ETV Bharat / bharat

UP polls: ଅଖିଳେଶଙ୍କ କ୍ୟାମ୍ପରେ ସାମିଲ ହେଲେ ଦେଶର ସବୁଠୁ ଲମ୍ବା ବ୍ୟକ୍ତି - ସପାରେ ସାମିଲ ହେଲେ ଲମ୍ବା ରାଜନେତା

ସପାରେ ସାମିଲ ହେଲେ ଦେଶର ସବୁଠୁ ଉଚ୍ଚତମ ବ୍ୟକ୍ତି । ଆସିଲା ଅଖିଳେଶଙ୍କ ସହ ଫଟୋ । ଗିନିଜ ବୁକ ଅଫ ରେକର୍ଡରେ ପକ୍କା କରିଥିଲେ ସ୍ଥାନ । ଅଧିକ ପଢନ୍ତୁ

UP polls: ଅଖିଳେଶ କ୍ୟାମ୍ପରେ ସାମିଲ ହେଲେ ଦେଶର ଲମ୍ବା ବ୍ୟକ୍ତି

author img

By

Published : Jan 22, 2022, 10:57 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ କ୍ୟାମ୍ପରେ ସାମିଲ ହେଲେ ଭାରତର ସବୁଠୁ ଉଚ୍ଚତମ ବ୍ୟକ୍ତି । ଦେଶର ଉଚ୍ଚତମ ବ୍ୟକ୍ତି ଭାବେ ଜଣାଶୁଣା ଧର୍ମେନ୍ଦ୍ର ପ୍ରତାପ ସିଂ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (ଏସପି)ରେ ଯୋଗ ଦେଇଛନ୍ତି । ଧର୍ମେନ୍ଦ୍ର ସିଂଙ୍କୁ ଏସପିର ରାଜ୍ୟ ସଭାପତି ନରେଶ ପଟେଲ ଦଳକୁ ସ୍ୱାଗତ କରିଥିଲେ । ସେ ଦଳରେ ସାମିଲ ହେବା ପରେ ତାଙ୍କର ଓ ଅଖିଳେଶ ଯାଦବଙ୍କ ସମେତ ଅନ୍ୟ କିଛି ନେତାଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ସମାଜବାଦୀ ପାର୍ଟି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରତାପଗଡର ଧର୍ମେନ୍ଦ୍ର ପ୍ରତାପ ସିଂ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିବା ବେଳେ ଦଳର ବିଚାରଧାରା ତଥା ଅଖିଳେଶ ଯାଦବଙ୍କ ନେତୃତ୍ୱରେ ବିଶ୍ୱାସ ରଖିଛନ୍ତି । 8 ଫୁଟ 2 ଇଞ୍ଚ ଉଚ୍ଚତା ବିଶିଷ୍ଟ 46 ବର୍ଷୀୟ ଧର୍ମେନ୍ଦ୍ର ପ୍ରତାପ ସିଂ ହେଉଛନ୍ତି ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି । ସେହିପରି ଏସିଆର ସବୁଠାରୁ ଉଚ୍ଚତମ ପୁରୁଷ ଭାବେ ମଧ୍ୟ ସେ ଗିନିଜ-ବୁକ-ଅଫ ରେକର୍ଡରେ ମଧ୍ୟ ସ୍ଥାନ ପକ୍କା କରିସାରିଛନ୍ତି ।

ଧର୍ମେନ୍ଦ୍ର ପ୍ରତାପ ସିଂ ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ନରହରପୁର କାସିଆହି ଗାଁର ବାସିନ୍ଦା । ସେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଗତବର୍ଷ ଏପ୍ରିଲରେ ସେ ଉତ୍ତର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ସହଯୋଗୀଙ୍କ ପାଇଁ ପ୍ରଚାର କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ । ଏବେ ଉତ୍ତର ପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ଏହି ଉଚ୍ଚତମ ରାଜନେତା ସପା ପାଇଁ ପ୍ରଚାର କରୁଛନ୍ତି ନା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.