ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ନାବାଳକକୁ ବିମାନଯାତ୍ରା ସମୟରେ ବାରଣ କରିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଲା ବିମାନ କମ୍ପାନୀ ‘ଇଣ୍ଡିଗୋ’ । ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ବିମାନ କମ୍ପାନୀ ଇଣ୍ଡିଗୋର ସେବା ପ୍ରଦାନ ବ୍ଯବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଆଜି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି ।
-
As a small token of appreciation, IndiGo would like to offer electric wheelchair for child barred from boarding flight: CEO
— Press Trust of India (@PTI_News) May 9, 2022 " class="align-text-top noRightClick twitterSection" data="
">As a small token of appreciation, IndiGo would like to offer electric wheelchair for child barred from boarding flight: CEO
— Press Trust of India (@PTI_News) May 9, 2022As a small token of appreciation, IndiGo would like to offer electric wheelchair for child barred from boarding flight: CEO
— Press Trust of India (@PTI_News) May 9, 2022
ସେହିପରି କେବଳ ଏହି ଘଟଣାରେ ଦୁଃଖ ପ୍ରକାଶ ନୁହେଁ ବରଂ ଏହି ପ୍ରକାର ଘଟଣା ପ୍ରତି କମ୍ପାନୀ ସମ୍ବେଦନଶୀଳ ହେବା ସହ ଯାତ୍ରା କରୁଥିବା ଭିନ୍ନକ୍ଷମ ନାବାଳକ ନାବାଳିକାଙ୍କ ସହାୟତା ପାଇଁ ଇଲେଟ୍ରିକ ହ୍ବିଲ ଚ୍ୟାୟାର ସେବା ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ।
7 ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଭିନ୍ନକ୍ଷମ ନାବାଳକ ନିଜ ପିତାମାତାଙ୍କ ସହ ହାଇଦ୍ରାବାଦ ଯାତ୍ରା କରୁଥିବାବେଳେ ବିମାନରେ ବୋର୍ଡିଂ ସମୟରେ ତାଙ୍କୁ ବାରଣ କରିଥିଲେ ବିମାନ କମ୍ପାନୀ ସଦସ୍ୟ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିମାନ କମ୍ପାନୀ ପ୍ରତି ଚାପ ବଢିବାରେ ଲାଗିଥିଲା ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ମଧ୍ୟ ଘଟଣାକୁ ନିନ୍ଦା କରିଥିଲେ । ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । କୌଣସି ମଣିଷକୁ ଏପରି ସମସ୍ୟାରେ ସମ୍ମୁଖୀନ ହେବା ଅନୁଚିତ ବୋଲି କହିବା ସହ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସିନ୍ଧିଆ ଟ୍ବିଟ କରିଥିଲେ । ସେହିପରି ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଧ୍ୟ ଇଣ୍ଡିଗୋକୁ ଏ ନେଇ ରିପୋର୍ଟ ତଲବ କରିଥିଲା । ଶେଷରେ ଇଣ୍ଡିଗୋ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛି ।
ANI