ETV Bharat / bharat

ITBP POP: କମାଣ୍ଡର ଝିଅକୁ ଇନ୍ସପେକ୍ଟର ବାପାର ସାଲ୍ୟୁଟ

author img

By

Published : Aug 8, 2021, 6:55 PM IST

ଗର୍ବରେ ଆଜି ଫାଟି ପଡୁଛି ବାପାର ଛାତି । କାରଣ ଆଜି ତା' ଝିଅ ସଫଳତା ପାଇବା ସହ ବାପାର ନାଁ ରଖିଛି । ଆଉ ବାପା ଝିଅକୁ ସାଲ୍ୟୁଟ ମାରି ଗର୍ବରେ ଆଖିକୁ କରିଛି ଛଳ ଛଳ । ଅଧିକ ପଢନ୍ତୁ...

ITBP POP: କମାଣ୍ଡର ଝିଅକୁ ଇନସପେକ୍ଟର ବାପାର ସାଲ୍ୟୁଟ

ଡେରାଡୁନ: ଗର୍ବରେ ଫାଟି ପଡୁଛି ବାପାର ଛାତି । କାରଣ ଆଜି ତା' ଝିଅ ସଫଳତା ପାଇବା ସହ ବାପାର ନାଁ ରଖିଛି । ଭାରତ ତିବ୍ବତ ସୀମା ପୋଲିସ(ITBP)ରେ ଝିଅ ସାମିଲ ହୋଇ ବାପାଙ୍କୁ କରିଛି ଗର୍ବିତ । ଆଉ ସେହି ସେନାରେ ଥିବା ପିତା ମଧ୍ୟ ଝିଅଙ୍କୁ ସାଲ୍ୟୁଟ କରିଛନ୍ତି । ଏଭଳି ଭାବବିହ୍ବଳ ମୁହୂର୍ତ୍ତ ମସୁରୀରେ ଦେଖିବାକୁ ମିଳିଛି ।

ମସୁରୀ ଏକାଡେମୀରେ ପାସିଙ୍ଗ ଆଉଟ ପରେଡରେ ଇନ୍ସପେକ୍ଟର କମଳେଶ କୁମାରଙ୍କ ଝିଅ ଦୀକ୍ଷା ମଧ୍ୟ ଥିଲେ । ଦୀକ୍ଷା ITBPରେ ଆସିଷ୍ଟାଣ୍ଟ କମାଣ୍ଡର ପଦବୀରେ ରହିଛନ୍ତି । ଏହି ପାସିଙ୍ଗ ଆଉଟ ପରେଡ ସମୟରେ ଦୀକ୍ଷା କମଳେଶଙ୍କୁ ପାସ କରି ଯିବା ସମୟରେ କମଳେଶ ଝିଅକୁ ସାଲ୍ୟୁଟ ମାରିଥିଲେ । ଯାହାକି ଅତ୍ୟନ୍ତ ଭାବବିହ୍ବଳ ମୁହୂର୍ତ୍ତ ଥିଲା । ଦୀକ୍ଷା ନିଜ ସଫଳତାର ଶ୍ରେୟ ପିତା କମଳେଶଙ୍କୁ ଦେଇଛନ୍ତି । ତାଙ୍କୁ କମଳେଶ ITBP ଯବାନ ଭାବେ ଦେଖିବାକୁ ଚାହୁଁଥିଲେ । ଏଥିଲାଗି ସେ ସମସ୍ତ ପ୍ରକାର ସହାୟତା ମଧ୍ୟ ଯୋଗାଇଥିଲେ ।

ତେବେ ଦୀକ୍ଷାଙ୍କୁ ଜୀବନରେ ଚ୍ୟାଲେଞ୍ଜ ପସନ୍ଦ ଥିବାରୁ ସେ ଏଥିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ଯୁଗରେ ଝିଅମାନେ କୌଣସୁ ଗୁଣରେ କମ ନୁହଁନ୍ତି ବୋଲି ସେ କହିଛନ୍ତି । ଆଇଟିବିପିର ସାମିଲ ହେବା ପାଇଁ ଦୀକ୍ଷା ଓ ଅନ୍ୟ ମହିଳା ଯବାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ପ୍ରାୟ ୫୩ ଜଣ କ୍ୟାଣ୍ଡିଡେଟ ପରେଡରେ ଶପଥ ଗ୍ରହଣ କରି ଆଇଟିବିପିରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.