ETV Bharat / bharat

10 ମାସ ପରେ ଭାରତୀୟଙ୍କ ପାଇଁ ଖୋଲିଲା ଇଣ୍ଡୋ-ନେପାଳ ସୀମା

author img

By

Published : Jan 30, 2021, 4:23 PM IST

କୋରୋନା ମହାମାରୀ ପାଇଁ ବନ୍ଦ ଥିବା ଇଣ୍ଡୋ-ନେପାଳ ସୀମାକୁ 10 ମାସ ପରେ ଭାରତୀୟଙ୍କ ପାଇଁ ଖୋଲା ଯାଇଛି । ଅଧିକ ପଢନ୍ତୁ...

Indo-Nepal border opens after 10 months for Indians
10 ମାସ ପରେ ଭାରତୀୟଙ୍କ ପାଇଁ ଖୋଲିଲା ଇଣ୍ଡୋ-ନେପାଳ ସୀମା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଥିବା ଇଣ୍ଡୋ-ନେପାଳ ସୀମାକୁ ଭାରତୀୟଙ୍କ ପାଇଁ ଦୀର୍ଘ 10 ମାସ ପରେ ଖୋଲା ଯାଇଛି । ନେପାଳକୁ ସ୍ଥଳମାର୍ଗରେ ପ୍ରବେଶ ପାଇଁ କେବଳ ଭାରତୀୟଙ୍କୁ ଅନୁମତି ମିଳିଥିବା ବେଳେ ଅନ୍ୟ ଦେଶର ନାଗରିକଙ୍କୁ ଅନୁମତି ମିଳିନାହିଁ । ତେବେ କୋରୋନା ମହାମାରୀ ପାଇଁ ନେପାଳ ସରକାର ଦେଶ ଭିତରକୁ ପ୍ରବେଶରେ କଟକଣା ଲଗାଇଥିଲେ ।

ବିଶ୍ବ କୋରୋନା ମହାମାରୀରେ ଆକ୍ରାନ୍ତ ହେବା ପରେ ଗତବର୍ଷ ମାର୍ଚ୍ଚ 23 ତାରିଖରୁ ନେପାଳ ସରକାର ଦେଶ ଭିତରକୁ ଅନ୍ୟ ଦେଶର ନାଗରିକଙ୍କ ପ୍ରବେଶରେ ପ୍ରତିବନ୍ଧକ ଲଗାଇଥିଲେ । ବର୍ତ୍ତମାନ ମଧ୍ୟ ଭାରତୀୟ ନାଗରିକଙ୍କ ବ୍ୟତୀତ ଅନ୍ୟ ଦେଶର ନାଗରିକଙ୍କ ପ୍ରବେଶକୁ ବାରଣ କରାଯାଇଛି । ନେପାଳରେ ଗତ ଗୁରୁବାର ଆୟୋଜିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ ସୀମା ସହିତ ଯୋଗାଯୋଗ କରୁଥିବା ନେପାଳ ବାଙ୍କେ ଜିଲ୍ଲାର ଜମୁନହା, କୈଲାଲୀ ଜିଲ୍ଲାର ଗୌରୀମ୍ଫଟା, କଞ୍ଚନପୁର ଜିଲ୍ଲାର ଗଡ୍ଡାଚୌକୀ, ବୈତଡ଼ୀ ଜିଲ୍ଲାର ଝୁଲାଘାଟ ଓ ଧାରଚୁଲା ସମେତ ପ୍ରାୟ 26ଟି ରାସ୍ତାକୁ ଶୁକ୍ରବାର ଠାରୁ ଖୋଲି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.