ETV Bharat / bharat

ଭାରତରେ ଇସ୍ରାଏଲ ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଲର୍ଟ ଜାରି - terror attack aleart in india

ସେପ୍ଟେମ୍ବରରେ ଭାରତରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ପ୍ରସ୍ତୁତ ରହିବାକୁ ସତର୍କ କରାଇଲା ଗୁଇନ୍ଦା ସଂସ୍ଥା। ଅଧିକ ପଢନ୍ତୁ...

ଭାରତରେ ଇସ୍ରାଏଲ ନାଗରିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ କରାଇଲା ଗୁଇନ୍ଦା ବି

author img

By

Published : Sep 4, 2021, 9:46 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଇସ୍ରାଏଲ ନାଗରିକଙ୍କ ପାର୍ବଣ ଋତୁ ଥିବାବେଳେ ଭାରତରେ ରହୁଥିବା ଇସ୍ରାଏଲ ନାଗରିକଙ୍କ ଉପରେ ହୋଇପାରେ ଆତଙ୍କୀ ଆକ୍ରମଣ । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।

ଏହି ଆକ୍ରମଣରେ ଇହୁଦି ଧର୍ମାବଲମ୍ବୀଙ୍କୁ ଟାର୍ଗେଟ କରାଯିବା ନେଇ ଆତଙ୍କୀ ଗୋଷ୍ଠୀଙ୍କ ଯୋଜନା ଥିବା ସୂଚନା ପାଇଛି ଗୋଇନ୍ଦା ବିଭାଗ । ଏନେଇ ସମସ୍ତ ପୋଲିସ ମୁଖ୍ୟଳୟକୁ ଆବଶ୍ୟକୀୟ ସତର୍କତା ଓ ପୂର୍ବପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତରେ ଥିବା ଇସ୍ରାଏଲ ନାଗରିକ ବହୁଳ ସ୍ଥାନରେ ଏହି ଆକ୍ରମଣକୁ ରୂପ ଦେଇପାରନ୍ତି ଆତଙ୍କୀ ସଂଗଠନ । ସେପ୍ଟେମ୍ବରରୁ ୬ ତାରିଖରୁ ଇହୁଦୀମାନଙ୍କ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି ।

ଏନେଇ ସୂଚନା ମିଳିବା ପରେ ରାଜଧାନୀ ଦିଲ୍ଲୀରେ ପୋଲିସ ତାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଇସ୍ରାଏଲି ନାଗରିକ ରହୁଥିବା ବିଭିନ୍ନ ସ୍ଥାନ ଓ ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦୂତାବାସ କର୍ମଚାରୀ ଓ କୂଟନୀତିଜ୍ଞଙ୍କ ସୁରକ୍ଷା ମଧ୍ୟ ବଢାଇବା ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ସମେତ ଅନ୍ୟ କିଛି ସହରରେ ଥିବା ଇହୁଦି ସମ୍ପ୍ରଦାୟ ସେଣ୍ଟରକୁ ମଧ୍ୟ ଟାର୍ଗେଟ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ଗୁଇନ୍ଦା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଇନ୍ଦା ବିଭାଗର ସତର୍କତା ସୂଚନା ଅନୁସାରେ ସମସ୍ତ ପୂର୍ବ ପଦକ୍ଷେପ ଗ୍ରହଣ କରିବା ପାଇ ଦେଶବ୍ୟାପୀ ପୋଲିସ ମୁଖ୍ୟଳୟକୁ ନିର୍ଦ୍ଦେଶ ଦିଆ ସରିଛି । ତେବେ ଗୁଇନ୍ଦା ବିଭାଗର ପରବର୍ତ୍ତୀ ସୂଚନା ଆଧାରରେ ଆବଶ୍ୟକ ହେଲେ ଆହୁରି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇପାରେ ବୋଲି କୁହାଯାଇଛି ।

ଗତ ଜାନୁଆରୀ ୨୯ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ପରିସରରେ ଏକ ଲୋ-ଇଣ୍ଟେନସିଟି ବମ ମଧ୍ୟ ବିସ୍ଫୋରଣ ହୋଇଥିଲା । ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପକ୍ଷରୁ ଜାରି ରହିଛି । ପ୍ରଥମେ ଏହି ଘଟଣାରେ ଦିଲ୍ଲୀ ପୋଲିସର ସ୍ପୋସାଲ ତଦନ୍ତ କରୁଥିବାବେଳେ ପରବର୍ତ୍ତୀ ସମୟରେ ଏହାର ତଦନ୍ତଭାର NIAକୁ ହସ୍ତାନ୍ତର କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.