ନୂଆଦିଲ୍ଲୀ: ପ୍ରକାଶ ପାଇଲା କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟ (Annual Cleanliness Survey)। ମଧ୍ୟପ୍ରଦେଶର ଇନ୍ଦୋର ସହ ପୁଣି ତଥା ୬ଷ୍ଠ ଥର ଲାଗି ଦେଶର ସବୁଠୁ ପରିଷ୍କାର ସହର ଭାବେ ଟାଇଟଲ ହାତେଇଛି (Indore adjudged cleanest city in India) । ଇନ୍ଦୋର ପଛକୁ ରହିଛି ଗୁଜୁରାଟର ସୁରତ (Surat retains 2nd position) । ଏହାପରେ ନାଭି ମୁମ୍ବାଇ ୩ୟ ସ୍ଥାନରେ ରହିଥିବା ଜଣାପଡିଛି । ତେବେ ଓଡିଶାର କୌଣସି ସହରକୁ ଟପ୍-10ରେ ସ୍ଥାନ ମିଳିନାହିଁ ।
ଏହି ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ସ୍ବଚ୍ଛ ରାଜ୍ୟ ତାଲିକାର (MP gets 1st position among States) ପ୍ରଥମ ସ୍ଥାନରେ ରହିଥିବା ବେଳେ ଛତିଶଗଡ଼ ଓ ମହାରାଷ୍ଟ୍ର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହାପରେ ଉତ୍ତରାଖଣ୍ଡର ହରିଦ୍ବାର ସ୍ବଚ୍ଛ ଗଙ୍ଗା ଟାଉନ (Cleanest Ganga town) ହୋଇଥିବା ବେଳେ ବାରଣାସୀ ଓ ଋଷିକେଶ ଅପେକ୍ଷା ଏଠାରେ ୧ ଲକ୍ଷରୁ ଅଧିକ ଜନସଂଖ୍ୟା ରହିଛି । ପୂର୍ବରୁ ସ୍ବଚ୍ଛ ସହର ତାଲିକାର ୩ୟ ସ୍ଥାନରେ ଆନ୍ଧ୍ରପ୍ରଦେଶର ବିଜୟୱାଡା ରହିଥିବା ବେଳେ ଏହା ଚଳିତ ବର୍ଷ ଏହାର ସ୍ଥାନ ହରାଇଛି ।
ଏହା ବି ପଢନ୍ତୁ- Ankita Murder Case: ପାଟିରେ କପଡ଼ା ଭରି କେନାଲରେ ଫିଙ୍ଗିଥିଲେ ଦୁର୍ବୃତ୍ତ, SITର ଖୁଲାସା
ନିଜ ନିଜ ସହରରେ ସ୍ବଚ୍ଛତା ବଜାୟ ରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ଶନିବାର ବିଜେତାଙ୍କୁ ଆୱାର୍ଡ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ (Urban Affairs Minister Hardeep Singh Puri )ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ୧ ଲକ୍ଷରୁ କମ ଜନସଂଖ୍ୟା ଥିବା ସହର ତାଲିକାର ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ରର ପଞ୍ଚଗନି ସହର । ଏହାପରେ ଛତିଶଗଡ଼ର ପାଟନ ଓ ମହାରାଷ୍ଟ୍ରର କରହଦ ସହର ରହିଛି ।
ଏହି ସର୍ବେକ୍ଷଣରେ ସ୍ବଚ୍ଛ ଭାରତ ମିଶନ (Swachh Bharat Mission) କିପରି ଫଳପ୍ରଦ ହେଉଛି ତାହା ଉପରେ ଗବେଷଣ କରାଯାଉଛି । ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ନିଜ ନିଜ ଅଞ୍ଚଳରେ ସ୍ବଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା କିପରି ବଜାୟ ରଖୁଛନ୍ତି ତାହା ମଧ୍ୟ ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ୨୦୧୬ ପ୍ରଥମେ ୭୩ଟି ସହରକୁ ଏହି ସର୍ଭେରେ ସାମିଲ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୪୩୫୪ଟି ସହରକୁ ସାମିଲ କରାଯାଇଥିବା ଜଣାପଡ଼ିଛି ।