ETV Bharat / bharat

DENA Bank Loan Case: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ବାନ୍ଦ୍ରା କୋର୍ଟର ସମନ

author img

By

Published : Sep 4, 2022, 10:57 PM IST

Updated : Sep 5, 2022, 6:50 PM IST

ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ବାନ୍ଦ୍ରା ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ଦେନା ବ୍ୟାଙ୍କ୍‌ରୁ ୨୫୦ କୋଟି ଋଣ ଆଣିଥିଲେ । ଅଧିକ ପଢ଼ନ୍ତୁ

Industrialist Anil Ambani summoned by the Bandra Metropolitan Magistrate Court
ଋଣ ପରିଶୋଧ କରନି ରିଲିଆନ୍ସ କମୁନିକେଶନ, ସମନ କଲେ କୋର୍ଟ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ DENA Bank ଋଣ ମାମଲାରେ ବାନ୍ଦ୍ରା ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ଦେନା ବ୍ୟାଙ୍କ୍‌ରୁ ୨୫୦ କୋଟିର ଋଣ ଆଣିଥିଲେ ଅନିଲ ଅମ୍ବାନୀ । ତେବେ ଋଣ ପରିଶୋଧ କରିନଥିବାରୁ ଦେନା ପକ୍ଷରୁ ଅନିଲ ଅମ୍ବାନୀଙ୍କ ସମେତ ୪ ଜଣଙ୍କୁ ସମନ କରିଛି । ଋଣ ପରିଶୋଧ ପାଇଁ ବାରମ୍ବାର ନୋଟିସ ପଠାଇବା ପରେ ମଧ୍ୟ ଅନୀଲ ଅମ୍ବାନୀଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ । ଏଣୁ ବାଧ୍ୟ ହୋଇ ଦେନା ବ୍ୟାଙ୍କ କର୍ତ୍ତୃପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

କୋର୍ଟଙ୍କ ସମନ ପରେ ଅନୀଲ ଅମ୍ବାନୀଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଆଲୋଚନା ହେଉଛି । ବାନ୍ଦ୍ରା ମହାନଗର ଦାଣ୍ଡାଦିକାରୀ କୋର୍ଟରେ ଏହି ମାମଲା ରୁଜୁ ହୋଇଛି । ସେପ୍ଟେମ୍ବର ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଗତ ଅଗଷ୍ଟ ୩୦ ତାରିଖରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୨୦୧୭ରେ ରିଲିଆନ୍ସ କମୁନିକେଶନ ଲିମିଟେଡ୍‌ ପକ୍ଷରୁ ଦେନା ବ୍ୟାଙ୍କରୁ ଏକ ସ୍ବଳ୍ପ ସାମୟିକ ଋଣ(Short Term Loan) କରଯାଇଥିଲା । ଋଣ ନେବାକୁ ୪ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା କୌଣସି ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।

ଋଣ ପରିଶୋଧ କରାଯାନଥିବାରୁ ୨୦୧୭ ଡିସେମ୍ବର ୩୧ ତାରିଖରେ ରିଲିଆନ୍ସ କମୁନିକେଶନ ଲିମିଟେଡ୍‌ର ଆକାଉଣ୍ଟକୁ ନନ୍‌ ପର୍ଫମିଂ ଆସେଟ୍‌ ଘୋଷଣା କରିବାକୁ ମାମଲା କରାଯାଇଥିଲା । ରିଲିଆନ୍ସ କମୁନିକେଶନ ଲିମିଟେଡ୍‌ ବିରୁଦ୍ଧରେ ୨୦୧୮ରେ ଧାରା ୧୩୮, ୧୪୧ ଓ ୧୪୨ରେ ନେଗୋସିଏବଲ୍‌ ଇଷ୍ଟ୍ରୁମେଣ୍ଟ୍‌ ଆକ୍ଟ ୧୮୮୧ ଅଧିନରେ ଏକ ଅଭିଯୋଗ କରିଥିଲା । କିନ୍ତୁ ୨୦୧୯ରେ ଦେନା ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶି ଯାଇଥିଲା ।

ବର୍ତ୍ତମାନ ପୁନଃ ଏହି ମାମଲାରେ ଅନୀଲ ଅମ୍ବାନୀ, ପୁନୀତ ଗର୍ଗ, ସୁରେଶ ରଙ୍ଗାଚାର, ମଣିକନ୍ଥନ ବିଶ୍ବନାଥନଙ୍କ ବିରୋଧରେ ସମନ ଜାରି ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଆନ୍ସ କମୁନିକେଶନ ପକ୍ଷରୁ କୌଣସି ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ।

Last Updated : Sep 5, 2022, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.