ETV Bharat / bharat

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା - ଅନୁପ୍ରବେଶ ବେଳେ ଆତଙ୍କୀ ସଫା

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଶୀତ ଦିନ ଆରମ୍ଭରୁ ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ । ବିଏସଏଫ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ନିପାତ (terrorist killed by indian force)। ଅଧିକ ପଢନ୍ତୁ

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: BSF ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା

author img

By

Published : Nov 3, 2022, 5:15 PM IST

Updated : Nov 3, 2022, 5:26 PM IST

ଶ୍ରୀନଗର: ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ସୀମାପାର ଆତଙ୍କୀଙ୍କ ଏକ ବଡ ଧରଣର ଅନୁପ୍ରେବଶ ଯୋଜନାକୁ ପଣ୍ଡ କରିଛି ଭାରତୀୟ ସୀମା ସୁରକ୍ଷା ବଳ (terrorist killed by indian force) । ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବେଳେ ସୀମା ସୁରକ୍ଷା ବଳର ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା ହୋଇଥିବା ମଧ୍ୟ ସୂଚନା ମିଳିଛି । ଦକ୍ଷିଣ କାଶ୍ମୀରର LOC ନିକଟବର୍ତ୍ତୀ ପୁଞ୍ଚ ସେକ୍ଟରରେ ଏହି ଉଦ୍ୟମ ଜାରି ରହିଥିବା ବେଳେ ଭାରତୀୟ ସୀମା ସୁରକ୍ଷା ବଳ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ପାକିସ୍ତାନୀ ଆତଙ୍କୀକୁ ନିପାତ କରିବା ସହ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାରେ ସଫଳ ହୋଇଛି ।

ସୁରକ୍ଷା ବଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରାୟ ପୂର୍ବାହ୍ନ 10 ରେ ଏହି ଘଟଣା ଘଟିଥିଲା । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କିଛି ସନ୍ଦିଗ୍ଧଙ୍କ ଗିତିବିଧି ନେଇ ବିଏସଏଫକୁ ସୂଚନା ମିଳିଥିଲା । ସେମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରୁଥିଲା ବେଳେ ବିଏସଏଫ ଯବାନ ସେମାନଙ୍କ ଉପରେ ଗୁଳି ଚଳାଇଥିଲା । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଆତଙ୍କୀ ନିପାତ ହୋଇଥିଲା । ଅନ୍ୟ କିଛି ଆତଙ୍କୀ ଖସି ଯିବାରେ ସକ୍ଷମ ହୋଇଥିଲେ ।

ନିପାତ ହୋଇଥିବା ଆତଙ୍କବାଦୀର ମୃତଦେହ ଜବତ ହେବା ସହ ତା ନିକଟରୁ ଏକ ଅତ୍ୟାଧୁନିକ AK-47 ରାଇଫଲ, ବିପୁଳ ଗୁଳିଗୋଳା ସମେତ ଅନ୍ୟ କିଛି ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିଲା । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଗୁଇନ୍ଦା ବିଭାଗକୁ ମଧ୍ୟ ସକ୍ରିୟ କରାଯାଇଛି ।

ଶୀତ ଦିନ ଆରମ୍ଭରୁ ପାକିସ୍ତାନୀ ଆତଙ୍କୀଙ୍କ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ପ୍ରତିକୂଳ ପାଗ ଓ ତୁଷାରପାତ ଯୋଗୁ ଲୋ-ଭିଜିବିଲିଟି କାରଣରୁ ଏମାନେ ଭାରତୀୟ ସୀମା ସୁରକ୍ଷା ବଳକୁ ଚମକା ଦେଇ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରନ୍ତି । ପରେ ଘାଟିରେ ଲୁଚି ରହି ସ୍ଥାନୀୟ ଆତଙ୍କବାଦୀଙ୍କ ସହ ମିଶି ହିଂସାକାଣ୍ଡ ଘଟାଇଥାନ୍ତି । ତେବେ ଏପରି ସମସ୍ୟା ପ୍ରାୟତଃ ପ୍ରତିବର୍ଷ ଦେଖିବାକୁ ମିଳିଥାଏ । ଶୀତ ଦିନ ଆରମ୍ଭରୁ ଉଭୟ ଭାରତୀୟ ସେନା ଓ ବିଏସଏଫ ମଧ୍ୟ ଏନେଇ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ ବଢାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 3, 2022, 5:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.