ETV Bharat / bharat

ସଭିଁଙ୍କ ପ୍ରିୟ ଅବନୀଶ: ପ୍ରଶଂସାରେ ଶତମୁଖ ମୋଦି, ଆଇଏଏସ୍ ଅଧିକାରୀ ହେବ ତ ଏମିତି... - ଛତିଶଗଡ ଆଇଏଏସ ଅବନୀଶ ସରଣ

ଦାୟିତ୍ବ ମିଳିବା ବା ଦାୟିତ୍ବ ନିର୍ବାହ କରିବା ଆକାଶ-ପାତାଳ ତଫାତ୍ । ସାଧାରଣ ଜନତାଙ୍କ ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ହୋଇସାରିବା ପରେ କିପରି ନିଜକୁ ଗଢୁଛନ୍ତି, ମଳିମୁଣ୍ଡିଆ ଲୋକଙ୍କ ଠାରୁ ଆରମ୍ଭ କରି ବଡବଡିଆ ଲୋକଙ୍କ ସହ କିପରି ମିଶୁଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ । ଗଦି ଚେୟାର ଓ ନାଲି ଗାଡିରେ ବସି ଜଣେ ଖୁବ୍ ଆରାମରେ ପ୍ରଶାସନିକ ଅଧିକାରୀ ହୋଇପାରିବ, କିନ୍ତୁ ସାଧାରଣ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝିପାରିଲେ ଜଣେ ସଚ୍ଚୋଟ, ଉଦାରବାଦୀ ଓ ମିଷ୍ଟଭାଷୀ ଅଧିକାରୀ ହେବା ଏତେ ସହଜ ନୁହେଁ । ସେଥିମଧ୍ୟରୁ ଜଣେ ହେଉଛନ୍ତି ଅବନୀଶ ସରଣ, ଆଦିବାସୀଙ୍କ ପ୍ରିୟ, ପିଲାମାନଙ୍କ ପାଇଁ ମିଶାଣିଆ ଅଫିସର, କାହିଁକି ସେ ଏତେ ଚର୍ଚ୍ଚାରେ । ପଢନ୍ତୁ SPECIAL REPORT...

ସଭିଁଙ୍କ ପ୍ରିୟ ଅବନୀଶ: ପ୍ରଶଂସାରେ ଶତମୁଖ ମୋଦି, ଆଇଏସ୍ ଅଧିକାରୀ ହେବ ତ ଏମିତି...

author img

By

Published : Aug 24, 2021, 5:49 PM IST

Updated : Aug 25, 2021, 3:52 PM IST

ରାୟପୁର: ଆଇଏଏସ୍ ହୁଅ କି ଆଇପିଏସ୍, ଯେଉଁ ପଦରେ ରହିଲେ ମଧ୍ୟ ସାଧାରଣ ଜନତାଙ୍କ ସହ ଉତ୍ତମ ବ୍ୟବହାର ନିହାତି ଆବଶ୍ୟକ ହୋଇ ପଡିଥାଏ । ଆବାଳ-ବୃଦ୍ଧ-ବନିତାଙ୍କ ସହ ମିଠା ସମ୍ପର୍କ ରଖିପାରିଲେ ଜଣେ ଭଲ ଅଧିକାରୀ ହୋଇପାରିବ । ସେମିତି ଜଣେ ଅଧିକାରୀ ହେଉଛନ୍ତି ଆଇଏଏସ୍ ଅବନୀଶ ସରଣ । ନାଁ ଯେମିତି ସୁନ୍ଦର, କାମ ମଧ୍ୟ ସେହିପରି ପ୍ରଶଂସନୀୟ । ସୋସିଆଲ ମିଡିଆରେ କେବଳ ତାଙ୍କରି ନାଁ, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ କରନ୍ତି ଆଦର ଓ ସ୍ନେହ । କାହିଁକି ସେ ଏତେ ପ୍ରିୟ, କଣ ପାଇଁ ଲୋକଙ୍କ ହୃଦୟରେ ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ସ୍ଥାନ । ପଢନ୍ତୁ ଏହି ସ୍ପେଶାଲ ରିପୋର୍ଟ....

