ETV Bharat / bharat

ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ INS Vikrant - ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି

INS ବିକ୍ରାନ୍ତ ସମର୍ପଣ ସମାରୋହକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଏକ ଯୁଦ୍ଧଜାହାଜ ନୁହେଁ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅଧିକ ପଢନ୍ତୁ

ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ INS Vikrant

author img

By

Published : Sep 2, 2022, 2:35 PM IST

ଥିରୁଅନନ୍ତପୁରମ: ସମୁଦ୍ରର ବାହୁବଳୀ, ଶକ୍ତି ଭାରତରେ ନିର୍ମିତ ପ୍ରଥମ ସ୍ବଦେଶୀ ବିମାନ ବାହକ ବିକ୍ରାନ୍ତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ନୌସେନାକୁ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସମୁଦ୍ର ଇତିହାସରେ ବର୍ତ୍ତମାନ ଯାଏ ଏହା ସବୁଠୁ ବଡ ଜାହାଜ । ଏକ ଗରିମାମୟ ପରିବେଶରେ କୋଚି ସିପୟାର୍ଡରୁ ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚିତ କରିଛନନ୍ତି ପ୍ରଧାନମନ୍ତ୍ରୀ । INS ବିକ୍ରାନ୍ତ ସମର୍ପଣ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ । ଏହା ଏକ ଯୁଦ୍ଧଜାହାଜ ନୁହେଁ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ । ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ ।''

  • PM Narendra Modi commissions indigenous Aircraft Carrier IAC Vikrant, the largest & most complex warship ever built in India's maritime history, into the Indian Navy at a ceremony in Kochi, Kerala. #INSVikrant pic.twitter.com/CEQAX5ybYE

    — ANI (@ANI) September 2, 2022 " class="align-text-top noRightClick twitterSection" data=" ">

ଦେଶ ପାଇଁ ଆଜିର ଦିନଟି ଐତିହାସିକ । ନୌସେନା ପାଇଁ ଏକ ବଡ ଦିନ । କେରଳର ସମୁଦ୍ର ତଟରେ ଆଜି ପ୍ରତିଟି ଭାରତବାସୀ ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ଆଇଏନଏସ ବିକ୍ରାନ୍ତକୁ ଦେଖିବେ । ଆଇଏନଏସ ବିକ୍ରାନ୍ତ ଭାରତର ଧୈର୍ଯ୍ୟର ହୁଙ୍କାର । ବିକ୍ରାନ୍ତ ଭବ୍ୟ, ଅନନ୍ୟ, ବିଶେଷ ବିକ୍ରାନ୍ତ କେବଳ ଏକ ଯୁଦ୍ଧଜାହାଜ ନୁହେଁ ପରିଶ୍ରମ, ପ୍ରତିବଦ୍ଧତା ଓ ପ୍ରତିଶ୍ରୁତିବଦ୍ଧତା ଓ ପ୍ରଭାବର ପ୍ରମାଣ । ଆତ୍ମନିର୍ଭର ଭାରତର ପ୍ରତୀକ INS ବିକ୍ରାନ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ନୌସେନାରେ INS ବିକ୍ରାନ୍ତ, ଜାଣନ୍ତୁ କେତେ ଶକ୍ତିଶାଳୀ ?

ସମର୍ପିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ସ୍ବାଧୀନତା ଆନ୍ଦୋଳନରେ ଆମ ସ୍ବତନ୍ତ୍ର ସେନାନୀମାନେ ଯେଉଁ ସକ୍ଷମ, ସମର୍ଥ ଓ ଶକ୍ତିଶାଳୀ ଭାରତର ସ୍ବପ୍ନ ଦେଖିଥିଲେ ତା'ର ଏକ ସଶକ୍ତ ଚିତ୍ର ଆଜି ଏଠାରେ ଆମେ ଦେଖୁଛୁ । ଆଇଏନଏସ ବିକ୍ରାନ୍ତ ବିଶାଳ, ବିଶେଷ, ବିଶିଷ୍ଟ, ବିଟାଟ ଓ ବହଙ୍ଗମ । ଯଦି ଲକ୍ଷ୍ୟ ଦୂରନ୍ତ ଅଛି ଯାତ୍ରା ସ୍ଥିର ଅଛି ସମୁଦ୍ର ଏବଂ ଚ୍ୟାଲେଞ୍ଜ ଅନନ୍ତ ଅଛି ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ । ଆଜାଦୀ କା ଅମୃତ ମହୋତ୍ସବ ଅତୁଳନୀୟ ଅମୃତ ହେଉଛି ଆଇଏନଏସ ବିକ୍ରାନ୍ତ । ଆତ୍ମନିର୍ଭର ହେଉଥିବା ଭାରତର ପ୍ରତୀକ ହେଉଛି ବିକ୍ରାନ୍ତ । ଏହା ପ୍ରତିଟି ଭାରତୀୟ ପାଇଁ ଗର୍ବ ଓ ଗୌରବର ମୂଲ୍ୟବାନ ଅବସର ।" ପ୍ରତିଟି ଭାରତୀୟର ମାନ ସ୍ବାଭିମାନ ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପ୍ରତିଟି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ମୋଦି ।

