ETV Bharat / bharat

ସଫଳତାର ସହ ଶେଷ ହେଲା INS Vikrantର ସାମୁଦ୍ରିକ ପରୀକ୍ଷଣ - Indigenous Aircraft Carrier Vikrant

ଭାରତୀୟ ନୌସେନାର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନବାହୀ ଜାହାଜ INS Vikrant ଆଜି ଏହାର ପ୍ରଥମ ସମୁଦ୍ର ପରୀକ୍ଷଣ ସଫଳତାର ଶେଷ କରିଛି । ଅଧିକ ପଢନ୍ତୁ...

ସଫଳତାର ସହ ଶେଷ ହେଲା INS ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ

author img

By

Published : Aug 8, 2021, 8:16 PM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନବାହୀ ଜାହାଜ ‘ବିକ୍ରାନ୍ତ’ ଆଜି ଏହାର ପ୍ରଥମ ସାମୁଦ୍ରିକ ପରୀକ୍ଷଣ ସଫଳତାର ଶେଷ କରିଛି । ଏହି ସାମୁଦ୍ରିକ ପରୀକ୍ଷଣ ଅଗଷ୍ଟ ୪ ତାରିଖରେ ଦକ୍ଷିଣ ନୌସେନା କମାଣ କୋଚିରୁ ଆରମ୍ଭ ହୋଇଥିଲା ।

ଏହି ସାମୁଦ୍ରିକ ପରୀକ୍ଷଣରେ ବିକ୍ରାନ୍ତର ସମସ୍ତ ଯନ୍ତ୍ରାଂଶ ପୂର୍ଣ୍ଣ କାର୍ଯ୍ୟଦକ୍ଷତା ସହ ସଂଚାଳିତ ହୋଇଥିବା ମଧ୍ୟ ପରୀକ୍ଷଣରେ ସ୍ପଷ୍ଟ ହୋଇଛି । ଜାହାଜରେ ଶକ୍ତି ଉତ୍ପାଦନ କ୍ଷମତା ଓ ବଣ୍ଟନ ପ୍ରକ୍ରିୟାର କାର୍ଯ୍ୟକାରିତା, ଅନ୍ୟ ସମସ୍ତ ଯାନ୍ତ୍ରିକ ପ୍ରକ୍ରିୟା ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ରହିଛି । ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇନାହିଁ । ସଫଳ ସାମୁଦ୍ରିକ ପରୀକ୍ଷଣ ପରେ ଏହାକୁ ଖୁବ ଶୀଘ୍ର ଭାରତୀୟ ନୌସେନା ଅପରେସନରେ ସାମିଲ କରାଯାଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ନୌସେନାରେ INS ବିକ୍ରମାଦିତ୍ୟ ଏକମାତ୍ର ବିମାନବାହୀ ଜାହାଜ ଭାବେ କାର୍ଯ୍ୟକ୍ଷମ ଥିଲା । ବିକ୍ରାନ୍ତ ସାମିଲ ହେବା ପରେ ଏହି ସଂଖ୍ୟା ୨ରେ ପହଞ୍ଚିବା ଭାରତୀୟ ନୌସେନାର ମଧ୍ୟ ଶକ୍ତି ବୃଦ୍ଧି ପାଇଛି ।

ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ବିକ୍ରାନ୍ତକୁ ହିନ୍ଦୁସ୍ଥାନ ସିପୟାର୍ଡ ଲିମିଟେଡ (HSL) ନିର୍ମାଣ କରିଛି । ଏହାକୁ ଦକ୍ଷିଣ ନାଭାଲ କମାଣ୍ଡ କୋଚିରେ ନିର୍ମାଣ କରାଯାଇଛି । ତେବେ ଜଳାବତରଣ ପରେ ୪ ଅଗଷ୍ଟରେ ଏହାକୁ ସାମୁଦ୍ରିକ ପରୀକ୍ଷଣରେ ସାମିଲ କରାଯାଇଥିଲା, ଯାହା ଆଜି ସଫଳତାର ଶେଷ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.