ETV Bharat / bharat

ଇଟାନଗରରେ ଟେଷ୍ଟ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ, ନୂଆ ବିମାନ ବନ୍ଦରକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ

ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରରେ ନିର୍ମିତ ନୂତନ ବିମାନ ବନ୍ଦରରେ ଟେଷ୍ଟ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ । 28ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । ଯୋଗାଯୋଗ, ପର୍ଯ୍ୟଟନ ସମେତ ସଶକ୍ତ ହେବ ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

author img

By

Published : Oct 18, 2022, 7:58 PM IST

ଇଟାନଗରରେ ଟେଷ୍ଟ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ, ନୂଆ ବିମାନ ବନ୍ଦରକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ
ଇଟାନଗରରେ ଟେଷ୍ଟ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ, ନୂଆ ବିମାନ ବନ୍ଦରକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ

ଇଟାନଗର: ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରରେ ନବନିର୍ମିତ ବିମାନ ବନ୍ଦରରେ ସଫଳତାର ସହ ଟେଷ୍ଟ ଲ୍ୟାଣ୍ଡିଂ କରିଛି ଇଣ୍ଡିଗୋ ଏୟାର ଲାଇନ୍ସର ବିମାନ । ନୂତନ ଭାବେ ନିର୍ମିତ ଡୋନି ପୋଲୋ ବିମାନ ବନ୍ଦର (Donyi Polo Airport) ରେ ଏହି ପରୀକ୍ଷାମୂଳକ ଲ୍ୟାଣ୍ଡିଂ କରାଯାଇଛି । ତେବେ ଏହି ବିମାନ ବନ୍ଦରକୁ ଚଳିତ ମାସ (ଅକ୍ଟୋବର) 28 ରେ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି ।

କେନ୍ଦ୍ର ସରକାରଙ୍କ ‘ଉଡାଣ’ ଯୋଜନାରେ ଏହାକୁ ନିର୍ମାଣ କରାଯାଇଛି । ଏହି ନବନିର୍ମିତ ଅତ୍ୟାଧୁନିକ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ଅରୁଣାଚଳ ପ୍ରଦେଶରେ ଯୋଗାଯୋଗ ସୁଦୃଢ ହେବା ସହ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଗତି ମିଳିବ । ସେହିପରି ଅରୁଣାଚଳ ପ୍ରଦେଶ ଏକ ସୀମାନ୍ତ ରାଜ୍ୟ ହୋଇଥିବା କାରଣରୁ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସଦୃଢ ହୋଇପାରିବ ।

ଦେଶର ଉତ୍ତର-ପୂର୍ବରେ ଥିବା ଅରୁଣାଚଳ ପ୍ରଦେଶ ସାମରିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରେ । ଚୀନ, ନେପାଳ ଓ ଭୁଟାନ ସୀମାକୁ ଲାଗିଥିବା ଏହି ରାଜ୍ୟରେ ମୋଟ 1,160 କି.ମି ( 1,160-km international border) ଅନ୍ତର୍ଜାତୀୟ ସୀମା ରହିଛି । ତେଣୁ ସୀମା ସୁରକ୍ଷା ଓ ସୀମାପାର ଆତଙ୍କବାଦ ଓ ଶରଣାର୍ଥୀ ଅନୁପ୍ରବେଶ ଦୃଷ୍ଟିରୁ ଏହା ବେସ ଆହ୍ବାନପୂର୍ଣ୍ଣ ରାଜ୍ୟ ତାଲିକାରେ ରହି ଆସିଛି । ଏହି ସବୁ ଦୃଷ୍ଟିକୋଣରୁ ବିମାନ ଯୋଗାଯୋଗ ଏହି ସମସ୍ତ କ୍ଷେତ୍ରରେ ଗତି ପ୍ରଦାନ କରିବା ନେଇ ଆଶା କରାଯାଉଛି । ସେହିପରି ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଅରୁଣାଚଳ ପ୍ରଦେଶରେ ଏହି ବିମାନ ସେବା ବେଶ ଲାଭଦାୟକ ହେବା ନେଇ ଆଶା କରାଯାଉଛି ।

ଦେଶର ସମସ୍ତ ଛୋଟ ଓ ମଧ୍ୟମ ଧରଣର ସହରକୁ ବାୟୁ ପରିବହନ ସହ ଯୋଡିବା ଓ ସାଧାରଣ ଲୋକଙ୍କୁ ବିମାନ ସେବା ଯୋଗାଇ ପାଇଁ କେନ୍ଦ୍ର ସରକାର 2017 ରେ ଆରମ୍ଭ କରିଥିଲେ ଉଡାଣ ଯୋଜନା । 2017 ଏପ୍ରିଲ 17 ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାରେ ପ୍ରଥମ ବିମାନ ଲଞ୍ଚ କରିଥିଲେ । ତେବେ ଏହି ଯୋଜନା ଅଧୀନରେ ଏହି ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ଆଜି ଟେଷ୍ଟ ଲ୍ୟାଣ୍ଡି ମଧ୍ୟ ସଫଳତାର ସହ ଶେଷ ହୋଇଛି । 28 ରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.