ସେ ଆହୁରି କହିଛନ୍ତି, ''ଲକ୍ଷ୍ୟ ଯେତେ କଠିନ ହେଉ ନା କାହିଁକି ଯେତେ ବଡ ଆହ୍ବାନ ହେଉ ନା କାହିଁକି ଭାରତ ଯେବେ ସଂକଳ୍ପ ନିଏ ତେବେ କିଛି ବି ଲକ୍ଷ୍ୟ ଅସମ୍ଭବ ନୁହେଁ । ଆଜି ଭାରତ ବିଶ୍ବର ସେହି ସବୁ ବଛା ବଛା ଦେଶରେ ସାମିଲ ହୋଇଛି ଯିଏ ସ୍ବଦେଶୀ ଜ୍ଞାନ କୌଶଳରେ ବିମାନ ଜାହାଜର ଡିଜାଇନ କରିବା ଏବଂ ଏଗୁଡିକୁ ନିର୍ମାଣ କରିବାରେ ବିଶିଷ୍ଟ କ୍ଷମତା ରଖିଛନ୍ତି ।'' ଆଜି ଆଇଏନଏସ ବିକ୍ରାନ୍ତ ଦେଶକୁ ଏକ ନୂଆ ବିଶ୍ବାସରେ ଭରି ଦେଇଛି । ଦେଶରେ ଏକ ନୂଆ ଭରସା ସୃଷ୍ଟି ହୋଇଛି । ବିକ୍ରାନ୍ତକୁ ଦେଖି ସମୁଦ୍ରର ଏ ଲହରୀ ଆହ୍ବାନ ଦେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିକ୍ରାନ୍ତ ହେଉଛି ଆଇକନ୍ । ଦେଶର ଗୌରବ ଓ ଶକ୍ତି । ଆତ୍ମନିର୍ଭର ଭାରତର କଥା କହୁଛି ବିକ୍ରାନ୍ତ । ଏହା ଦେଶର ସ୍ବାଧୀନତା ସଂଗ୍ରାମୀ ଓ ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନିଶାନ ସମାରୋହରେ ହେଲିକପ୍ଟର ଉଡିଛି । ଗୋଟିଏ ହେଲିକପ୍ଟର ଓଡିଆ କମାଣ୍ଡର ଈଶାନ ମହାପାତ୍ର ଉଡାଇଛନ୍ତି । ଏହି କାର୍ଯ୍ୟକ୍ରମରେ ନୌସେନାର ନୂଆ ପତାକା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଇଏନଏସ ବିକ୍ରାନ୍ତ ଭାରତୀୟ ନୌସନାର ଶକ୍ତିରୁ ଅଧିରକୁ ଅଧିକ ଶକ୍ତିଶାଳୀ କରିବ । ଆକ୍ରମଣାତ୍ମକ ଓ ରକ୍ଷଣାତ୍ମକ କ୍ଷମତାକୁ ବୃୃଦ୍ଧି କରିବ । ବିକ୍ରାନ୍ତ ଦୀର୍ଘ ଦୂରତା ବିଶିଷ୍ଟ ସମାଜିକ ବାୟୁ ଶକ୍ତି ହିନ୍ଦ ମହାସାଗର କ୍ଷେତ୍ରରେ ଚୟନିତ ସୁରକ୍ଷା ଭାଗିଦାରୀ ତଥା ଫାଷ୍ଟ ରେସପଣ୍ଡର ଭାବରେ ଭାରତର ସ୍ଥିତିକୁ ସୁଦୃଢ କରିବ । ଏଥରୁ ଉତ୍ପାଦ ହେଉଥିବା ବିଦ୍ୟୁତ ସେଥିରୁ ୫୦୦ ହଜାର ଘରକୁ ଆଲୋକିତ କରାଯାଇପାରିବ । ଯେତେ କେବୁଲ ଓ ତାର ବ୍ୟବହାର ହୋଇଛି ତାହା କୋଚିରୁ ଆରମ୍ଭ ହୋଇ କାଶୀ ପର୍ଯ୍ୟନ୍ତ ପହଞ୍ଚିବ ।

ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ, ନୌସେନାଧ୍ୟକ୍ଷ ଆଡମିରାଲ ଆର ହରି କୁମାର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.