ETV Bharat / bharat

INS Vikrant ପରବର୍ତ୍ତୀ ସାମୁଦ୍ରିକ ପରୀକ୍ଷଣ ଆରମ୍ଭ - ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ

ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ନୌସେନା ଜାହାଜ INS ବିକ୍ରାନ୍ତର ପରବର୍ତ୍ତୀ ସମୁଦ୍ର ପରୀକ୍ଷଣ ଆରମ୍ଭ ହୋଇଛି । ଚଳିତ ବର୍ଷ ନୌସେନାରେ ହେବ ସାମିଲ । ଅଧିକ ପଢନ୍ତୁ

INS Vikrant ପରବର୍ତ୍ତୀ ସାମୁଦ୍ରିକ ପରୀକ୍ଷଣ ଆରମ୍ଭ

author img

By

Published : Jan 9, 2022, 9:02 PM IST

ନୂଆଦିଲ୍ଲୀ: ଭାରତୀୟ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ପରିବହନକାରୀ ନୌସେନା ଜାହାଜ ‘INS ବିକ୍ରାନ୍ତ’ର ପରବର୍ତ୍ତୀ ସମୁଦ୍ର ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣରେ ଏହି ସ୍ବଦେଶୀ ଅତ୍ୟାଧୁନିକ ନୌସେନା ଜାହାଜଟି ବିଭିନ୍ନ ଅବସ୍ଥାରେ କିପରି କାର୍ଯ୍ୟ କରେ ତାହାର ଅନୁଧ୍ୟାନ କରିବେ ବିଶେଷଜ୍ଞ ।

ପୂର୍ବ ନୌସେନା କମାଣ ବିଶାଖାପାଟନମ୍ ସ୍ଥିତ DRDO ଲାବ୍ରୋଟୋରୀର ନାଭାଲ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଏହି ସାମୁଦ୍ରିକ ପରୀକ୍ଷଣକୁ ଅନୁଧ୍ୟାନ କରିବେ । ଗତ ବର୍ଷ ଅଗଷ୍ଟରେ INS ବିକ୍ରାନ୍ତ ଏହାର ସମୁଦ୍ର ପରୀକ୍ଷଣ ସଫଳତାର ସହ ଶେଷ କରିଥିଲା । ପରେ ଗତବର୍ଷ ଅକ୍ଟୋବର-ନଭେମ୍ବରରେ ଦ୍ୱିତୀୟ ସମୁଦ୍ର ପରୀକ୍ଷଣରେ ମଧ୍ୟ ସଫଳତାର ସହ ମସସ୍ତ ଯନ୍ତ୍ରାଂଶ କାର୍ଯ୍ୟ କରୁଥିବା ଜାଣିବାକୁୁ ପାଇଥିଲେ ବିଶେଷଜ୍ଞ । ତେବେ ଏହା ଏହି ଜାହାଜର ପରବର୍ତ୍ତୀ ପରୀକ୍ଷଣ ।

ତେବେ ଗତ ଏକ ସପ୍ତାହ ମଧ୍ୟରେ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି INS ବିକ୍ରାନ୍ତ ପରିଦର୍ଶନ କରିବା ସହ ଏହାର ପରୀକ୍ଷଣ ପ୍ରକ୍ରିୟା ସମ୍ପର୍କରେ ତଦାରଖ କରିଥିଲେ । ଏହାର ପରୀକ୍ଷଣ ସଫଳତାର ସହ ଆଗକୁ ବଢୁଥିବା ଜାଣି ପ୍ରକଳ୍ପ ସହ ଜଡିତ ସମସ୍ତଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ଉଭୟ । ତେବେ ସମସ୍ତ ପର୍ଯ୍ୟାୟର ସାମୁଦ୍ରିକ ପରୀକ୍ଷଣ ସଫଳତାର ସହିତ ସମାପ୍ତ ହେବାପରେ, ଏହି ଅତ୍ୟାଧୁନିକ ଜାହାଜଟି 'ଆଜାଦି କା ଅମୃତ ମହୋତ୍ସବ' ପାଳନ ଅବସରରେ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି । ଏହା ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇବା ନେଇ ଆଶାବାଦୀ ଅଛନ୍ତି ଦେଶବାସୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.