twitter@ awanish sharan
twitter@ awanish sharan

Rating Agency Better India Organisation ଦେଶରେ ଉତ୍ତମ କାମ କରୁଥିବା ସର୍ବଶ୍ରେଷ୍ଠ ଟପ୍ ୧୦ ଆଇଏଏସ୍(IAS) ଅଧିକାରୀଙ୍କ ସୂଚୀ ଜାରି କରିଥିଲେ । ଏହି ଲିଷ୍ଟରେ ଛତିଶଗଡର ଆଇଏଏସ୍ ଅବନୀଶ ସରଣ ୫ନଂରେ ସ୍ଥାନିତ ଅଛନ୍ତି । ଜଣାଇଦେବା ପାଇଁ ଚାହିଁବୁ ଯେ, ଅବନୀଶ ୨୦୦୯ ବ୍ୟାଚର IAS । ସେ ବର୍ତ୍ତମାନ ରାୟପୁରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ସିଇଓ(CEO) ପୋଷ୍ଟରେ ଉପନୀତ । ସେ ନିଜ କାମ ଓ ସରଳ ସ୍ବଭାବ ପାଇଁ ବେଶ୍ ଚର୍ଚ୍ଚାରେ । ବିଶେଷତଃ ସରଣ ଅଫିସର୍ସ ଓ ଜନତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ଅବନୀଶ ମୂଳ ରୂପରେ ବିହାର ସମସ୍ତିପୁର ଜିଲ୍ଲାର କେବଟା ଗାଁ ନିବାସୀ । ତାଙ୍କ ବାପା ଓ ଜେଜେବାପା ଶିକ୍ଷକ ଥିଲେ ।

twitter@ awanish sharan
twitter@ awanish sharan
twitter@ awanish sharan
twitter@ awanish sharan

ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ MARK LIST:

ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ସମୟରେ ଅବନୀଶ କହିଥିଲେ ଯେ, ତାଙ୍କ ଜୀବନ ବହୁ ସଂର୍ଘଷପୂର୍ଣ୍ଣ ଥିଲା । ତାଙ୍କ ଘରେ ବିଜୁଳି ନ ଥିଲା । ସେଥିପାଇଁ ସେ ଲଣ୍ଠନରେ ପାଠ ପଢିଥିଲେ । ୨୦୧୯ରେ ଯେତେବେଳେ ଜଣେ ପୁଅ ପରୀକ୍ଷାରେ କମ୍ ନମ୍ବର ଆସିବା ନେଇ ସୁସାଇଡ୍ କରିଥିଲା, ସେତେବେଳେ IAS ଅବନୀଶ ସରଣ ତାଙ୍କ ପରୀକ୍ଷା ଫଳର ମାର୍କସିଟ୍ ସେୟାର କରିଥିଲେ । ସେ ଲେଖିଥିଲେ ପରୀକ୍ଷାରେ କମ୍ ନମ୍ବର ଆସିବା ଅଥବା ଫେଲ ହୋଇଯିବା କାହାର ଦକ୍ଷତାକୁ ପ୍ରତିପାଦିତ କରିନଥାଏ । ଏହା କେବଳ ଏକ ନମ୍ବର । ଆପଣଙ୍କ ମଧ୍ୟରେ ଲୁଚି ରହିଥିବା ଦକ୍ଷତା ଆପଣଙ୍କୁ ବହୁତ ଆଗକୁ ନେଇଥାଏ । ଯେଉଁଥିରେ ସେ ୧୦ମ ଶ୍ରେଣୀରେ ୪୪.୫%, ଦ୍ବାଦଶ(୧୨)ରେ ୬୫% ଏବଂ ସ୍ନାତକରେ ୬୦.୭% ନମ୍ବର ହାସିଲ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ତାଙ୍କ ୧୦ମ ପରୀକ୍ଷା ୧୯୯୬, ଦ୍ବାଦଶ ପରୀକ୍ଷା ୧୯୯୮ ଏବଂ ସ୍ନାତକ ଡିଗ୍ରୀ ୨୦୦୨ରେ ପୁରା କରିଥିଲେ ।

twitter@ awanish sharan
twitter@ awanish sharan

ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ:

