ETV Bharat / bharat

ବ୍ରିଟେନରେ ରାଜ କରିବେ ଭାରତୀୟ ବଂଶୋଦ୍ଭବ, ଜ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ବଶୁର - ଋଷି ସୁନକ

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଏନଆର ନାରାୟଣ ମୂର୍ତ୍ତିଙ୍କ ଶୁଭେଚ୍ଛା । ସୁନକଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି ଏନଆଇ ନାରାୟଣ । ଅଧିକ ପଢନ୍ତୁ

Narayana Murthy Congratulate to Rishi Sunak
ବ୍ରିଟେନ ଉପରେ ରାଜ କରିବେ ଭାରତୀୟ ବଂଶୋଦ୍ଭୋବ, ଜ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ବଶୁର
author img

By

Published : Oct 25, 2022, 1:05 PM IST

ନୂଆଦିଲ୍ଲୀ: ଭାରତକୁ ଶାସନ କରିଥିବା ବ୍ରିଟେନ ଉପରେ ଏବେ ରାଜ କରିବେ ଭାରତୀୟ ବଂଶୋଦ୍ଭବ । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ପ୍ରତିନ୍ଦ୍ବନ୍ଦୀ ବୋରିସ ଜନସନ ଓ ପେନ୍ନୀ ମୋର୍ଡାଣ୍ଟ ଓହରିବା ପରେ ବାଜି ମାରି ନେଇଛନ୍ତି ସୁନକ । ସୁନକଙ୍କ ଏ ସଫଳତା ପାଇଁ ତାଙ୍କୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଋଷି ସୁନକଙ୍କୁ ତାଙ୍କ ଶ୍ବଶୁର ତଥା ଇନଫୋସିସ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ଶୁଭେଚ୍ଛା ଜଣାଇଛନ୍ତି । ସୁନକଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି ଏନଆଇ ନାରାୟଣ ।

ଏନଆର ନାରାୟଣ କହିଛନ୍ତି, ''ଆମେ ଋଷି ସୁନକଙ୍କ ପାଇଁ ଗର୍ବିତ । ଆଗାମୀ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ବ୍ରିଟେନବାସୀଙ୍କ ପାଇଁ ସେ ସମସ୍ତ ଭଲ କାମ କରିବେ ଆମର ବିଶ୍ବାସ ରହିଛି ।'' 42 ବର୍ଷୀୟ ଭାରତୀୟ ବଂଶୋଦ୍ଭୋବ ଋଷି ସୁନକ ବ୍ରିଟେନର ମଙ୍ଗ ଧରିଛନ୍ତି । କଞ୍ଜରଭେଟିଭ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନ୍ନି ମୋର୍ଡାଣ୍ଟ ପଛରେ ପକାଇ ରୁଷି ସୁନକ ବିଜୟ ହାସଲ କରିଛନ୍ତି ।

ପୂର୍ବରୁ ପ୍ରଧାମନ୍ତ୍ରୀ ଦୌଡରେଥିବା ସୁନକ ଲିଜ ଟ୍ରସଙ୍କଠୁ ପରାସ୍ତ ହୋଇଥିଲେ । ଦେଶର ଅର୍ଥନୈତିକ ସଙ୍କଟର ସମାଧାନରେ ବିଫଳ ହୋଇଥିଲେ ଟ୍ରସ । ଫଳରେ 45 ଦିନରେ ଟ୍ରସଙ୍କୁ ଗାଦି ଛାଡିବାକୁ ପଡିଥିଲା । ପୁଣି ନିର୍ବାଚନ ହୋଇଥିବା ଫଳରେ ଋଷିଙ୍କୁ 180ରୁ ଅଧିକ ସାଂସଦଙ୍କୁ ସମର୍ଥନ ମିଳିଥିଲା । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢନ୍ତୁ...ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ଋଷି ସୁନକ

ପ୍ରକାଶ ଥାଉ କି, ଆଜି ଶପଥ ନେବେ ରୁଷି ସୁନକ । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଆଜି ସେ ଦାୟିତ୍ବ ଗ୍ରହଣ କରିବେ। ବ୍ରିଟେନ କିଙ୍ଗସ୍ ଚାର୍ଲସ ତୃତୀୟକୁ ଭେଟି କାର୍ଯ୍ୟଭାର ସମ୍ଭାଳିବା ନେଇ ସୂଚନା ମିଳିଛି । ବ୍ରିଟେନର ଅର୍ଥନୈତିକ ସଂଙ୍କଟ ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ଦେଶର ଅର୍ଥନୀତି ସଜାଡିବା ଦିଗରେ କାର୍ଯ୍ୟ କରିବେ ସୁନକ । ସୁନକଙ୍କ ବାପା ମାଆ ଜଣେ ଡାକ୍ତର । ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା । ତିନି ପିଢି ଧରି ସେମାନେ ବ୍ରିଟେନରେ ରହି ଆସୁଛନ୍ତି ।

୧୯୮୦ ମସିହାରେ ସାଉଥମ୍ପଟନରେ ସୁନକଙ୍କ ଜନ୍ମ । ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସୋଫୋର୍ଡ ବିଶ୍ବବିଦ୍ୟାଳଯରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଓ ଷ୍ଟାଣ୍ଡଫର୍ଡ ବିଶ୍ବବିଦ୍ୟାଳୟରୁ MBA କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନକ 2009ରେ ଇନଫୋସିସ୍ ପ୍ରତିଷ୍ଠାନ ଏନ ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଝିଅ କ୍ରିଷ୍ଣା ଏବଂ ଅନୁଷ୍କା ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.