ETV Bharat / bharat

MP: ଛାତ୍ରୀଙ୍କୁ ଅସଦାଚରଣ ! ରାସ୍ତା ଉପରେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ଼

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ଼ । ଭିଡିଓ ଭାଇରାଲ ହେବା ପରେ ଜଣେ ଗିରଫ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 9:34 PM IST

MP: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ 2 ଶିକ୍ଷକଙ୍କୁ ଉଲଗ୍ନ କରି ମାଡ

MP: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ

ଭୋପାଲ: ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ କୋଚିଂ ସେଣ୍ଟରର ଶିକ୍ଷକଙ୍କୁ ଉଲଗ୍ନ କରି ରାସ୍ତାରେ ମାଡ଼ ମରାଯାଇଛି । ଅଭିଯୋଗ ଆଣିଥିବା ଛାତ୍ରୀଙ୍କର ପରିବାର ଓ ସମ୍ପର୍କୀୟ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟ ପ୍ରଦେଶ ଇନ୍ଦୋରରେ ଦେଖିବାକୁ ମିଳିଛି । ଏବେ ପୋଲିସ ଭାଇରାଲ ଭିଡିଓ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି । ତାକୁ ମଧ୍ୟ ଚିହ୍ନଟ କରାଯାଇ ସାରିଛି । ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।

ଘଟଣାଟି ଇନ୍ଦୋର ସହରର ଟୁକୁଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଦୁଇଜଣ କୋଚିଂ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଆସୁଥିବା ଅଭିଯୋଗ ହୋଇଥିଲା । ଏପରି କାଣ୍ଡର ଶିକାର ହୋଇଥିବା ଅଭିଯୋଗରେ ଛାତ୍ରୀଜଣକ ନିଜ ପରିବାର ସଦସ୍ୟଙ୍କୁ କହିଥିଲେ । ଏହା ପରେ କ୍ରୋଧିତ ପରିବାର ସଦସ୍ୟ କୋଚିଂ ସେଣ୍ଟରରେ ପହଞ୍ଚି ଜଣେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । କୋଚିଂ ସେଣ୍ଟର ସମ୍ମୁଖରେ ବେଶ କିଛି ସମୟ ଧରି ଶିକ୍ଷକଜଣଙ୍କୁ ମାଡ ମରାଯାଇଥିଲା । ପରେ ଖବର ପାଇ ପୋଲିସ ପହଞ୍ଚି ସେମାନଙ୍କୁ ଉତ୍ୟକ୍ତ ଲୋକଙ୍କଠାରୁ ଶିକ୍ଷକଙ୍କୁ ଉଦ୍ଧାର କରି ହେପାଜତକୁ ନେଇଥିଲା । ଏହା ପରେ ଭାଇରାଲ ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏବେ ସୁଦ୍ଧା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ସରକାରୀ ବସ ଚୋରି କରି ଯାତ୍ରୀଙ୍କଠାରୁ ଲୁଟ୍‌, ଅଧା ରାସ୍ତାରେ ଗାଡ଼ି ଛାଡ଼ି ଦୁର୍ବୃତ୍ତ ଚମ୍ପଟ

ତେବେ ସମ୍ପୃକ୍ତ ଛାତ୍ରୀଜଣଙ୍କ ଏହି ଘରୋଇ କୋଚିଂ ସେଣ୍ଟରରେ ପାଠ ପଢୁଥିଲେ । କିଛି ଦିନ ହେବ ସେଠାରେ ପାଠ ପଢାଉଥିବା ଦୁଇ ଶିକ୍ଷକ ତାଙ୍କୁ ଅସଦାଚରଣ କରୁଥିବା ସହ ଧମକ ମଧ୍ୟ ଦେଉଥିବା ସେ ନିଜ ପରିବାର ସଦସ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଆଜି ପରିବାର ସଦସ୍ୟ କୋଚିଂ ସେଣ୍ଟରରେ ପହଞ୍ଚି ହଙ୍ଗାମା କରିଥିଲେ । ପୋଲିସରେ ଅଭିଯୋଗ କରିବା ପରିବର୍ତ୍ତେ ସେମାନେ ଆଇନକୁ ହାତକୁ ନେଇଥିଲେ । ଉଲଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରେ ଚଳାଇଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଜଣେ ଅଭିଯୁକ୍ତ ଗିରଫ ହୋଇଛି । ତା ବିରୋଧରେ ଏକାଧିକ ମାମଲା ସହ ପୋଲିସ ତାକୁ କୋର୍ଟ ଚାଲାଣ କରିଛି । ଅନ୍ୟଜଣଙ୍କୁ ମଧ୍ୟ ଗିରଫ କରାଯିବ । ସେହିପରି ଛାତ୍ରୀଙ୍କ ଅଭିଯୋଗ ନେଇ ମଧ୍ୟ ତଦନ୍ତ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.