ମୁମ୍ବାଇ: ପ୍ରତିଷ୍ଠିତ ଶିଳ୍ପପତି ତଥା ବଜାଜ ମୋଟର୍ସ ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ଦେହାନ୍ତ । ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ରାହୁଲ ବଜାଜ 50 ବର୍ଷ ଧରି ବଜାଜ ଗ୍ରୁପର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିଥିଲ । ଭାରତୀୟ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2001ରେ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ରାହୁଲ । ରାହୁଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।
-
Deeply saddened to learn about the passing away of renowned industrialist, philanthropist and former parliamentarian, #RahulBajaj. My thoughts and prayers are with the bereaved family and friends.
— Naveen Patnaik (@Naveen_Odisha) February 12, 2022 " class="align-text-top noRightClick twitterSection" data="
">Deeply saddened to learn about the passing away of renowned industrialist, philanthropist and former parliamentarian, #RahulBajaj. My thoughts and prayers are with the bereaved family and friends.
— Naveen Patnaik (@Naveen_Odisha) February 12, 2022Deeply saddened to learn about the passing away of renowned industrialist, philanthropist and former parliamentarian, #RahulBajaj. My thoughts and prayers are with the bereaved family and friends.
— Naveen Patnaik (@Naveen_Odisha) February 12, 2022
1972 ମସିହାରେ ରାହୁଲଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିଲା ବଜାଜ ଗ୍ରୁପ । ଏକାଧିକ ଉତ୍ପାଦର ଉତ୍ପାଦନ କରି ୫ ଦଶନ୍ଧି ଧରି ଭାରତୀୟ ବଜାରରେ ଏକ ଅଗ୍ରଣୀ ପ୍ରତିଦ୍ବନ୍ଦୀ ଭାବେ ନାଁ କରିଥିଲା ‘ବଜାଜ’ । ତେବେ ଗତବର୍ଷ ବଜାଜ ଅଟୋର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ ରାହୁଲ । ବୟସାଧିକ କାରଣରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଗତବର୍ଷ ମେ ୧ ତାରିଖରୁ ୫ବର୍ଷ କାର୍ଯ୍ୟକାଳ ପାଇଁ ତାଙ୍କୁ ଅଟୋ ମେଜରର ଚେୟାରମ୍ୟାନ୍ ଏମିରିଟସ୍ ଭାବେ ନୂଆ ଦାୟିତ୍ବରେ ଅବସ୍ଥାପିତ କରାଯାଇଥିଲା ।
ରାହୁଲ ବଜାଜ ମଧ୍ୟ ସାଂସଦ ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ତେବେ ଆଜି ତାଙ୍କ ଦେହାନ୍ତରେ ଶିଳ୍ପଜଗତର ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