ETV Bharat / bharat

Nagpur: ବୋର୍ଡିଂ ଗେଟରେ ଉଡିଗଲା ପାଇଲଟଙ୍କ ପ୍ରାଣବାୟୁ

ନାଗପୁର ବିମାନ ବନ୍ଦରରେ ବୋର୍ଡିଂ ଗେଟରେ ଚାଲିଗଲା ପାଇଲଟଙ୍କ ବିମାନ । ହଠାତ ହୋଇପଡିଲେ ଅଚେତ । ହସ୍ପିଟାଲରେ ମୃତ ଘୋଷିତ । ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

author img

By

Published : Aug 17, 2023, 7:26 PM IST

IndiGo: ବୋର୍ଡିଂ ଗେଟରେ ଉଡିଗଲା ପାଇଲଟଙ୍କ ପ୍ରାଣବାୟୁ

ମୁମ୍ବଇ: ବିମାନ ପାର୍କିଂରେ ଥିଲା । ଯାତ୍ରୀ ବୋର୍ଡିଂ ମଧ୍ୟ କରୁଥିଲେ । ଉଡାଣ ଦାୟିତ୍ବରେ ଥିବା ପାଇଲଟ ମଧ୍ୟ ବୋର୍ଡିଂ କରିବାକୁ ବିମାନ ବନ୍ଦରରେ ପହଞ୍ଚିଥିଲେ । ହେଲେ ପାଇଲଟ ଜଣକ ବୋର୍ଡିଂ ଗେଟ୍‌ରେ ପ୍ରାଣ ହରାଇଛନ୍ତି । ନାଗପୁର ବିମାନ ବନ୍ଦରରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଇଣ୍ଡିଗୋ ଏୟାର ଲାଇନ୍ସର ଜଣେ ପାଇଲଟ ବିମାନ ଉଡ଼ାଇବା ପୂର୍ବରୁ ଟର୍ମିନାଲ ବୋର୍ଡିଂ ଗେଟ୍‌ ନିକଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ହଠାତ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ବିମାନ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପରି ଘଟଣା ସମ୍ପର୍କରେ ବିମାନ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସମ୍ପୃକ୍ତ ପାଇଲଟଙ୍କ ନାମ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇନାହିଁ । ପୋଲିସ ଓ ଡିଜିସିଏ ତଦନ୍ତ ଆରମ୍ଭ କରିଛି । ପାଇଲଟଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିଲା କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନି ।

ଇଣ୍ଡିଗୋ ପକ୍ଷରୁ ଘଟଣାରେ ଶୋକ ପ୍ରକାଶ କରାଯାଇଛି । ସଂସ୍ଥା କହିଛି ‘‘ଆଜି ପୂର୍ବାହ୍ନରେ ନାଗପୁର ବିମାନ ବନ୍ଦରରେ ଆମର ଜଣେ ପାଇଲଟଙ୍କର ଅକାଳ ବିୟୋଗ ଘଟିଛି । ସେ ବୋର୍ଡିଂ ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି, ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଏପରି ସମୟରେ ସଂସ୍ଥା ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନ ଜ୍ଞାପନ କରୁଛି ।’’

ତେବେ ପାଇଲଟଙ୍କ ଉଡାଣ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଆଜି ସୂଚୀରେ ଥିବା ଉଡାଣ ପୂର୍ବରୁ 27 ଘଣ୍ଟା ବିଶ୍ରାମରେ ଥିଲେ । ତାଙ୍କର ସେପରି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଥିବା ମଧ୍ୟ ସେ ଅବଗତ କରିନଥିଲେ । ସେ ଆଜି ତାଙ୍କ ସିଡ୍ଯୁଲ ଅନୁସାରେ ନାଗପୁର-ପୁଣେ ବିମାନ ଉଡାଣ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେ ଗତକାଲି ଥିରୁଅନନ୍ତପୁରମ-ପୁଣେ-ନାଗପୁରକୁ ସକାଳ 3ଟାରୁ 7ଟା ମଧ୍ୟରେ ଶେଷ ଥର ପାଇଁ ଉଡ଼ାଣ ଭରିଥିଲେ ।

ଏହା ମଧ୍ୟ ପଢନ୍ତୁ:-ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧାବାଟରୁ ଦିଲ୍ଲୀ ଫେରିଲା ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ

ଆଜି ଉଡ଼ାଣ ମଧ୍ୟରେ ପ୍ରାୟ 27 ଘଣ୍ଟାର ବ୍ୟବଧାନ ରହିଥିଲା । ଆଜି ସେ ଅପରାହ୍ନ 1ଟା ବେଳେ ନାଗପୁରରୁ ପୁଣେ ଅଭିମୁଖେ ବିମାନ ଉଡ଼ାଣ ଭରିଥାଆନ୍ତେ । ବିମାନ ବନ୍ଦର ବୋର୍ଡିଂ ଗେଟ୍‌ ସମ୍ମୁଖର ହଠାତ ଅଚେତ ହୋଇ ପଡ଼ିଥିଲେ । ହସ୍ପିଟାଲ୍‌ରେ ମୃତ ଘୋଷଣା କରାଯାଇଥିଲା । ଏବେ ତଦନ୍ତ ପରେ ମୃତ୍ଯୁର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ଆଶା କରଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.