ETV Bharat / bharat

ବିମାନ ଯାତ୍ରା ବେଳେ ଚାଲିଗଲା ଯାତ୍ରୀଙ୍କ ଜୀବନ, କରାଚିରେ ଜରୁରୀଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ

ଜେଡ୍ଡାରୁ ହାଇଦ୍ରାବାଦ ଉଡାଣ କରିଥିବା ବିମାନରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ । କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 24, 2023, 8:04 AM IST

IndiGo flight lands in Karachi
IndiGo flight lands in Karachi

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା । କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଜେଡ୍ଡାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ କରାଚିରେ ମେଡିକାଲ ଏମରଜେନ୍ସି ପାଇଁ ଜରୁରୀ ଅବତରଣ କରିଥିଲା । କିନ୍ତୁ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରାଯାଇଥିଲେ ସୁଦ୍ଧା ତାଙ୍କ ଜୀବନ ବଞ୍ଚି ପାରିନାହିଁ । ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିବୃତ୍ତି ଜରି କରି ସୂଚନା ଦିଆଯାଇଛି । ମୃତ ଯାତ୍ରୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ମେଲବର୍ଣ୍ଣରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ

ଗୁରୁବାର ଇଣ୍ଡିଗୋ 6E 68 ବିମାନ ଜେଡ୍ଡାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରିଥିଲା । ହଠାତ ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ଏନେଇ କ୍ରୁ' ସଦସ୍ୟ ପାଇଲଟଙ୍କୁ ସୂଚନା ଦେବା ପରେ ମେଡିକାଲ ଏମରଜେନ୍ସି ପାଇଁ ସଙ୍ଗେ ସଙ୍ଗେ ହାଇଦ୍ରାବାଦ ପରିବର୍ତ୍ତେ କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଏହାପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଡାକ୍ତର ଯାଞ୍ଚ କରିଥିଲେ । କିଛି ସମୟ ପରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ସମସ୍ତ ଔପଚାରିକତା ପରେ ପରେ ପୁଣି ବିମାନଟି ଉଡ଼ାଣ ଭରି ରାତି 9ଟା 8 ମିନିଟ ସମୟରେ ହାଇଦ୍ରାବାଦରେ ଅବତରଣ କରିଥିଲା । କେଉଁ କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ଦିଲ୍ଲୀ ବଦଳରେ ଭୋପାଳରେ ଅବତରଣ କଲା ବିମାନ

ଏହା ମଧ୍ୟ ପଢନ୍ତୁ-ଥିରୁଅନନ୍ତପୁରମରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

ମୃତ ଯାତ୍ରୀଙ୍କ ପରିବାରକୁ ଏ ବିଷୟରେ ଅବଗତ କରାଯାଇଛି । "ସେମାନଙ୍କ ସହ ଆମେ ଯୋଗାଯୋଗରେ ମଧ୍ୟ ଅଛୁ । ଏପରି କଠିନ ପରିସ୍ଥିତିରେ ଆମେ ତାଙ୍କ ସହ ଛିଡା ହେଉଛୁ ।" ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି । ଗତ ଜୁଲାଇ ମାସରେ ଏୟାର ଇଣ୍ଡିଆ ବିମାନରେ ସମାନ ଘଟଣା ଘଟିଥିଲା । ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ଉଡ଼ାଣର ଏକ ଘଣ୍ଟା ପରେ ପୁଣି ମେଲବର୍ଣ୍ଣରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ । ଅସୁସ୍ଥ ଯାତ୍ରୀ ଓ ତାଙ୍କ ପରିବାରକୁ ବିମାନ ବନ୍ଦରରେ ଓହ୍ଲାଇବା ପରେ ପୁଣି ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.