ଅବନୀଶ କୁମାର ସୋସିଆଲ ମିଡିଆରେ ବହୁ ସକ୍ରିୟ । ସେ ବହୁ ସମସ୍ୟାର ସମାଧାନ ଏମିତି ହିଁ କରିଦିଅନ୍ତି । ସେଥିପାଇଁ ତ ସେ ତାଙ୍କ ଫେସବୁକରେ ନିଜ ଜିଲ୍ଲାର ଲୋକଙ୍କ ପାଇଁ ୱାଟସ୍ ଅପ୍ ନମ୍ବର ସେୟାର କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ 'ମୁଁ ଆପଣଙ୍କ ପାଇଁ ସଦାସର୍ବଦା ୨୪ ଘଣ୍ଟା ପ୍ରସ୍ତୁତ ଅଛି । ଆପଣ ଯେବେ ଚାହିଁବେ ଫୋନ ଓ ମେସେଜ କରିପାରିବେ । ଏହା ବ୍ୟତୀତ ଦେଶରେ ଚାଲୁଥିବା କୌଣସି ମୁଦ୍ଦା ଉପରେ ମଧ୍ୟ ସେ ନିଜ ରାୟ ଖୋଲାଖୋଲି ପ୍ରକାଶ କରିପାରିବେ । ଅଧିକାଂଶ ସମୟରେ ସେ ଶିଶୁଙ୍କ ପାଠପଢା ଶୈଳୀକୁ ନେଇ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଥାଆନ୍ତି । ଦାରିଦ୍ର୍ୟ ମଧ୍ୟରେ ଜଣେ ଶିଶୁ କିପରି ତାର ପାଠପଢାରୁ ବିଚ୍ୟୁତ ହୋଇନଥାଏ, ସେ ନେଇ ଅନେକ ଫଟୋ ଅବନୀଶ ସେୟାର କରିଥାଆନ୍ତି । ଛତିଶଗଡରେ ଥିବା ସମୟରେ ଜଣେ ବୃଦ୍ଧ ଲୋକ କେବଳ ଅବନୀଶଙ୍କୁ ଦେଖା କରିବା ପାଇଁ ୪୦ କି.ମି ଯାତ୍ରା କରିଆସିଥିଲେ । ଅବନୀଶ ତାଙ୍କ ସହ କଥା ହେବାସହ ହାତ ମିଳାଇଥିଲେ । ଏହାର ଫଟୋ ସେ ଟ୍ବିଟରରେ ସେୟାର କରିଥିଲେ ।

twitter@ awanish sharan
twitter@ awanish sharan

ସାଧାରଣ ସ୍ବଭାବ-ମିଷ୍ଟଭାଷୀ:

ସାଧାରଣ ସ୍ବଭାବ, ଡାଉନ ଟୁ ଆର୍ଥ, ସାବଲୀଳ ଚେହେରା ସାଙ୍ଗକୁ ହସହସ ମୁହଁ ସମସ୍ତଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ନିଜର କରିଦେଇଥାଏ । ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇ ମଧ୍ୟ ମନରେ ଟିକେ ହେଲେ ଗର୍ବ ନାହିଁ । ନିଜର ମିଶାଣିଆ ବ୍ୟବହାର ଓ ଥଣ୍ଡା ମିଞ୍ଜାସ ଯୋଗୁଁ ଛୋଟରୁ ବଡ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଆନ୍ତି ଓ ସମ୍ମାନ ମଧ୍ୟ କରନ୍ତି । ତାଙ୍କର ନିଖୁଣ ଦାୟିତ୍ବନିର୍ବାହ ଯୋଗୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସମ୍ମାନିତ ମଧ୍ୟ କରିସାରିଛନ୍ତି ।

twitter@ awanish sharan
twitter@ awanish sharan
twitter@ awanish sharan
twitter@ awanish sharan

ସରକାରୀ ଡାକ୍ତରଖାନାରେ ସ୍ତ୍ରୀର ପ୍ରସବ:

