ETV Bharat / bharat

International Girl Child Day; ତ୍ଯାଗ ଓ ସଂଘର୍ଷର ଅନ୍ୟ ନାଁ ‘କନ୍ୟା’ - ଶିଶୁକନ୍ୟା

ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଅଭିବୃଦ୍ଧି ସୁଯୋଗ ଆଦି କ୍ଷେତ୍ରରେ କନ୍ୟାଶିଶୁଟି ସବୁବେଳେ ଭେଦଭାବର ସମ୍ମୁଖୀନ ହୁଏ । କେତେକ ବଞ୍ଚିବାରେ ସଫଳ ହେଲେ ବି ପରିବାରର ଚାପରେ ପ୍ରତିଦିନ ସେମାନଙ୍କୁ ଲଢିବାକୁ ପଡୁଛି । ଶିଶୁ କନ୍ୟାଙ୍କ ବିକାଶ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ତାରିଖକୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଭାବରେ ପାଳନ କରାଯାଏ । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଶିଶୁମାନଙ୍କର ବିକାଶ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ
ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ
author img

By

Published : Oct 11, 2021, 9:11 AM IST

ହାଇଦ୍ରାବାଦ: ଆଜି ବି ଅନେକ ଲୋକଙ୍କ କୁତ୍ସିତ ମାନସିକତା ପାଇଁ ଝିଅଙ୍କୁ ଦୁନିଆ ଦେଖିବା ଆଗରୁ ମାରି ଦିଆଯାଉଛି । ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇଥାଏ ଝିଅଟିଏ । ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଅଭିବୃଦ୍ଧି ସୁଯୋଗ ଆଦି କ୍ଷେତ୍ରରେ କନ୍ୟାଶିଶୁଟି ସବୁବେଳେ ଭେଦଭାବର ସମ୍ମୁଖୀନ ହୁଏ । କେତେକ ବଞ୍ଚିବାରେ ସଫଳ ହେଲେ ବି ପରିବାରର ଚାପରେ ପ୍ରତିଦିନ ସେମାନଙ୍କୁ ଲଢିବାକୁ ପଡୁଛି । ହେଲେ ଅନେକ ମହିଳା ଏବେ ଆଗକୁ ବଢିଛନ୍ତି । ଦୁନିଆକୁ ଚ୍ୟାଲେଞ୍ଜ କରି ସଫଳତା ଛୁଇଁଛନ୍ତି । ପୁରୁଷଙ୍କ ସହିତ ତାଳ ଦେଇ ଚାଲିଛନ୍ତି । ପ୍ରମାଣ କରି ଦେଇଛନ୍ତି ସେମାନେ ବି କିଛି କମ ନୁହନ୍ତି । ଶିଶୁ କନ୍ୟାଙ୍କ ବିକାଶ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ତାରିଖକୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଭାବରେ ପାଳନ କରାଯାଏ । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଶିଶୁମାନଙ୍କର ବିକାଶ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ।

ଯେଉଁଠି 10 ଜଣ ପୁଅ ଶିକ୍ଷିତ ରହିଥାନ୍ତି ସେଠି ଜଣେ ଝିଅ ଶିକ୍ଷିତ ହେବାକୁ ସୁଯୋଗ ପାଏ । ପାଖାପାଖି 60 ପ୍ରତିଶତ ଦେଶ ଝିଅମାନଙ୍କୁ ଅଣଦେଖା କରନ୍ତି । ସାରା ବିଶ୍ବରେ ପ୍ରାୟ 132 ନିୟୁତ ଝିଅ ପାଠ ଛାଡୁଛନ୍ତି। ସେମାନଙ୍କ ମଧ୍ୟରେ 34.3 ନିୟୁତ ପ୍ରାଥମିକ ବିଦ୍ୟାଳୟ ଯାଇପାରନ୍ତି ନାହିଁ । ସେମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବ ଓ ଦେଶ ଗଠନରେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ତେବେ ସେମାନେ ବଡ ହୋଇ ନିଶ୍ଚିତ ସମାଜ ଆଗରେ ଏକ ଲୋକପ୍ରିୟ ଚେହେରା ହୋଇପାରିବେ । ତେବେ ଏହି ଦିବସ ସେହି ଶିଶୁ ମାନଙ୍କୁ ପ୍ରୋତ୍ସାହିତ କରେ, ଯେଉଁମାନଙ୍କୁ ପରିବାର ପକ୍ଷରୁ କୌଣସି ସମର୍ଥନ ମିଳି ନଥାଏ । ସେମାନଙ୍କୁ ସଶକ୍ତ କରିବା ଏହି ଦିବସର ମୂଳ ଲକ୍ଷ୍ୟ ।

ଚଳିତ ବର୍ଷ ଡିଜିଟାଲ ଜେନେରେସନ ଆୱାର ଜେନେରସନ ଶୀର୍ଷକରେ ସାରା ବିଶ୍ବରେ ଏହି ଦିବସ ପାଳନ କରାଯିବ । ଜାତିସଂଘ ଶିଶୁ ସୁରକ୍ଷା ବିଭାଗ ଏହି ଦିବସ ପାଳନ ପାଇଁ ନେତୃତ୍ବ ନେବ । ସମାଜରେ ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୧୯୯୫ରୁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ହୋଇଆସୁଛି । ଗୋଟିଏ ଝିଅ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହୁଏ । ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟ ଶିକ୍ଷା ଓ ଅଧିକାର ଉପରେ ଅଧିକରୁ ଅଧିକ ଗୁରୁତ୍ବ ଦିଆଯାଏ । ଝିଅଙ୍କ ସୁରକ୍ଷା ପାଇଁ ଆମ ଦେଶର ସରକାର ଅନେକ ଯୋଜନା କରିଛନ୍ତି । ସେ ବେଟି ବଚାଓ ବେଟି ପଢାଓ ହେଉ କିମ୍ବା ସୁକନ୍ୟା ସମୃଦ୍ଧି ଯୋଜନା , ସବୁଥିରେ ସରକାରୀ କାଗଜ କଲମ ଅନୁସାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହେଉଛି ମାତ୍ର ସଫଳ କେତେ ହେଉଛି ତାର ହିସାବ ନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.