ETV Bharat / bharat

International Olympic Day; ବିଶ୍ବର ସବୁଠୁ ବଡ କ୍ରୀଡା ପ୍ରତିଯୋଗିତା ଅଲମ୍ପିକ - ଅଲମ୍ପିକ

ଆଜି ବିଶ୍ବ ଅଲମ୍ପିକ ଦିବସ । 1948 ମସିହାରୁ ପ୍ରତି ବର୍ଷ ଜୁନ 23 ତାରିଖକୁ ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ଅନ୍ତର୍ଜାତୀୟ ଅଲମ୍ପିକ ଦିବସ
ଆଜି ଅନ୍ତର୍ଜାତୀୟ ଅଲମ୍ପିକ ଦିବସ
author img

By

Published : Jun 23, 2021, 7:38 AM IST

ହାଇଦ୍ରାବାଦ: ଆଜି ବିଶ୍ବ ଅଲମ୍ପିକ ଦିବସ । ବିଶ୍ବର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ହେଲା ଅଲମ୍ପିକ । 1894 ମସିହା ଜୁନ୍ 23 ତାରଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ ହୋଇଥିଲା । ଏହାପରେ 1948 ମସିହାରୁ ପ୍ରତି ବର୍ଷ ଜୁନ 23ତାରିଖକୁ ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ଭାବରେ ପାଳନ କରାଯାଏ ।

ଏହି କ୍ରୀଡା ଓ ସ୍ବାସ୍ଥ୍ୟ ପାଇଁ ସମର୍ପିତ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବୟସ,ଲିଙ୍ଗ, ଯୋଗ୍ୟତା ନିର୍ବିଶେଷରେ ଖେଳରେ ଭାଗ ନେବାକୁ ଖେଳାଳିଙ୍କୁ ଉତ୍ସାହିତ କରିବା । ଦୈନନ୍ଦିନ ଜୀବନରେ ଖେଳ ଓ ସ୍ବାସ୍ଥ୍ୟର ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା । ଅଲମ୍ପିକ ଜରିଆରେ କ୍ରୀଡାର ପ୍ରଚାର ପ୍ରସାର କରାଯାଇଥାଏ । ପ୍ରଥମେ ଅଷ୍ଟ୍ରେଲିଆ, ପର୍ତ୍ତୁଗାଲ, ଗ୍ରୀସ, କାନାଡା, ସ୍ବିଜରଲ୍ୟାଣ୍ଡ, ବ୍ରିଟେନ ଓ ବେଲଜିୟମ ଦେଶରେ ଏହି ଦିବସ ପାଳିତ ହୋଇଥିଲା । ଟୋକିଓ ଅଲିମ୍ପିକ ଆରମ୍ଭ ହେବାର ଠିକ ମାସେ ପୂର୍ବରୁ ଅଲିମ୍ପିକ ଦିବସ ପାଳିତ ହୋଇଥିବାବେଳେ ଏହାର ଅଧିକ ଗୁରୁତ୍ବ ବଢିଯାଇଛି ।

ଏହା ଏପରି ଏକ ପ୍ରତିଯୋଗିତା ଯେଉଁଥିରେ ବିଭିନ୍ନ ଦେଶର ଖେଳାଳି ଅଂଶ ଗ୍ରହଣ କରିଥାନ୍ତି । ଏହି ପ୍ରତିଯୋଗିତାରେ 200ରୁ ଅଧିକ ଦେଶର ଖେଳାଳି ଅଂଶଗ୍ରହଣ କରିଥାନ୍ତି । କୋରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ଏହି ଅଲମ୍ପିକ ଦିବସ ପାଳନରେ ବାଧା ସୃଷ୍ଟି ହୋଇଛି । ଓଡିଶାରୁ ଅନେକ ଖେଳାଳି ଅଲମ୍ପିକରେ ଅଂଶ ଗ୍ରହଣ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଦିଲ୍ଲୀପ ତିର୍କୀ ତାଙ୍କ କ୍ୟାରିୟରରେ ତିନିଥର ଅଲିମ୍ପିକ ଖେଳିଛନ୍ତି । ଦୂତୀ ଚାନ୍ଦ 2016 ରିଓ ଅଲିମ୍ପିକରେ ପ୍ରଥମ ମହିଳା ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ । ଏହା ସହିତ ଭାରତୀୟ ମାନଙ୍କ ମଧ୍ୟରେ ସୁଟର ଅଭିନବ ବିନ୍ଦ୍ରା 2008 ଅଲମ୍ପିକରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.