ହାଇଦ୍ରାବାଦ: ଭାରତର ତୃତୀୟ ମୁନ୍ ମିଶନ ଚନ୍ଦ୍ରଯାନ-୩ ଆଜି ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟ ଲୁନାର ଅର୍ବିଟ ମଧ୍ୟରେ ପ୍ରବେଶ କରିଛି । ଏହାରି ସହିତ ଐତିହାସିକ ମୁହୂର୍ତ୍ତର ଆଉ ପାଦେ ନିକଟତର ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ISRO) । ଲଞ୍ଚର ଦୀର୍ଘ ୨୩ ଦିନ ପରେ ଭାରତର ତୃତୀୟ ମୁନ୍ ମିଶନ ଲୁନାର ଅର୍ବିଟ ପ୍ରବେଶ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୨୪ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।
-
Chandrayaan-3 Mission:
— ISRO (@isro) August 5, 2023 " class="align-text-top noRightClick twitterSection" data="
“MOX, ISTRAC, this is Chandrayaan-3. I am feeling lunar gravity 🌖”
🙂
Chandrayaan-3 has been successfully inserted into the lunar orbit.
A retro-burning at the Perilune was commanded from the Mission Operations Complex (MOX), ISTRAC, Bengaluru.
The next… pic.twitter.com/6T5acwiEGb
">Chandrayaan-3 Mission:
— ISRO (@isro) August 5, 2023

The next… pic.twitter.com/6T5acwiEGbChandrayaan-3 Mission:
— ISRO (@isro) August 5, 2023
“MOX, ISTRAC, this is Chandrayaan-3. I am feeling lunar gravity 🌖”
🙂
Chandrayaan-3 has been successfully inserted into the lunar orbit.
A retro-burning at the Perilune was commanded from the Mission Operations Complex (MOX), ISTRAC, Bengaluru.
The next… pic.twitter.com/6T5acwiEGb
ଏହା ସହ ଚନ୍ଦ୍ରଯାନ-୩ ଏହି ଐତିହାସିକ ଯାତ୍ରାର ଦୁଇ ତୃତୀୟାଂଶ ପାର କରିସାରିଛି । ତେବେ ଚନ୍ଦ୍ର ଅଭିମୁଖେ ଏହି ଲମ୍ବାଯାତ୍ରାରେ ଏଯାବତ ସ୍ପେଶକ୍ରାଫ୍ଟର ସ୍ଥିତି ସ୍ବାଭାବିକ ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟ ସୁଦ୍ଧା ସ୍ପେଶକ୍ରାଫ୍ଟ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପୋଲ ନିକଟରେ ସଫଳ ଅବତରଣ କରିବାକୁ ଉଦ୍ୟମ କରିବ ବୋଲି ଆଶା କରାଯାଇଛି । ଏହି ସ୍ପେଶକ୍ରାଫ୍ଟରେ ୨୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ରୋଭର ଲଗାଯାଇଛି । ଯେଉଁଥିରେ କ୍ୟାମେରା, ସ୍ପେକ୍ଟୋମିଟର ଓ ଡ୍ରିଲ ଲଗାଯାଇଛି । ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବେ ଏହି ଉପକରଣଗୁଡ଼ିକ ଚନ୍ଦ୍ରର ବିଭିନ୍ନ ତଥ୍ୟ ସଂଗ୍ରହ କରିବ ।
ଏହା ବି ପଢନ୍ତୁ- Chandrayaan-3: ଜହ୍ନରେ ଉଡ଼ିବ ତ୍ରିରଙ୍ଗା ! ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା
ଗତ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରଯାନ-୩ ଅପରାହ୍ନ ୨ଟା ୩୫ରେ ଲଞ୍ଚ କରାଯାଇଥିଲା । ଏହି ମିଶନ ସଫଳ ହେବ ବୋଲି ଇସ୍ରୋ ବେଶ ଆଶାବାଦୀ ରହିଛି । ଏହି ମିଶନର ଗୋଟିଏ ଦିନ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ବାହୁବଳୀ GSLV Mark 3 (LVM 3) ଲଞ୍ଚ ଭେଇକିଲ ମାଧ୍ୟମରେ ଚନ୍ଦ୍ରଯାନ-୩ ସ୍ପେଶକ୍ରାଫ୍ଟକୁ ଉତକ୍ଷେପଣ କରାଯାଇଥିଲା । ବାହୁବଳୀ ରକେଟ 3900କେଜି ଓଜନ ବିଶିଷ୍ଟ ଚନ୍ଦ୍ରଯାନ ସ୍ପେଶକ୍ରାଫ୍ଟକୁ ଲଞ୍ଚ କରିବାରେ ସଫଳ ହୋଇଥିଲା ।
ସବୁଠାରୁ ବଡ଼ କଥା ହେଉଛି ଯଦି ଏହି ମିଶନ ସଫଳ ହୁଏ ତେବେ ଭାରତୀୟ ପରେ ଜଣେ ଓଡ଼ିଆ ଭାବେ ପ୍ରତ୍ୟେକ ଓଡ଼ିଶାବାସୀ ବେଶ ଗର୍ବ ଅନୁଭବ କରିବେ । କାରଣ ଏଥିରେ ଲାଗିଛି ଭୁବନେଶ୍ବରର ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟରରେ ପ୍ରସ୍ତୁତ ପ୍ରାୟ ୭୫ ହଜାରରୁ ଅଧିକ ଯନ୍ତ୍ରାଂଶ। ଅନ୍ୟପଟେ ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ଭାରତ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ। ପୂର୍ବରୁ ସୋଭିଏତ ଋଷ, ଆମେରିକା ଓ ଚୀନ ଚନ୍ଦ୍ରରେ ପହଞ୍ଚିଛନ୍ତି।