ETV Bharat / bharat

କୁରୁକ୍ଷେତ୍ରରେ ଅନ୍ତର୍ଜାତୀୟ ଗୀତା ମହୋତ୍ସବ, ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଓଡିଶାର ପିତ୍ତଳ କାରିଗରୀ - ଓଡିଶାର ପିତ୍ତଳ କାରିଗରୀ

International Gita Mahotsav 2023: ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ କଳାହାଣ୍ଡି ମହିଳାଙ୍କ କଳାକୃତି । ମନ ଜିଣିଲା ପିତ୍ତଳରେ ନିର୍ମିତ ସାମଗ୍ରୀର ନିଖୁଣ କାରିଗରୀ । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି

author img

By ETV Bharat Odisha Team

Published : Dec 11, 2023, 10:49 PM IST

ଚଣ୍ଡିଗଡ: ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ଗୀତା ମହୋତ୍ସବ 2023ରେ ଚମକିଲା ଓଡିଶାର କଳାକୃତି । ବିଭିନ୍ନ ରାଜ୍ୟର କଳାକୃତି ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ବେଳେ କଳାହାଣ୍ଡି ମହିଳାଙ୍କ ଦ୍ବାରା ନିର୍ମିତ ପିତ୍ତଳ କାରିଗରୀ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହୋଇଛି । ପିତ୍ତଳରେ ସୁନ୍ଦର ସୁନ୍ଦର ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ନିର୍ମାଣ କରିଛନ୍ତି କଳାହାଣ୍ଡିର କିଛି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏହି କଳାକୃତି ନିର୍ମାଣ କରିଛନ୍ତି । ଯାହା ପୁରା କାର୍ଯ୍ୟକ୍ରମର ଆକର୍ଷଣ ସାଜିଛି ।

ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି
ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି
ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି
ଅନ୍ତର୍ଜାତୀୟ ଗୀତା ମହତ୍ସୋବରେ କଳାହାଣ୍ଡି ମହିଳାଙ୍କ କଳାକୃତି

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାହାଣ୍ଡିର କାରିଗର ରଞ୍ଜନ କହିଛନ୍ତି, ଗତ 30 ବର୍ଷ ଧରି ଏହି ମୂର୍ତ୍ତି ତାଙ୍କ ଗ୍ରାମରେ ତିଆରି ହେଉଛି । ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଏହି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ଏହି କଳାକୁ ଲୋକମାନଙ୍କ ପହଞ୍ଚାଇବାରେ ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର କେତେକ ସାମାଜିକ ସଂଗଠନ ମଧ୍ୟ ସେମାନଙ୍କ ଗାଁକୁ ଆସି ମହିଳାଙ୍କ ଏହି କଳାକୁ ବହୁତ ପ୍ରଶଂସା କରିବା ସହ କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।କେତେକ ସଂଗଠନ ଏହି ମହିଳା କାରିଗର ଓ ତାଙ୍କର ଏହି କଳାକୁ ଜାତୀୟ ସ୍ତରକୁ ନେବାରେ ବହୁତ ସାହାଯ୍ୟ କରିଥିଲେ । ପ୍ରାରମ୍ଭରେ କେବଳ ଓଡ଼ିଶା ରାଜ୍ୟ ପାଇଁ କଳାକୃତି ପ୍ରସ୍ତୁତ କରାଯାଇଥିଲା । ପରେ ଏହାର ଚାହିଦା ଓ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଲା । ଅନ୍ୟ ରାଜ୍ୟର ବଜାରକୁ ବିସ୍ତାର ହେଲା । ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇଲେ । ଏବେ ଏହାର ଚାହିଦା ମହିଳାଙ୍କୁ ପ୍ରୋତ୍ସାହିତ କରିଛି । ସେମାନେ ଅଧିକରୁ ଅଧିକ ମୂର୍ତ୍ତି ପ୍ରସ୍ତୁତ କରୁଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଆୟୋଜିତ ହେଉଥିବା ପ୍ରଦର୍ଶନୀ ଓ ମହୋତ୍ସବରେ ମଧ୍ୟ ସେମାନେ ଅଂଶଗ୍ରହଣ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

ଦୁଇରୁ 3 ଦିନ ମଧ୍ୟରେ ବିଭିନ୍ନ ଆକୃତିର ପିତ୍ତଳ ମୂର୍ତ୍ତି ପ୍ରସ୍ତୁତ ହୋଇ ପାରୁଛି । ଏହାର ଆକାର ଓ କାରିଗରୀ ଉପରେ ଏହାର ଦାମ ନିର୍ଭର କରେ । ତେବେ ଛୋଟ ମୂର୍ତ୍ତି 200 ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ତେବେ ଅନ୍ୟ ଏକ ଘଟଣା ହେଉଛି , ଏହାକୁ ଅତି ପାରମ୍ପରିକ ପ୍ରଣାଳୀରେ ନିର୍ମାଣ କରାଯାଏ । କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର ହୋଇନଥାଏ । ବର୍ଷ ବର୍ଷ ଧରି ଏମାନେ ପାରମ୍ପରିକ ଉପକରଣରେ ଏହି ସାମଗ୍ରୀ ସବୁ ନିର୍ମାଣ କରିଆସୁଛନ୍ତି । ସରକାରୀ ସହୟତା ଓ ପ୍ରତ୍ସାହନ ମିଳିଲେ ଏମାନେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପହଞ୍ଚି ପାରନ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.