ଅବନୀଶ କୁମାର ସରକାରୀ ଡାକ୍ତରଖାନା ସହ ଲୋକଙ୍କୁ ଯୋଡିବା ପାଇଁ ନିଜ ପତ୍ନୀଙ୍କ ପ୍ରସବ ଜିଲ୍ଲା ଡାକ୍ତରଖାନାରେ କରାଇଥିଲେ । ଯାହା ଫଳରେ ଲୋକମାନେ ଘରୋଇ ଡାକ୍ତରଖାନା ନ ଯାଇ ସରକାରୀ ଡାକ୍ତରଖାନାରେ ନିଜ ଚିକିତ୍ସା କରାଇବେ ଏବଂ ଧନୀ-ଦରିଦ୍ର ଭେଦଭାବ ଦୂରେଇ ଯିବ । ଏ ନେଇ ସେତେବେଳେ ସେ ବହୁ ଚର୍ଚ୍ଚାରେ ଥିଲେ । ତାଙ୍କୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

twitter@ awanish sharan
twitter@ awanish sharan

ସରକାରୀ ବିଦ୍ୟାଳୟରେ ଝିଅର ପାଠପଢା:

ଜଣାଇଦେବା ପାଇଁ ଚାହିଁବୁ ଯେ, କବୀରଧାମ ଜିଲ୍ଲାର ଜିଲ୍ଲାପାଳ ରହିସାରିଥିବା ଅବନୀଶ କୁମାର ସରଣ ୨୦୦୯ ବ୍ୟାଚର ଆଇଏଏସ୍ ଅଫିସର । ସେ ସର୍ବ ପ୍ରଥମେ ୨୦୧୭ରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ସେ ବଳରାମପୁରର ଜିଲ୍ଲାପାଳ ଥିଲେ, ସେତେବେଳେ ସେ ନିଜ ଝିଅ ବେଦିକାର ଆଡମିଶନ ଏକ ସରକାରୀ ପ୍ରଜ୍ଞା ପ୍ରାଥମିକ ବିଦ୍ୟାଳୟରେ କରାଇଥିଲେ । ସରକାରୀ ହେଉ ଅଥବା ଘରୋଇ ସ୍କୁଲ ହେଉ । ଜଣେ ଛାତ୍ର/ଛାତ୍ରୀ ପାଇଁ ପାଠପଢା ବେଶ୍ ଗୁରୁତ୍ବ ରଖେ । ଏହାର ଉଦାହରଣ ଦେଇ ସେ ଏପରି କରିଥିଲେ ।

twitter@ awanish sharan
twitter@ awanish sharan

ଆଦିବାସୀଙ୍କ ପ୍ରିୟ ଅବନୀଶ:

twitter@ awanish sharan
twitter@ awanish sharan

ଅବନୀଶ ୨୦୧୮ ଅପ୍ରେଲରେ କବୀରଧାମର ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବ ସମ୍ଭାଳିଥିଲେ । ସେତବେଳେ ସେ ଆଦିବାସୀ ସମାଜ ପାଇଁ ଅନେକ ଉଚ୍ଚକୋଟିର କାମ କରିଥିଲେ । ସେଥିପାଇଁ ଆଦିବାସୀ ସମାଜର ସେ ଖୁବ୍ ପ୍ରିୟ । ଆଦିବାସୀ ସଂପ୍ରଦାୟର ପ୍ରତ୍ୟେକ ବ୍ୟକ୍ତି ଅବନୀଶଙ୍କୁ ଖୁବ୍ ସ୍ନେହ ଓ ଆଦର କରନ୍ତି । ଅବନୀଶ ଆଦିବାସୀ ବହୁଳ କ୍ଷେତ୍ର ଛତିଶଗଡରେ ସ୍ବାସ୍ଥ୍ୟ ଓ ଶିକ୍ଷା ସମ୍ବନ୍ଧିତ ବହୁ କାର୍ଯ୍ୟ କରିଛନ୍ତି । ସେ ତାଙ୍କ ଜିଲ୍ଲାରେ ବାଇକ୍ ଆମ୍ବୁଲାନ୍ସ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ସେ ପାଖାପାଖି ୫୦ ଗାଁର ୫୦୦୦ ଲୋକଙ୍କର ଉପକାର କରିପାରିଥିଲେ । ତାଙ୍କ ଦ୍ବାରା ଏମିତି ବହୁତ କାମ ହୋଇଛି, ଯାହାକୁ ବିଭିନ୍ନ ସଂଗଠନ ଖୁବ୍ ପ୍ରଶଂସା କରିଛନ୍ତି ।

twitter@ awanish sharan
twitter@ awanish sharan

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2021, 3:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.