ETV Bharat / bharat

2 ମାସ ଶିଶୁକନ୍ୟାକୁ ହତ୍ୟା କରି ମାଇକ୍ରୋୱେଭରେ ଲୁଚାଇଥିଲା ମା’

author img

By

Published : Mar 22, 2022, 12:08 PM IST

ଜନ୍ମ କଲା ମାଆ ସାଜିଲା ସଇତାନ। ନିଜର ଦୁଇ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିବା ପରେ ମାଇକ୍ରୋୱେଭରେ ଲୁଚାଇ ରଖିଥିଲା ମାଆ। ଅଧିକ ପଢ଼ନ୍ତୁ

infant found dead inside microwave oven in chirag dilli
ସଇତାନ ସାଜିଲା ମାଆ, 2 ମାସର ଶିଶୁକନ୍ୟାକୁ ହତ୍ୟା କରି ମାଇକ୍ରୋୱେଭରେ ଲୁଚାଇ ରଖିଥିଲା

ନୂଆଦିଲ୍ଲୀ: ଜନ୍ମ କଲା ମାଆ ସାଜିଲା ସଇତାନ। 9ମାସ 10 ଦିନ ନିଜ ଗର୍ଭରେ ଧରି ଜନ୍ମଦେବା ପରେ ନିର୍ଦୟ ପାଲଟିଲା ମାଆ। ନିଜର ଦୁଇ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରେ ଥିବା ମାଇକ୍ରୋୱେଭରେ ତାର ମୃତଦେହକୁ ଲୁଚାଇ ରଖି ରଖିଥିଲା ପିଷାଚୀ ମାଆ। ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀର ଚିରାଗ ଦିଲ୍ଲୀ ଗ୍ରାମରେ।

ଗୁଲଶନ କୌଶିକ ନାମକ ଜଣେ ବ୍ୟକ୍ତି ଦିଲ୍ଲୀ ସ୍ଥିତ ଚିରାଗ ଦିଲ୍ଲୀ ଗ୍ରାମରେ ବାସ କରୁଥିଲେ। ତାଙ୍କ ସହ ପତ୍ନୀ ଡିମ୍ପଲ କୌଶିକ ଓ 4ବର୍ଷର ପୁଅ ସହ ଦୁଇ ମାସର ଶିଶୁକନ୍ୟା ରହୁଥିଲେ। ଗତ ସୋମବାର ଉକ୍ତ ଶିଶୁକନ୍ୟା ନିଖୋଜ ସମ୍ପର୍କରେ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘର ସେମାନଙ୍କ ଘର ଏବଂ ଆଖପାଖ ଅଞ୍ଚଳକୁ ଛାନଭିନ କରିଥିଲା। ଅନେକ ଖୋଜାଖୋଜି ପରେ ଘରେ ପଡ଼ିଥିବା ଏକ ଖରାପ ମାଇକ୍ରୋୱେଭରୁ ଶିଶୁକନ୍ୟାର ମୃତଦେହ ମିଳିଥିଲା।

ମାଲଭିଆ ନଗର ପୋଲିସ ମୃତଦେହକୁ ଉଦ୍ଧାର କରିବା ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅନ୍ୟପଟେ ଶିଶୁକନ୍ୟାକୁ ନିଜ ମାଆ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହି ଘଟଣା ନେଇ ପୋଲିସ ଏକ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତ ଶିଶୁକନ୍ୟାର ପିତାମାତାଙ୍କୁ ପଚରାଉଚରା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ସୂଚନା ଅନୁଯାୟୀ, 27 ଜାନୁୟାରୀ 2022ରେ ଶିଶୁକନ୍ୟାଟି ଜନ୍ମ ନେଇଥିଲା। ମହିଳା ଜଣଙ୍କ ପୁତ୍ର ଚାହୁଁଥିଲେ । ମାତ୍ର ତାଙ୍କର ଝିଅ ହେବାରୁ ସେ ଖୁସି ନଥିଲେ। ଅନ୍ୟପଟେ ସମ୍ପର୍କିୟ ଓ ପଡ଼ୋଶୀଙ୍କ କହିବା ଅନୁଯାୟୀ ଏହି ଘଟଣାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ଦେଖିବାକୁ ମିଳିଛି। ଯେଉଁ କୋଠରୀରୁ ଶିଶୁର ମୃତଦେହ ମିଳିଛି ତାହା ବାହାରୁ ତାଲା ପଡ଼ିଥିବା ପୋଲିସ ସୂଚନା ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.