଥିଲା । ତେବେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଶିକାର ରୋକିବା, ବାଘଙ୍କୁ ସୁରକ୍ଷା ପ୍ରଦାନ କରିବା, ସେମାନଙ୍କ ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଆଦି ବିଭିନ୍ନ ଦିଗକୁ ନେଇ ଭାରତ ସରକାର ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ମାତ୍ର କିଛି ଦଶନ୍ଧି ମଧ୍ୟରେ ସଫଳ ହେବା ପରି ଦୃଶ୍ୟମାନ ହେବାକୁ ଲାଗିଲା । ଫଳରେ ଦେଶର ଜାତୀୟ ପଶୁ ଭାବେ ମାନ୍ୟତା ପାଇଥିବା ଏହି ସୁନ୍ଦର ବିରଳ ପଶୁଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସରକାରୀ ରିପୋର୍ଟ ଅନୁଯାୟୀ, 1973 ମସିହାରେ 18,278 ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବାଘଙ୍କ ପାଇଁ ଅନୁକୂଳ ସଂରକ୍ଷିତ ଜଙ୍ଗଲରେ 9ଟି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଏହି ସଂଖ୍ୟା 53 କୁ ବୃଦ୍ଧି ପାଇଛି । ଏବେ ଏହି ପ୍ରକଳ୍ପ ମୋଟ 75,796.83 ବର୍ଗ କି.ମି ସଂରକ୍ଷିତ ଜଙ୍ଗଲକୁ ବୃଦ୍ଧି ପାଇଛି । ଏହା ଦେଶର ଭୌଗୋଳିକ କ୍ଷେତ୍ରର ପ୍ରାୟ 2.3 ପ୍ରତିଶତ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ:-ବାଲୁକାକଳାରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ସଚେତନତା ବାର୍ତ୍ତା

ମଧ୍ୟ ପ୍ରଦେଶ ପୁଣି ଶୀର୍ଷରେ:-

ତେବେ ବାଘଙ୍କ ସଂଖ୍ୟା ବୃଦ୍ଧିରେ ସମଗ୍ର ଦେଶରେ ପୁଣି ଶୀର୍ଷରେ ରହିଛି ମଧ୍ୟ ପ୍ରଦେଶ । 2022 ବାଘ ଗଣନା ମୁତାବକ ରାଜ୍ୟରେ ମୋଟ 785 ଟି ବାଘ ଦେଖିବାକୁ ମିଳିଛି । ଯାହା ରାଜ୍ୟଓ୍ବାରୀ ସର୍ବାଧିକ । ସେହିପରି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ 563 ବାଘ ସହ ଦ୍ୱିତୀୟ ସ୍ଥାନରେ, ଉତ୍ତର ପ୍ରଦେଶ 560 ବାଘ ସହ ତୃତୀୟ ଏବଂ ମହାରାଷ୍ଟ୍ର 444 ବାଘ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଗତ 4 ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶରେ ବାଘ ସଂଖ୍ୟାରେ ଆଖିଦୃଶିଆ ଉନ୍ନତି ଘଟିଛି । 2018 ଗଣନାରେ ରାଜ୍ୟରେ 526 ଟି ବାଘ ଥିଲେ । ଏବେ ଏହି ସଂଖ୍ୟା 785 ରେ ପହଞ୍ଚିବା ପରେ ଚାରି ବର୍ଷରେ 259 ବାଘ ବୃଦ୍ଧି ପାଇଥିବା ସ୍ପଷ୍ଟ ହୋଇଛି । ଏଥି ମଧ୍ୟରୁ ଅଧିକାଂଶ ବାଘ ମଧ୍ୟ ପ୍ରଦେଶର ଦୁଇ ପ୍ରମୁଖ ଜାତୀୟ ଉଦ୍ୟାନ ବାନ୍ଧବଗଡ ଏବଂ କାହ୍ନାରେ ଅଛନ୍ତି । ଏହି ସଂଖ୍ୟା ଆସିବା ପରେ ପରିବେଶବିତଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇବା ସହ ମୁଖ୍ୟମନ୍ତ୍ରୀ ଶିବରାଜ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.