ETV Bharat / bharat

Pegasus Spyware: ଶିକାର ହୋଇଥିଲେ ଅବଗତ କରିବାକୁ SCଙ୍କ ପରାମର୍ଶ

author img

By

Published : Jan 2, 2022, 7:27 PM IST

ପେଗାସସ ଗୁପ୍ତଚରୀରେ ପୀଡିତମାନଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ଗୁପ୍ତଚରୀର ଶିକାର ହୋଇଥିବା ଭାବୁଥିଲେ ଜାନୁଆରୀ 7 ପୂର୍ବରୁ ସୂଚନା ପଠାନ୍ତୁ । ଅଧିକ ପଢନ୍ତୁ

ପେଗାସସ ଗୁପ୍ତଚରି ମାମଲା: ଶିକାର ହୋଇଥିଲେ ଅବଗତ କରିବାକୁ SCଙ୍କ ପରାମର୍ଶ

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର୍ ଗୁପ୍ତଚରୀ ମାମଲାର ତଦନ୍ତ କରୁଥିବା ସୁପ୍ରିମକୋର୍ଟ ଅନୁସନ୍ଧାନକାରୀ କମିଟି ଏକ ସାଧାରଣ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତିରେ ପେଗାସସ୍ ଗୁପ୍ତଚରୀରେ ଶିକାର ହୋଇଥିବା ଭାବୁଥିଲେ ଅନୁସନ୍ଧାନ ପ୍ୟାନେଲକୁ ତଥ୍ୟ ସହ ଅବଗତ କରାଇବା ପାଇଁ କୁହାଯାଇଛି । ଚଳିତ ମାସ 7 ତାରିଖ ମଧ୍ୟାହ୍ନ ପୂର୍ବରୁ ଏହି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ବିଜ୍ଞପ୍ତିରେ ପ୍ରକାଶ କରିଛି ପ୍ୟାନେଲ । ଏହି ବହୁଚର୍ଚ୍ଚିତ ଅଭିଯୋଗର ତଦନ୍ତ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟି ଜାରି ରଖିଛି ।

ଇସ୍ରାଏଲର NSO ଗ୍ରୁପ୍ ଦ୍ବାରା ପ୍ରସ୍ତୁତ ପେଗାସସ୍ ସଫ୍ଟୱେୟାର ବ୍ୟବହାର କରି କୌଣସି ବୈଦ୍ୟୁତିକ ଡିଭାଇସରୁ ବ୍ୟକ୍ତିଗତ ତଥ୍ୟ କିମ୍ବା ଗୋପନୀୟତା ସମ୍ପର୍କିତ ତଥ୍ୟ ଗୁପ୍ତଚରୀ କରାଯାଇଥିଲେ ଏପରି ଘଟଣାର ଶିକାର ହୋଇଥିବା ବ୍ୟକ୍ତି ପ୍ୟାନେଲ ସାମ୍ନାରେ ସେ ସମ୍ପର୍କିତ ତଥ୍ୟ ବା ସୂଚନା ଦାଖଲ କରିପାରିବ । ତେବେ କୌଣସି ବ୍ୟକ୍ତିଙ୍କ ଠାରୁ ଏପରି ଅଭିଯୋଗ ବା ସୂଚନା ମିଳିଲେ, ସେମାନଙ୍କ ଡିଭାଇସ୍ ପରୀକ୍ଷା କରିବାକୁ ଅନୁମତି ଦେବାକୁ ଅନୁରୋଧ କରିବ ପ୍ୟାନେଲ । ସଂଗ୍ରହ ହୋଇଥିବା ଡିଭାଇସ ରାଜଧାନୀ ନୂଆଦିଲ୍ଲୀରେ ପରୀକ୍ଷା/ଅନୁସନ୍ଧାନ କରାଯିବା ପରେ ଉକ୍ତ ଅଭିଯୋଗକାରୀଙ୍କୁ ଫେରସ୍ତ କରାଯିବ ବୋଲି ପ୍ୟାନେଲ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.